ଜୀବନର ମୂଲ୍ୟ

ଜିକାଲିର ଯୁବପିଢ଼ି ପାଖରେ ଜୀବନ ମୂଲ୍ୟର ଉତ୍କଟ ଅଭାବ ସବୁଆଡ଼େ ପରିଲକ୍ଷିତ ହେଲାଣି, ଯାହା ସମାଜ ପାଇଁ ଏକ ଆହ୍ବାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯୁବପିଢ଼ି ପାଇଁ ଶିକ୍ଷା କହିଲେ ପାଠ ଘୋଷିବା, ପ୍ରଶ୍ନୋତ୍ତର କରିବା ଏବଂ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା। ଚାକିରିଟିଏ କରି ରୋଜଗାର କରିବା ସେମାନଙ୍କ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ବୋଲି ଗ୍ରହଣ କରିସାରିଲେଣି। କିନ୍ତୁ ସାଧାରଣ ଜୀବନର ମୂଲ୍ୟ ଅଭାବରେ ଜୀବନଟା ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ, ଅସନ୍ତୁଳିତ ଓ ବିଶୃଙ୍ଖଳିତ ହୋଇଯାଏ ସେକଥାଟି ପିଲାଙ୍କ ଚିନ୍ତା ଓ ଚେତନାରେ ନାହିଁ କି ତାହା ସେମାନଙ୍କ ମୁଣ୍ଡରେ ଭର୍ତ୍ତି କରିବାକୁ ଆଜିକାଲିର ଶିକ୍ଷୟିତ୍ରୀ ଶିକ୍ଷକ ଅବା ପିତାମାତା ଜରୁରୀ ମନେକରୁନାହାନ୍ତି। ଉଦାହରଣ ସ୍ବରୂପ ଆପଣ ଆପଣଙ୍କ ପିଲାଙ୍କ କିମ୍ବା ନିଜ ପାଖାପାଖି ରହୁଥିବା ଯୁବତୀଯୁବକଙ୍କ ପାଖରେ ଏଭଳି ଆଚରଣ ନିଶ୍ଚିତ ଦେଖିଥିବେ ଯେଉଁଥିପାଇଁ ସେମାନଙ୍କର ସାମାନ୍ୟ ଅନୁସୂଚନା ନାହିଁ। ଯେମିତି କି ଘରର/ ଅଫିସ୍‌ର/ ସାଧାରଣ ସ୍ଥାନରେ ଲାଇଟ ଜଳୁଥିବ, ଫ୍ୟାନ୍‌ ବୁଲୁଥିବ, ଟ୍ୟାପ୍‌ରେ ପାଣି ବୋହିଯାଉଥିବା, ଏଭଳି ଅନେକ ଘଟଣା ଦୈନନ୍ଦିନ ଜୀବନରେ ଦେଖୁଥିବେ। ସେଗୁଡ଼ିକୁ ବନ୍ଦ କରିବା, ଜଳ, ବିଜୁଳି ଇତ୍ୟାଦିକୁ ସଂରକ୍ଷଣ ଆମର ସାମ୍ବିଧାନିକ ଓ ମାନବିକ କର୍ତ୍ତବ୍ୟ ଏକଥା ସେମାନେ ବୁଝିପାରନ୍ତି ନାହିଁ କିମ୍ବା ସେମାନଙ୍କୁ ଏ କଥାଟା ବୁଝେଇବାକୁ ଅଭିଭାବକମାନେ ହେୟଜ୍ଞାନ କରୁଛନ୍ତି। ସେଥିପାଇଁ ନିଜର ଜିନିଷପତ୍ର ଠିକ୍‌ ଭାବେ ରଖିବା, ଶୃଙ୍ଖଳିତ ଦୈନନ୍ଦିନ ବା ଜୀବନଚର୍ଯ୍ୟା, ପ୍ରକୃତି ଅନୁକୂଳ କାର୍ଯ୍ୟ କରିବା ଆଦି ସାଧାରଣ ଜୀବନ ମୂଲ୍ୟ ଆଧାରିତ ଅନୁଶାସନଯୁକ୍ତ ଜୀବନ ପ୍ରଣାଳୀ ଆଜିକାଲିର ଯୁବତୀଯୁବକମାନଙ୍କ ପାଖରେ ଦୃଶ୍ୟମାନ ହେଉନାହିଁ। ଏମିତିକି ମୋବାଇଲ ଫୋନ୍‌ ଧରି ଘଣ୍ଟା ଘଣ୍ଟା ବସିଥିବେ ଅଥଚ ବାପାମାଆଙ୍କ କାମରେ ସ୍ବତଃ ସହଯୋଗ ନିମନ୍ତେ ସାମାନ୍ୟ ସମ୍ବେଦନଶୀଳତା ଆଜିକାଲିର ଯୁବତୀଯୁବକମାନଙ୍କ ପାଖରେ ଦେଖିବାକୁ ମିଳୁନାହିଁ।
ମୋର ବ୍ୟକ୍ତିଗତ ମତ ହେଉଛି ଯେତେ ବଡ଼ ପାଠୁଆ ସେତେ ସାଧାରଣ ଜୀବନର ମୂଲ୍ୟର ଅଭାବ। ଅନେକ ଘଟଣା ଭିତରୁ କେତୋଟି ଉଦାହରଣ ଦେଉଛି। କିଛିଦିନ ତଳେ ସପରିବାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇଥିବା ସମୟରେ ପହଞ୍ଚିଲୁ ଏକ ପ୍ରମୋଦ ଉଦ୍ୟାନରେ। କେତେଜଣ ଯୁବକ ଯାହାଙ୍କ କଥାବାର୍ତ୍ତା କୌଣସି ଏକ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଭଳି ବାରିହେଉଥିଲା। ସେମାନଙ୍କ ସଂଖ୍ୟା ପ୍ରାୟ ୬ ଯୋଡ଼ି। ସେମାନଙ୍କ ପୋଷାକ ବା ପରିଧାନ ବିଷୟରେ ମୋର କିଛି କହିବାର ନାହିଁ। କିନ୍ତୁ ସେମାନଙ୍କ କେତୋଟି ଆଚରଣ ବହୁତ କଷ୍ଟ ଦେଲା। ପ୍ରଥମତଃ ସେମାନେ ଉଚ୍ଚ ସ୍ବରରେ ଯେଭଳି ଅଶ୍ଳୀଳ ଓ ଅସଭ୍ୟ ଅପଶବ୍ଦଗୁଡ଼ିକ ବ୍ୟବହାର କରୁଥିଲେ ତାହା ପର୍ଯ୍ୟଟକମାନଙ୍କ ପାଇଁ ଅରୁଚିକର ଓ ଅଶ୍ରାବ୍ୟ ତଥା ଅଶ୍ଳୀଳ ଥିଲା। ତଥାପି ସମସ୍ତେ ଚୁପ୍‌ଚାପ୍‌ ସହିଯାଉଥିଲେ। କିନ୍ତୁ ସେମାନେ ଏତେ ଉଦ୍ଧତ ଯେ ଆଗ ପଛରେ ଯାଉଥିବା ପର୍ଯ୍ୟଟକଙ୍କୁ ମଧ୍ୟ ଆକ୍ଷେପ କରିବାକୁ ପଛାଉ ନ ଥିଲେ। ଏସବୁରେ ଅତିଷ୍ଠ ହୋଇ ଜଣେ ବରିଷ୍ଠ ନାଗରିକ ସେମାନଙ୍କୁ ଶାନ୍ତିଶୃଙ୍ଖଳାରେ ଯିବାକୁ ପଦେ ଦିପଦ ଅଭିଭାବକ ଭଳି ତାଗିଦ କଲେ। ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରତିକ୍ରିୟା ଯେଭଳି ଥିଲା ଯେକେହି ଆଶ୍ଚର୍ଯ୍ୟ ପ୍ରକଟ କରିବେ। ସାଧାରଣ ଜୀବନ ମୂଲ୍ୟ ଯଦି ସେମାନଙ୍କ ପାଖରେ ଥାଆନ୍ତା ଅନ୍ତତଃ ବୟସ ଅନୁସାରେ ବୟୋବୃଦ୍ଧ ବ୍ୟକ୍ତି ଜଣକୁ ସମ୍ମାନ ଜଣାଇ ଚୁପ୍‌ ରହିଥାନ୍ତେ। କିନ୍ତୁ ଅବିବେକୀ ଓ ଅନୁଶାସନହୀନ ଯୁବତୀଯୁବକମାନେ ତାଙ୍କୁ ଅପମାନିତ କଲେ। ସାଙ୍ଗରେ ଆଣିଥିବା ମୃଦୁପାନୀୟ ବୋତଲଗୁଡିକୁ ବେପରୁଆ ଭାବେ ଫିଙ୍ଗିବା, ପ୍ୟାକେଟ ଖାଦ୍ୟ ଜରିଗୁଡ଼ିକ ଏଣେତେଣେ ଫିଙ୍ଗି ପର୍ଯ୍ୟଟନସ୍ଥଳକୁ ଅପରିଷ୍କାର କରିବା, କାନ୍ଥବାଡ଼, ଗଛରେ ବିଭିନ୍ନ କଥା ଲେଖିବା ଭଳି କାମ କରିଚାଲିଲେ। ଏଭଳି ବିଯୁକ୍ତ ପାଠୁଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ଆଜିକାଲି କୌଣସି ପ୍ରମୋଦ ଉଦ୍ୟାନକୁ ପରିବାର ସହ ଯିବାକୁ ଲାଜ ଲାଗୁଛି।
