ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ ପରିଣତ କରିଦେଲେଣି। ନିଜ ଜୀବନରେ ଯାହା ହୋଇପାରି ନ ଥିବେ ପିଲାଙ୍କ ଜରିଆରେ ସେହି ସ୍ବପ୍ନ ସାକାର କରିବା ପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ବାସ୍ତବ ଜୀବନରେ ସ୍ବପ୍ନ ସାକାର କରିପାରି ନ ଥିବା ମାତାପିତା ସେହି ସ୍ବପ୍ନକୁ ନେଇ ସ୍ବର୍ଗକୁ ଯିବା କଥା। ପିଲାମାନଙ୍କୁ ନିଜ ସ୍ବପ୍ନରେ ବଞ୍ଚତ୍ବାକୁ ଦେବା ହେବା କଥା ନୂଆ ଚିନ୍ତାଧାରା। କାରଣ କିଛି ପିଲା ଜୀବନସାରା ଡରି ସଫଳତା ପାଇଯାଉଥିବା ବେଳେ ଅନେକେ ଚାପ ସହି ନ ପାରି ଅବସାଦ ଭିତରକୁ ଚାଲିଯାଉଛନ୍ତି କିମ୍ବା ସ୍ଥଳବିଶେଷରେ ପ୍ରାଣ ହରାଇ ଦେଉଛନ୍ତି। ଏହାର ଅସଂଖ୍ୟ ଉଦାହରଣ ପ୍ରତ୍ୟହ ଶୁଣିବାକୁ ମିଳୁଛି। ଏବେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ଦୃଷ୍ଟିକୁ ଆସିଛି। ଡାକ୍ତରୀ ପଢ଼ିବା ଲାଗି ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପ୍ରସ୍ତୁତି ନିମନ୍ତେ ବାପା ମାଧବେନ୍ଦ୍ର ସିଂ ବାରମ୍ବାର ଚାପ ପକାଇବାରୁ ୧୯ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏପରି କି ମୃତଦେହକୁ ଖଣ୍ଡଖଣ୍ଡ କରି ଘର ଭିତରେ ଏକ ଡ୍ରମ୍‌ରେ ଲୁଚାଇ ରଖିଥିଲେ। ପୋଲିସ ନିକଟରେ ଅକ୍ଷତ ନିଜ ଦୋଷ ସ୍ବୀକାର କଲା ପରେ ହତ୍ୟାର କାରଣ ବିଷୟ ପଦାକୁ ଆସିଛି। ୩ ନଭେମ୍ବର ୨୦୨୫ରେ ଉତ୍ତର ପ୍ରଦେଶର ବିଜ୍‌ନୌର ଜିଲାରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିବା ଜଣେ ବିଦ୍ୟାର୍ଥୀ ଗଙ୍ଗା ନଦୀକୁ ଡେଇଁ ପଡ଼ିଥିଲେ। ୨୪ ବର୍ଷୀୟା ଲଳିତା ସିଂ ତାଙ୍କ ୧୩ ବର୍ଷୀୟା ଭଉଣୀଙ୍କ ସହ ଗଙ୍ଗା ବ୍ୟାରେଜ୍‌ ନିକଟକୁ ପ୍ରାତଃଭ୍ରମଣରେ ଯାଇଥିଲା ବେଳେ ଏଭଳି ଭୟଙ୍କର ନିଷ୍ପତ୍ତି ନେଇଥିଲେ। ଲଳିତାଙ୍କ ଏପରି ପଦକ୍ଷେପ ନେବା ସଂକ୍ରାନ୍ତରେ ତାଙ୍କ ପିତା କହିଥିଲେ ଯେ, ଝିଅ ସିଭିଲ୍‌ ସର୍ଭିସ ପରୀକ୍ଷାରେ ତୃତୀୟ ଥର ପାଇଁ ଅକୃତକାର୍ଯ୍ୟ ହୋଇଥିଲେ। କାନପୁରରୁ ଏମ୍‌ଟେକ୍‌ କରିଥିବା ଲଳିତାଙ୍କ ସ୍ବପ୍ନ ହୁଏତ ଅଲଗା କିଛି ଥିଲା। ସମ୍ଭବତଃ ତାଙ୍କୁ ସିଭିଲ ସର୍ଭିସ ପାଇଁ ବାଧ୍ୟ କରାଯିବାରୁ ସେ ବାରମ୍ବାର ଅକୃତକାର୍ଯ୍ୟ ହେବାରୁ ବୀତସ୍ପୃହ ହୋଇ ଆତ୍ମହତ୍ୟା କରିଦେଇଥିଲେ। ୨୦୨୫ ଜୁନ୍‌ରେ ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଘଟିଥିବା ଘଟଣା ମନେପଡ଼େ। ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଧୋଣ୍ଡିରାମ ଭଗବାନ ଭୋସ୍‌ଲେ ନିଟ୍‌ ପାଇଁ ତାଙ୍କ ୧୭ ବର୍ଷୀୟା ଝିଅ ସାଧନାଙ୍କୁ ପ୍ରସ୍ତୁତ କରାଉଥିଲେ। କିନ୍ତୁ ମକ୍‌ ଟେଷ୍ଟରେ ସେ କମ୍‌ ନମ୍ବର ଆଣିବାରୁ ପିତା କ୍ରୋଧରେ ତାଙ୍କୁ ପିଟି ମାରି ଦେଇଥିଲେ। ସୂଚନା ଦିଆଯାଇପାରେ ଯେ, ସମ୍ପୃକ୍ତା ଛାତ୍ରୀ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ଚୂଡ଼ାନ୍ତ ପରୀକ୍ଷା ଦେବା ପୂର୍ବରୁ ଅନେକ ମକ୍‌ ଟେଷ୍ଟ କରାଯାଇଥାଏ। ବହୁ ସମୟରେ ମକ୍‌ ଟେଷ୍ଟରେ କମ୍‌ ନମ୍ବର ରଖିଲେ ମଧ୍ୟ ଜଣେ ବିଦ୍ୟାର୍ଥୀ ଚୂଡ଼ାନ୍ତ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥାଆନ୍ତି। ଆଗକୁ ଭଲ କିଛି ଶୁଣିବା ପାଇଁ ଧୈର୍ଯ୍ୟ ଧାରଣ କରି ନ ଥିବା ଧୋଣ୍ଡିରାମ ଝିଅକୁ ମାରିଦେବା ପରେ ଗିରଫ ହୋଇଥିଲେ। ଏଥିସହିତ ରାଜସ୍ଥାନର କୋଟାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କ ମଧ୍ୟରୁ ପ୍ରତିବର୍ଷ ଅନେକ ଡଜନଙ୍କ ଆତ୍ମହତ୍ୟା ଖବର ବାରମ୍ବାର ଶୁଣିବାକୁ ମିଳୁଛି।
ସମ୍ଭବତଃ ଭାରତରେ ଉପରଲିଖିତ ଘଟଣା ବହୁସଂଖ୍ୟାରେ ଦେଖାଯାଉଛି। ବିଦ୍ୟାର୍ଥୀଙ୍କ ଚାପଜନିତ ଅବସାଦ ପାଶ୍ଚାତ୍ୟରେ ସାଧାରଣରେ ଦେଖାଯାଇ ନ ଥାଏ। ସେମାନେ ନିଜ ପସନ୍ଦ ଅନୁଯାୟୀ କ୍ୟାରିୟରରେ ସଫଳତା ପାଇବା ପାଇଁ ଲାଗିଥାଆନ୍ତି। ଔଦ୍ୟୋଗିକ ମାନସିକତାର ଅଭାବ ଭାରତକୁ ଏକ ଚାକିରିଆ ଚିନ୍ତାଧାରାରେ ବାନ୍ଧି ରଖିଛି। ଏଠାରେ ପିଲାଟିଏର ଗଣିତ କିମ୍ବା ବିଜ୍ଞାନରେ ଭଲ ମାର୍କ ରହିଗଲେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ପଢ଼ିବା ପାଇଁ ପରିବାର ଓ ବନ୍ଧୁବର୍ଗମଣ୍ଡଳୀରୁ ଚାପ ପଡ଼ିଯାଏ। ସାମାଜିକ ପାଠ କିମ୍ବା ସାହିତ୍ୟକୁ ନେଇ କ୍ୟାରିୟର କରିବା ଲାଗି ସେ ଇଚ୍ଛା ବ୍ୟକ୍ତ କରିଦେଲେ କଥା ସରିଲା। ଡାକ୍ତର କିମ୍ବା ଇଞ୍ଜିନିୟର ପଦବୀରେ ଆସୀନ ଥିବା ଦେଖିବା ପାଇଁ ମାତାପିତାଙ୍କ ବ୍ୟାକୁଳତାକୁ ପିଲା ଅଗ୍ରାହ୍ୟ କରିପାରେ ନାହିଁ। କିନ୍ତୁ ଫଳ ଯେତେବେଳେ ନକାରାତ୍ମକ ହୋଇଯାଏ, ସେତେବେଳକୁ ‘ନେଡ଼ି ଗୁଡ଼ କହୁଣିକୁ ବହିଯାଇଥାଏ’। ସେ ‘ଏ କୁଳରେ ନୁହେଁ କି ସେକୁଳରେ ନୁହେଁ’ ଅବସ୍ଥାକୁ ଚାଲିଗଲା ଭାବି ଚରମ ପଦକ୍ଷେପ ନେଇଯାଏ। ଅନୁରୂପ ଭାବେ ସିଭିଲ ସର୍ଭିସ ମୋହରେ ପଡ଼ିଥିବା ଅଭିଭାବକ ଅପର୍ଯ୍ୟାପ୍ତ ଅର୍ଥ ଓ କ୍ଷମତାକୁ ଆଶାରେ ରଖି ପିଲାଙ୍କ ମନରେ ସ୍ବପ୍ନ ଉଜାଗର କରାଉଛନ୍ତି। ସେହିସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହାର ଅତି କମ୍‌ଥିବାରୁ ପ୍ରତିଦ୍ୱନ୍ଦ୍ୱିତା ବହୁମାତ୍ରାରେ ହୋଇଥାଏ। ସ୍ବଇଚ୍ଛାରେ କ୍ୟାରିୟର ବାଛିଥିବା ବିଦ୍ୟାର୍ଥୀ ଡାକ୍ତରୀ, ଇଞ୍ଜିନିୟରିଂ ହେଉ ବା ସିଭିଲ ସର୍ଭିସରେ ଅକୃତକାର୍ଯ୍ୟ ହେଇଗଲେ ଜୀବନରେ ଅନ୍ୟ କିଛି କରିବା ପାଇଁ ଧୈର୍ଯ୍ୟ ଧରିଥାଆନ୍ତି। କିନ୍ତୁ ଯେଉଁମାନେ ପରିବାର ବାଧ୍ୟରେ ସେହି ବୃତ୍ତି ସକାଶେ ପରୀକ୍ଷା ଦେଉଥିବେ, ସେମାନେ ଅକୃତକାର୍ଯ୍ୟକୁ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ଅନେକାଂଶରେ ନିଜେ ଆତ୍ମହତ୍ୟା କରିଦେଉଛନ୍ତି କିମ୍ବା ଅନ୍ୟକୁ ହତ୍ୟା କରିଦେଉଛନ୍ତି। ପିଲାଟିଏ ହେତୁ ପାଇବା ପୂର୍ବରୁ ତାକୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦିଆଯାଇଥାଏ। କିନ୍ତୁ ଦିନକୁ ଦିନ ଦେଖାଯାଉଥିବା ଏହି ଧରଣର ଅସ୍ବାଭାବିକ ଘଟଣା ପାଇଁ ଦାୟୀ ରହୁଥିବା ମାତାପିତା ବୟସର ବ୍ୟକ୍ତିମାନଙ୍କୁ ପ୍ରଥମେ ସାମାଜିକ ଓ ମନସ୍ତାତ୍ତ୍ୱିକ କାଉନ୍‌ସେଲିଂ ଦେବା ଆବଶ୍ୟକ ହୋଇପଡ଼ିଲାଣି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?