୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଧରାପଡ଼ିଲେ ନକଲି ମାଓବାଦୀ

ଭବାନୀପାଟଣା,୨୮।୨: ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲା ବିଷମକଟକ ଥାନା ଝିଗିରି ଗ୍ରାମର ପୁରନ୍ଦର ପିଡିକ୍କା (୨୫)। ଏହି ଘଟଣାରେ ଆହୁରି ୩ଜଣ ନକଲି ମାଓବାଦୀ ସମ୍ପୃକ୍ତ ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ପୋଲିସ ସୂଚନା ମୁତାବକ, ଭବାନୀପାଟଣା ବୈଶାଳୀ ମିନେରାଲ ପାଣି ବ୍ୟବସାୟୀ ସୁଧୀର ଜୈନଙ୍କୁ ଗତ ୯ ତାରିଖରେ ଏକ ଫୋନ କଲ୍‌ ଆସିଥିଲା। ଏଥିରେ ଜଣେ ବ୍ୟକ୍ତି ନିଜକୁ ମାଓବାଦୀ କହି ୧ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ପୁଣି ୧୧ ତାରିଖରେ ଫୋନ କରି ଚାନ୍ଦା ନ ଦେଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ। ଏ ନେଇ ବ୍ୟବସାୟୀ ସୁଧୀର ଭୟଭିତ ହୋଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ: ୨ ଗାଡ଼ି ଜବତ

ଆନନ୍ଦପୁର, ୭।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ପଞ୍ଚୁପଲ୍ଲୀଠାରେ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ୨ଟି...

ରାୟଗଡ଼ା, କେନ୍ଦ୍ରାପଡ଼ାରେ କରୋନା ନେଲା ମୁଣ୍ଡ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧, ରାୟଗଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୧ ଥିବାବେଳେ ଗଞ୍ଜାମ...

କୋଭିଡ କଟକଣା ସତ୍ତ୍ୱେ ବିଶ୍ୱେଶ୍ୱର ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ

ସରଣ୍ଡା,୧୧।୩(ଡି.ଏନ.ଏ.):ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ସ୍ଥିତ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ଶୈବପୀଠରେ କୋଭିଡ କଟକଣା ସତ୍ତ୍ୱେ ଭକ୍ତଙ୍କ ସମାଗମ ହୋଇଛି। ଅଭିଭକ୍ତ...

ପୋଲିସ ଭୟରେ ଦୌଡ଼ି ପଳାଉଥିବା ବେଳେ ଜୀବନଗଲା

ବରଗଡ଼ ଅଫିସ୍‌,୭।୩: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ସାନ ପିପିଲିପାଲି ଗ୍ରାମରେ ରବିବାର ଏକ ନିଛାଟିଆ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢ଼ାଉ...

ବ୍ଳକ ଅଧ୍ୟକ୍ଷ ପାଇଁ କଡା ସୁରକ୍ଷା ଭିତରେ ଭୋଟ ଗ୍ରହଣ ଆରମ୍ଭ

ଦାରିଙ୍ଗବାଡି,୧୭।୬(ଡି.ଏନ.ଏ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ବୁଧବାର ଭୋଟ ଗ୍ରହଣ କରାଯାଉଛି। ଏଥିପାଇଁ ୨୪ ସମିତି ସଭ୍ୟା ସଭ୍ୟ ଠିକ ସକାଳ ୧୦ଟା...

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ବ୍ରହ୍ମଗିରି, ୧୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀଠାରୁ ଅଇଁଠା ଖାଇ...

ନର୍ସ, ଆଟେଣ୍ଡାଣ୍ଟ ନିଲମ୍ବିତ

ଫୁଲବାଣୀ ଅଫିସ,୪ା୭-ଫୁଲବାଣୀ ଜିଲା କ.ନୂଆଗଁ। ବ୍ଲକ ସାରଙ୍ଗଗଡ ଚିକିସତ୍ାଳୟରୁ ପୁଣି ଜଣେ ବ୍ୟକ୍ତିଙ୍କ ମୃତଦେହ ବୋହି ନେବା ଘଟଣାରେ ମଙ୍ଗଳବାର ଜିଲା ଚିକିତ୍ସାଧିକାରୀ ସମୀର କୁମାର...

ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର, ୩୧ା୮(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ଶୁକ୍ରବାର ରାତିରେ ତାଙ୍କୁ ଗିରଫ କରିଛି ପୋଲିସ।...

Advertisement


Archives

Model This Week