Posted inUncategorized

ସୁପ୍ରିମକୋର୍ଟରେ କାଉଣ୍ଟର ଆଫିଡେଭିଟ୍‌ ଦାଖଲ

ନୂଆଦିଲ୍ଲୀ, ୯ା୮ : ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟରେ ମାମଲା ସ୍ଥାନାନ୍ତର ନେଇ କରିଥିବା ଆବେଦନ ବିରୋଧରେ ଶନିବାର କାଉଣ୍ଟର ଆଫିଡେଭିଟ୍‌ ଦାଖଲ କରାଯାଇଛି। ସୁଶାନ୍ତଙ୍କ ବାପା କେ. କେ. ସିଂ ଏହି କାଉଣ୍ଟର ଆଫିଡେଭିଟ୍‌ ଦାଖଲ କରିଥିବାବେଳେ ମାମଲାର ଶୁଣାଣି ୧୧ରେ କରାଯିବ। କାଉଣ୍ଟର ଆଫିଡେଭିଟ୍‌ରେ ସିଂ ଦର୍ଶାଇଛନ୍ତି ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିବାବେଳେ ମାମଲାର ମୁମ୍ବାଇ ସ୍ଥାନାନ୍ତର ଲାଗି ରିଆ କରିଥିବା ଆବେଦନର ମାନେ କିଛିନାହିଁ। ଏଥିସହ ମୁଖ୍ୟ ଅଭିଯୁକ୍ତ ରିଆ ସାକ୍ଷୀମାନଙ୍କୁ ପ୍ରଭାବିତ କରୁଥିବା ସିଂ ଅଭିଯୋଗ କରିଛନ୍ତି। ମାମଲାର ମୁଖ୍ୟ ସାକ୍ଷୀ ସିଦ୍ଧାର୍ଥ ପିଠାନିଙ୍କୁ ସେ ପ୍ରଭାବିତ କରିଥିବା ସୁଶାନ୍ତଙ୍କ ବାପା ଦର୍ଶାଇଛନ୍ତି। ପୂର୍ବରୁ ସିଂ ରିଆ ଓ ଅନ୍ୟ ୫ ଜଣଙ୍କ ବିରୋଧରେ ଏତଲା ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ସ୍ପଷ୍ଟ କଲେ ରାହୁଲ ଗାନ୍ଧୀ: କହିଲେ, ମୁଁ ଏବେ ଦଳର ଅଧ୍ୟକ୍ଷ ନାହିଁ, କଂଗ୍ରେସ ଯେତେଶୀଘ୍ର ସମ୍ଭବ ଅଧ୍ୟକ୍ଷ ବାଛୁ

ନୂଆଦିଲ୍ଲୀ, ୩।୭: ଗୋଟେ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବାପାଇଁ ଜିଦ ଧରିଛନ୍ତି, ଅନ୍ୟପକ୍ଷରେ ପୂରା କଂଗ୍ରେସ ତାଙ୍କୁ ମନାଇବାରେ ଲାଗିଛି। କିନ୍ତୁ...

କଟକଣା ଶେଷ କର

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଗତ ସପ୍ତାହରେ ଏହାର ଆର୍ଥିକ ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଏବକାର ଋଣର ପରିଶୋଧ ଉପରେ ପୂର୍ବରୁ ଘୋଷଣା କରିଥିବା...

ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରିରେ ଆକ୍ରମଣ

ନିଆଳି, ୨ା୭(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ବିନିଶିପୁର ପଞ୍ଚାୟତ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ପାଠପଢ଼ା ଚାଲିଥିବାବେଳେ ଆତଙ୍କ ଖେଳିଯାଇଥିଲା। କାରଣ ବିଭୂତି ମହାନ୍ତି(୪୩)...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ...

ଭୋଗଦୋକାନୀଙ୍କ ସାଧୁତା: ସାକ୍ଷୀଗୋପାଳ ମନ୍ଦିରକୁ ଆସି ଛାଡ଼ିଯାଇଥିବା ପର୍ସ ଫେରିପାଇଲେ ଗୁଜରାଟର ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ଛାଡ଼ି ଯାଇଥିବା ତାଙ୍କ ପର୍ସ ଫେରିପାଇଛନ୍ତି।...

ଜି.ଉଦୟଗିରିରେ ବର୍ଷା, କୁଆପଥର ବୃଷ୍ଟି

ଜି.ଉଦୟଗିରି,୧୭ା୪(ଡି.ଏନ୍‌.ଏ.)- ଜି.ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ପବନ ସହ କୁଆପଥର ବୃଷ୍ଟି ହୋଇଛି। ପ୍ରାୟ ଘଣ୍ଟାଏ ଧରି ବର୍ଷାପବନ ଓ କୁଆପଥର ମାଡରେ...

ମା’ଙ୍କ ଜନ୍ମଦିନରେ ବଡ ଉପହାର ଭେଟି ଦେଲେ ସିନ୍ଧୁ

ବାସେଲ, ୨୫।୮: ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡମିଣ୍ଟନର ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି...

Coronavirus Update

Archives

Model This Week

Why Dharitri