Odisha Elections 2024

ବର୍ଷା-ଅନୁଭବଙ୍କୁ କାଉନସେଲିଂ

କଟକ,୨୬ା୯(କାର୍ତ୍ତିକ ସାହୁ):ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋମବାର କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଛନ୍ତି। ଘରୋଇ ହିଂସା ନେଇ ବର୍ଷା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ଦାୟର କରିଥିଲେ। ଏବେ ଉକ୍ତ ମାମଲା କୋର୍ଟରେ ବିଚାରାଧୀନ ଅଛି। ଉଭୟେ କୋର୍ଟରେ ହାଜର ହେବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୁହିଁଙ୍କୁ କାଉନସେଲିଂ କରାଯାଇଛି। ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଏହି ମାମଲା ପରିଚାଳନା କରୁଛନ୍ତି।
ସୂଚନାଯୋଗ୍ୟ, ବର୍ଷାଙ୍କୁ ତାଙ୍କ ଶାଶୁଘରେ ନିର୍ଯାତନା ଦିଆଯାଉଥିବା ସମ୍ପର୍କିତ ଘରୋଇ ହିଂସାକୁ ନେଇ କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବର୍ଷାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅଦାଲତ ଏହି ମାମଲାର ଶୁଣାଣି କରୁଥିବା ବେଳେ ବର୍ଷାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବର୍ଷାଙ୍କୁ ସୁରକ୍ଷା ଯୋଗାଇଦେଇଥିଲେ ବି ସେ ଅନୁଭବଙ୍କ ବିରୋଧରେ କେତେକ ମାମଲା ଦାୟର କରିଥିଲେ। ସେଗୁଡ଼ିକ ଅଦାଲତରେ ବିଚାରାଧୀନ ଅଛି। ତନ୍ମଧ୍ୟରୁ ପରିବାର ଅଦାଲତରେ ବର୍ଷା ଅନୁଭବଙ୍କ ସହ ଏକତ୍ର ରହିବାକୁ କରିଥିବା ଆବେଦନ ଏବଂ ଅନୁଭବ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ କରିଥିବା ଆବେଦନ ଖାରଜ ହୋଇସାରିଛି। ଶାଶୁଘରେ ବର୍ଷା ନିଜକୁ ସୁରକ୍ଷିତ ମଣୁ ନ ଥିବା ଏବଂ ଏନେଇ ଏକାଧିକ ମାମଲା ଚାଲିଥିବା ବେଳେ ଅନୁଭବଙ୍କ ସହ ଦାମ୍ପତ୍ୟ ଜୀବନ ବିତାଇବା ପ୍ରାର୍ଥନା ଗ୍ରହଣୀୟ ନୁହେଁ ବୋଲି ଅଦାଲତ କହିଥିଲେ। ସେହିପରି ଏକ ବିବାହ ଦୁଇଟି ପରିବାର ଓ ସେମାନଙ୍କ ବନ୍ଧୁବାନ୍ଧବଙ୍କ ଭିତରେ ସୀମିତ ଥିବାବେଳେ ବିବାହ ବିଚ୍ଛେଦ ପୂରା ସମାଜକୁ ପ୍ରଭାବିତ କରିଥାଏ ବୋଲି ଅଦାଲତ କହିଥିଲେ। ତେଣୁ ହିନ୍ଦୁ ବିବାହ ଆଇନର ଧାରା-୨୩ ଅନୁସାରେ ଦୁଇପକ୍ଷ ନିଜ ନିଜ ସପକ୍ଷରେ କୌଣସି ନିର୍ଦ୍ଦେଶ ପାଇବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ଅଦାଲତ ସ୍ପଷ୍ଟ କରି ଦୁଇଟିଯାକ ମାମଲାକୁ ଖାରଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

କାମାକ୍ଷାନଗର,୨୯।୫: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ବୁଧବାର ସାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି।...

UG ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୨୯।୫: ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ନାମଲେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ୩ କରିବାକୁ ଚାହୁଁଥିବା ଆଶାୟୀ ଛାତ୍ରୀଛାତ୍ରମାନେ ଜୁନ୍ ୩ ଅପରାହ୍ନ ୪ଟାରୁ...

କାଣିମହୁଲି, ଚିତ୍ରଡ଼ାରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ...

ବିଭିନ୍ନ ଲୋକାଭିମୁଖୀ ଯୋଜନା ନେଇ ବିଜେଡିର ଜୋର୍‌ଦାର ପ୍ରଚାର

ମୋରଡ଼ା,୨୯ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀରେ ବୁଧବାର ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ନିର୍ବାଚନମଣ୍ଡଳୀ ମୋରଡ଼ା ବ୍ଲକ...

ମୋଦି କଲେ ଭବିଷ୍ୟବାଣୀ, ଏହିଦିନ ବିଜେଡିରେ ହେବ କମ୍ପନ

କେନ୍ଦ୍ରାପଡ଼ା, ୨୯।୫: କେନ୍ଦ୍ରାପଡ଼ା ସଭାରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୁଧବାର ବାରିପଦା, ବାଲେଶ୍ୱରରେ ନିର୍ବାଚନୀ ପ୍ରଚାର ସାରି ମୋଦି କେନ୍ଦ୍ରାପଡାରେ ପହଞ୍ଚିଛନ୍ତି।...

ଓଡ଼ିଶା ମାଟିର ଝିଅ କିମ୍ବା ପୁଅ ହେବେ ଭାଜପା ମୁଖ୍ୟମନ୍ତ୍ରୀ, ଖୋଲି କହିଦେଲେ ମୋଦି

କେନ୍ଦ୍ରାପଡ଼ା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କେନ୍ଦ୍ରାପଡ଼ାରେ ଆୟୋଜିତ ଏକ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏହି ସମାବେଶକୁ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଗାମୀ...

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡ଼ି,୨୯ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଖରା ହେବା ସହ ଆର୍ଦ୍ରତା ବୃଦ୍ଧି ଯୋଗୁ ଅସହ୍ୟ ଗରମ ଗୁଳୁଗୁଳି ବୃଦ୍ଧି ପାଇଛି।...

ବିକାଶ ନାଁରେ ବିଶ୍ୱାସଘାତ କରିଛି ବିଜେଡି: ମୋଦି

ରେମୁଣା,୨୯ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବାଲେଶ୍ୱର ଜିଲାର ରେମୁଣାଠାରେ ଏକ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ଏଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri