ଦମ୍ପତିଙ୍କୁ ଗୁଳିକରି ହତ୍ୟା ଘଟଣା: ମାସେ ପରେ ବି ସୁରାକ୍‌ ପାଉନି ପୋଲିସ

ବଡ଼ବିଲ,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଗତ ନଭେମ୍ବର ୨୮ ରାତିରେ ଗୁଳିକରି ଦମ୍ପତିଙ୍କୁ ହତ୍ୟା ଘଟଣାର ଏକ ମାସ ପରେ ବି ପୋଲିସକୁ ଅପରାଧୀମାନଙ୍କ ସମ୍ପର୍କରେ ସୁରାକ ମିଳିପାରିନି। ସନ୍ଦେହରେ ତଦନ୍ତ ଜାରି ରଖିଛି ପୋଲିସ।

ସୂଚନାନୁଯାୟୀ, ଗତ ନଭେମ୍ବର ୨୮ ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଲସର୍ଦା ଗ୍ରାମରେ ଥିବା ଲକ୍ଷ୍ମୀଧରଙ୍କ ତେଜରାତି ଦୋକାନରେ ପହଞ୍ଚି ୪ ଅଜଣା ମୁଖାପିନ୍ଧା ଦୁର୍ବୃତ୍ତ ପେଟ୍ରୋଲ ମାଗିଥିଲେ। ଲକ୍ଷ୍ମୀଧର ପେଟ୍ରୋଲ ଦେବା ପରେ ଜଣେ ଦୁର୍ବୃତ୍ତ ଆଉ ୧ ଲିଟର ପେଟ୍ରୋଲ ମାଗିଥିଲେ। ଏହି ସମୟରେ ଅନ୍ୟ ୩ ଜଣ ପାଚେରି ଡେଇଁ ଅଗଣା ଭିତରକୁ ପ୍ରବେଶ କରି ଲକ୍ଷ୍ମୀଧରଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ପାଟିତୁଣ୍ଡ ଶୁଣି ସ୍ତ୍ରୀ ମଞ୍ଜୁଲତା ଆସି ଦୁର୍ବୃତ୍ତମାନଙ୍କୁ ବାଧା ଦେବାବେଳେ ଦୁର୍ବୃତ୍ତମାନେ ଲକ୍ଷ୍ମୀଧରଙ୍କ ଛାତି ଓ ମୁଣ୍ଡକୁ ଗୁଳି ଚଳାଇଥିଲେ। ଏହାପରେ ମଞ୍ଜୁଲତାଙ୍କ ପେଟକୁ ଗୁଳି ଚଳାଇଥିଲେ। ସେମାନଙ୍କ ପାଟି ଶୁଣି ପୁଅ ହିମାଂଶୁ ସେଠାରେ ପହଞ୍ଚିବା ମାତ୍ରେ ତାଙ୍କୁ ବି ଭୁଜାଲିରେ ଆକ୍ରମଣ ଉଦ୍ୟମ କରିବାରୁ କୌଣସିମତେ ସେଠାରୁ ଖସିଯାଇ ହିମାଂଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ହତ୍ୟା ଘଟଣା ପରେ ବଡ଼ବିଲ ସବଡିଭିଜନାଲ ପୋଲିସ ଅଫିସର ସନ୍ତୋଷ କୁମାର ବାରିକ୍‌, କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ଆସି ଘଟଣାସ୍ଥଳରୁ ନମୂନା ସଂଗ୍ରହ କରିଥିଲାବେଳେ ବଲାଣୀ ପୋଲିସ କେସ୍‌ ନଂ ୬୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଘଟଣାସ୍ଥଳରୁ ଅପରାଧୀମାନଙ୍କର ଜ୍ୟାକେଟ, ଜୋତା, ଟୋପି ଓ ଏକ ଦାଉଲିକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଥିଲେ ହେଁ ଆଜିକୁ ୩୧ ଦିନ ବିତି ଯାଇଥିଲେ ସୁଦ୍ଧା ଅପରାଧୀଙ୍କର କୌଣସି ଟେର୍‌ ମିଳିପାରନାହିଁ। ଏପରିକି ହତ୍ୟାକାଣ୍ଡର ପ୍ରକୃତ କାରଣ ମଧ୍ୟ ଏଯାଏ ସ୍ପଷ୍ଟ ହୋଇପାରିନି। ବଲାଣୀ ପୋଲିସ ଏହି ଘଟଣାରେ ସଂପୃକ୍ତି ଥିବା ସନ୍ଦେହରେ ଉକ୍ତ ଗ୍ରାମର ଅନେକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ ହେଁ କିଛି ସୁଫଳ ମିଳିପାରି ନ ଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଥିଲେ ହେଁ ଇତିମଧ୍ୟରେ ଏକ ମାସ ବିତିଗଲାଣି। ହେଲେ ହତ୍ୟାକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି।

ଏ ନେଇ ବଲାଣୀ ଥାନା ଇନ୍ସପେକ୍ଟର ବିଦେଶୀ ବାଗ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ଡକାୟତି ଉଦ୍ୟମ ନିମନ୍ତେ ଏହି ଆକ୍ରମଣ ହୋଇଥିବା ସନ୍ଦେହ ରହିଛି। ସନ୍ଦିଗ୍ଧମାନେ ଫେରାର ଥିବାରୁ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ସନ୍ଦିଗ୍ଧମାନେ ସେହି ଗ୍ରାମର ହୋଇ ନ ଥିବା ଥାନାଧିକାରୀ କହିଛନ୍ତି। ହତ୍ୟାକାଣ୍ଡ ପରେ ଲସର୍ଦା ଗ୍ରାମରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଖୁବ୍‌ଶୀଘ୍ର ପୋଲିସ ଘଟଣାର  ପର୍ଦ୍ଦାଫାଶ କରି ଅପରାଧୀମାନଙ୍କ ମୁଖା ଖୋଲିବ ବୋଲି ଲୋକେ ଆଶା କରିଥିଲେ ହେଁ ତାହା ନିରାଶାରେ ପରିଣତ ହୋଇଛି। ଅପରାଧୀମାନେ ଧରା ନ ପଡ଼ିବା ଓ ହତ୍ୟାକାଣ୍ଡର କାରଣ ଜଣା ନ ପଡ଼ିବା ପୋଲିସ ବିଭାଗର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିୁଥିବାରୁ ଜଣେ ଦକ୍ଷ ପୋଲିସ ଅଫିସରଙ୍କ ଦ୍ୱାରା ହତ୍ୟା ଘଟଣାର ତଦନ୍ତ କରାଯିବା ନିମନ୍ତେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?