ସାଧାରଣ ନାଗରିକ ଦାୟିତ୍ୱ ମଧ୍ୟ ଆଜିର ଯୁବଗୋଷ୍ଠୀ ଭୁଲିଯାଉଛନ୍ତି। ସେଥିପାଇଁ ସବୁ ଜାଗାରେ କୁଢ଼ କୁଢ଼ ପଲିଥିନ୍‌, ପ୍ଲାଷ୍ଟିକ୍‌ ବୋତଲ ଆଦି ପର୍ଯ୍ୟାବରଣ ପ୍ରତିକୂଳ ସାମଗ୍ରୀ ସବୁଆଡ଼େ। ମହାତ୍ମା ଗାନ୍ଧୀ ୭ଟି ପାପ ସମ୍ବନ୍ଧରେ କହୁଥିଲେ ଯଥା-ପରିଶ୍ରମ ବିନା କାମ, ବିବେକ ବିନା ଆନନ୍ଦ, ଚରିତ୍ର ବିନା ଜ୍ଞାନ, ନୈତିକତା ବିନା ବ୍ୟବସାୟ, ମାନବତା ବିନା ବିଜ୍ଞାନ, ବଳିଦାନ ବିନା ଧର୍ମ ଏବଂ ସିଦ୍ଧାନ୍ତ ବିନା ରାଜନୀତି। କିନ୍ତୁ ଆଜି ସମାଜରେ ଏସବୁ ଜୀବନ ମୂଲ୍ୟର ଅଭାବ ହେତୁ ସମାଜରେ ଅସନ୍ତୁଳନକୁ ଗଭୀର କରିଦେଇଛି। ହେଲେ ଆମେ ସବୁ ପ୍ରତିମା ପୂଜାର ଉପାସକ ହୋଇଛନ୍ତି। ଭାଷଣରେ କଣ୍ଠଫଟେଇ ତାଙ୍କ ଗୁଣ ବନ୍ଦନାରେ ବ୍ୟସ୍ତ। କେବଳ ଗାନ୍ଧୀଙ୍କ ଫଟୋ ଧରି ଆନ୍ଦୋଳନ କରିବା ବା ନିଜର ଆଦର୍ଶ କହିଦେଲେ କାମ ଚଳିବନାହିଁ। ମହାପୁରୁଷଙ୍କ କଥାକୁ ମାନି ନିଜକୁ ସେମାନଙ୍କ ଯୋଗ୍ୟ ଦାୟାଦ ବା ସମାଜର ଜଣେ ଉପଯୋଗୀ ଯୋଗ୍ୟ ନାଗରିକ ଭାବରେ ନିଜକୁ ଉପସ୍ଥାପିତ କରିବା ରାଷ୍ଟ୍ରୀୟ କାର୍ଯ୍ୟ। କିନ୍ତୁ ଆଜିକାଲି ଏମିତି ପରିସ୍ଥିତି ହେଲାଣି ଯେ ନିଜ ପିଲାମାନଙ୍କୁ ମଧ୍ୟ କୌଣସି କାମ କରିବାକୁ କହିଲେ ଆମର ଲାଭ କ’ଣ ବୋଲି ପଚାରିବାକୁ ପଛାଉ ନାହାନ୍ତି। ମାନେ ଆଜି ସବୁଠି ଲାଭକ୍ଷତିର ହିସାବ। ସେଥିପାଇଁ ସମାଜ ଏକ ପ୍ରକାର ପ୍ରୟୋଜନବାଦୀ ବା ସୁବିଧାବାଦୀ ମାନସିକତାର ବଶବର୍ତ୍ତୀ। ଏମିତି କି କାହାକୁ ବିଶ୍ୱାସ କରିବା ସମ୍ଭବ ହେଉନାହିଁ। କିନ୍ତୁ ଏହା ମାନବ ସମାଜର ଅଜସ୍ର କ୍ଷତି କରିବ। ତେଣୁ ପିଲାବେଳୁ ପିଲାଙ୍କ ଭିତରେ ଅନୁଶାସନ ସହ ଛୋଟ ଛୋଟ ସଂସ୍କାର ପ୍ରତି ଯଥେଷ୍ଟ ଧ୍ୟାନ କୈନ୍ଦ୍ରିକ କରିବାକୁ ପିତାମାତା, ପରିବାର ଓ ଶିକ୍ଷାନୁଷ୍ଠାନ ତଥା ସମାଜର ପ୍ରତ୍ୟେକ ସଦସ୍ୟାସଦସ୍ୟଙ୍କର ଗୁରୁଦାୟିତ୍ୱ।
ସହକାରୀ ପ୍ରଫେସର,
ବିକ୍ରମଦେବ ବିଶ୍ବବିଦ୍ୟାଳୟ,
ଜୟପୁର, କୋରାପୁଟ
ମୋ: ୯୪୩୭୯୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?