ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ହେଉ ନ ଥିବାରୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ଏହି ଆଇନ ଉଲ୍ଲଂଘନ ହୋଇଥିଲେ ମଧ୍ୟ ଗତ ୫ମାସ ହେବ ପୋଲିସ ପକ୍ଷରୁ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଏହି ଆଇନ ଶୀତଳ ଭଣ୍ଡାରରେ ପଡ଼ିରହିଛି। ଏଥିଯୋଗୁ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଧୂମପାନମୁକ୍ତ ବେଗୁନିଆ ଥାନା ଅଞ୍ଚଳ ଘୋଷଣା ପ୍ରଶାସନର ଭେଳିକି ବୋଲି ସାଧାରଣରେ କୁହାଯାଉଛି।
ସୂୂଚନା ମୁତାବକ, ୨୦୧୨ ଜୁନରେ କୋଟପା ଆଇନ(୨୦୦୩)କୁ ଖୋର୍ଦ୍ଧା ଜିଲାରେ ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପୋଷ୍ଟର, ବ୍ୟାନର, ବିଜ୍ଞାପନ ଓ ଡାକବାଜି ଯନ୍ତ୍ରରେ ଜନସଚେତନତା ଅଭିଯାନର ଏକ ମାସ ପରେ ବେଗୁନିଆ ଅଞ୍ଚଳରେ ନିୟମ ଲାଗୁ ହୋଇଥିଲା। ଆଇନ କାର୍ଯ୍ୟକାରୀ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ରେ ଏଡିଏମ୍‌ଓ ଜନସ୍ବାସ୍ଥ୍ୟ, ଜିଲାର ବିଭିନ୍ନ ଥାନା ଅଧିକାରୀ ସହ ବେଗୁନିଆ ଆଇଆଇସି, ଡ୍ରଗ୍ସ ଇନ୍ସପେକ୍ଟର, ଫୁଡ୍‌ ସେଫ୍ଟି ଅଫିସର ଏବଂ ଜଣେ ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ରହିଥିଲେ। ଏହି ଟିମ୍‌ ପ୍ରତି ମାସରେ ୫ଦିନ ଜିଲାର ବିଭିନ୍ନ ସ୍ଥାନରେ ବୁଲି ତମାଖୁ ସେବନକାରୀଙ୍କୁ ଧରି ଜରିମାନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ବେଗୁନିଆ ଥାନା ଅଧିକାରୀଙ୍କୁ ଜରିମାନା ଆଦାୟ ଲାଗି ମଧ୍ୟ ରସିଦ୍‌ ବହି ଦିଆଯାଇଥିଲା। ଏହିି ଥାନା ଅଧୀନ ସ୍କୁଲ, କଲେଜ ନିକଟରେ ତମାଖୁ ଦ୍ରବ୍ୟ ବିକ୍ରି ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଗତ ଜାନୁୟାରୀରେ ବେଗୁନିଆ ଓ ଚଟୁଆ ବଜାର ଅଞ୍ଚଳରେ ଧୂମପାନ ସେବନ କରୁଥିବା ସମୟରେ ୯ଜଣଙ୍କଠାରୁ ୧୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ପରେ ଜରିମାନା ଆଦାୟ ବନ୍ଦ ରହିଛି। ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀ କହିଛନ୍ତି, ଏଠାରେ ମୁଁ ନୂତନ ଭାବେ ଯୋଗଦେଇଛି। ଏବେ କୋଭିଡ୍‌ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ଗୁରୁତ୍ୱ ଦିଆଯାଉଛି। ଆଗକୁ ଏହି ଅଞ୍ଚଳରେ କୋଟପା ଆଇନକୁ କଡ଼ାକଡ଼ିି କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କୋଟପା ଆଇନ (୨୦୦୩)ର ସେକ୍ସନ ୪ ଅନୁଯାୟୀ ସ୍କୁଲ, କଲେଜ, ଅଡିଟୋରିୟମ, ବସ୍‌ଷ୍ଟାଣ୍ଡ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨୦୦ ଟଙ୍କା ଜରିମାନା ଦେବାକୁ ନିୟମ ରହିଛି। ସେହିପରି ଜଣେ ସେବନକାରୀଙ୍କଠାରୁ ଏକାଧିକ ଥର ଜରିମାନା ଆଦାୟ କରାଯାଇପାରିବ। ସେକ୍ସନ ୬(ଏ) ଅନୁଯାୟୀ ୧୮ବର୍ଷରୁ କମ୍‌ ବୟସର ପିଲାମାନେ ସିଗାରେଟ୍‌ ଓ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରିପାରିବେ ନାହିଁ। ଶିକ୍ଷାନୁଷ୍ଠାନର ଶହେ ଗଜ ଦୂର ମଧ୍ୟରେ ତମାଖୁ ଜାତୀୟ ପଦାର୍ଥ ବିକ୍ରି କରାଯାଇ ପାରିବ ନାହିଁ। ଏଥିପାଇଁ ମଧ୍ୟ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?