ପଟ୍ଟାମୁଣ୍ଡାଇରେ ନକଲି ଔଷଧ ବ୍ୟବସାୟ ବଢୁଛି

ପଟ୍ଟାମୁଣ୍ଡାଇ,୨୪୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିମ୍ନମାନର ଔଷଧ କାରବାର ସାଙ୍ଗକୁ ବେଆଇନ ଔଷଧ ଦୋକାନ ବଢ଼ି ଚାଲିଛି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଛତୁ ଫୁଟିବା ଭଳି ଔଷଧ ଦୋକାନ ଗଢ଼ି ଉଠୁଛି। ପଟ୍ଟାମୁଣ୍ଡାଇ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରାୟ ୪୦ ପ୍ରତିଶତ ଔଷଧ ଦୋକାନ ବିନା ଫାର୍ମାସିଷ୍ଟରେ ଚାଲିଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ଏଲୋପାଥିକ ଓ ହୋମିଓପାଥି ମିଶି ପ୍ରାୟ ୪୨୫ ଔଷଧ ଦୋକାନ ରହିଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ହୋଲସେଲର ରହିଛନ୍ତି। ହେଲେ ପ୍ରାୟ ଅଧିକାଂଶ ଔଷଧ ଦୋକାନ ବେଆଇନ ଭାବେ ଚାଲିଥିବା ବେଳେ ବେନାମୀ ମିସ୍‌ ବ୍ରାଣ୍ଡଡେଡ୍‌ ଔଷଧ ବିକ୍ରି କରାଯାଉଛି। ଏ ନେଇ ଜିଲା ଭେଷଜ ବିଭାଗ ଚୁପ୍‌ ବସିଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବିଭାଗୀୟ ଅଧିକାରୀ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ସମେତ ରାଜନଗର, ଆଳି ଓ ମହାକାଳପଡ଼ାର ଗ୍ରାମାଞ୍ଚଳରେ ଏହି କାରବାର ବେଶୀ ଚାଲିଛି। କୋଲକତାରୁ କେତେଜଣ ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କମ୍ପାନୀର ଆଣ୍ଟିବାୟୋଟିକ, ଜ୍ୱର, ଥଣ୍ଡା ଔଷଧ ସାଙ୍ଗକୁ କଫ୍‌ ସିରଫ ପ୍ରଭୃତି ବେନାମୀ ଔଷଧ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ଏହି ଔଷଧଗୁଡ଼ିକର ମୂଲ୍ୟ ନାମୀଦାମୀ କମ୍ପାନୀ ଔଷଧ ମୂଲ୍ୟ ସହିତ ସମାନ ରହିଛି। କିନ୍ତୁ ବନାମୀ ଔଷଧ କମ୍ପାନୀଗୁଡ଼ିକ ବ୍ୟବସାୟୀମାନଙ୍କୁ ଅଧିକ ଲାଭ ଦେଉଥିବାରୁ ଫାଇଦା ପାଇବା ଆଶାରେ ହୋଲ୍‌ସେଲ ନାମରେ ଏହିସବୁ କମ୍ପାନୀର ଔଷଧ କିଣି ଗ୍ରାମାଞ୍ଚଳରେ ଥିବା ଦୋକାନୀଙ୍କୁ ଦେଉଛନ୍ତି। ଗଁା ଗହଳିରେ ଥିବା ବେନାମୀ ଦୋକାନୀ ଲୋକଙ୍କୁ ଏହି ଔଷଧ ବିକ୍ରି କରୁଥିବା ଖବର ମିଳିଛି। ଖାଲି ସେତିକି ନୁହେଁ ଏଭଳି ଔଷଧ କାରବାର ବେଶ ସୁରୁଖୁରୁରେ ଚାଲିଥିବାରୁ ପଟ୍ଟାମୁଣ୍ଡାଇ ସହରରେ ମଧ୍ୟ ବିକ୍ରି ଆରମ୍ଭ ହେଲାଣି ବୋଲି କେତେଜଣ ଔଷଧ ବ୍ୟବସାୟୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଜିଲାରେ ଥିବା ଭେଷଜ ନିରୀକ୍ଷକମାନେ ନିୟମିତ ଦୋକାନ ଯାଞ୍ଚ ନ କରିବା, ପାଇକରୀ ବିକ୍ରେତାଙ୍କ ଉପରେ ନଜର ନ ରଖିବା ଏହି କାରବାରକୁ ବେଶ୍‌ ସୁହାଇଛି ବୋଲି ଅଭିଯୋଗ ହୋଇଛି। ସରକାରୀ ନିୟମ କହୁଛି ମେଡିସିନି ଷ୍ଟୋର ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନଁାରେ ଲାଇସେନ୍ସ ରହିବା ସହ ଦୋକାନରେ ସେହି ଫାର୍ମାସିଷ୍ଟ ଉପସ୍ଥିତ ରହିବା କଥା। ମାତ୍ର ପଟ୍ଟମୁଣ୍ଡାଇରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖଲ କରି ତାଙ୍କ ନଁାରେ ଲାଇସେନ୍ସ ବାହାରି ଔଷଧ ବ୍ୟବସାୟୀ ଚାଲିଛି। ଅନ୍ୟପକ୍ଷରେ କେତେଗୋଟି ଦୋକାନକୁ ଛାଡ଼ି ଦେଲେ ଅନ୍ୟମାନେ ଲାଇସେନ୍ସ ମଧ୍ୟ ନେଇ ନ ଥିବା ଖବର ମିଳିଛି। ଅତୀତରେ ଫାର୍ମାସିଷ୍ଟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଡ୍ରଗ କଣ୍ଟ୍ରୋଲରଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲା ଚିକିତ୍ସାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା କୁହାଯାଉଛି। ଏ ବାବଦରେ ଡ୍ରଗ ଇନ୍ସପେକ୍ଟର ପ୍ରଦୀପ ସାହୁଙ୍କୁ ପଚାରିବାରେ କଟକ ଓ କେନ୍ଦ୍ରାପଡ଼ା ଜିଲାରେ ବେଆଇନ ଔଷଧ କାରବାର ନେଇ ଚାର୍ଚ୍ଚରେ ଅଛି। ସବୁ ସମୟରେ ସବୁ ସ୍ଥାନରେ ଠିକ୍‌ ସମୟରେ ପହଞ୍ଚତ୍ ହେଉନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri