୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର ଡେଲ୍ଲାସରେ ରହୁଥିବା ଛାତ୍ର ଅନଫୋନ୍‌ସୋ ଫ୍ଲୋର୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ ଥିଲା। ଅପରେଶନ ପରେ ତାଙ୍କର ଉଚ୍ଚତା ୬ ଫୁଟ ୧ ଇଞ୍ଚ ହୋଇଛି।
ରିପୋର୍ଟ ଅନୁଯାୟୀ, ୨୮ ବର୍ଷୀୟ ଫ୍ଲୋର୍ସ ଜଣେ ମେଡିକାଲ ଛାତ୍ର। ସବୁବେଳେ ସେ ତାଙ୍କ ଉଚ୍ଚତା ଆହୁରି ଅଧିକ ବୃଦ୍ଧି କରିବାକୁ ଚାହୁଁଥିଲେ। ‘ଲିମ୍ବ ଲେନ୍‌ଥେନିଂ’ ସର୍ଜରୀ ମାଧ୍ୟମରେ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇଛି। ଲସ୍‌ ଭେଗାସ୍‌ ସ୍ଥିତ ‘ଲିମ୍ବପ୍ଲେକ୍ସ ଇନ୍‌ଷ୍ଟିଚ୍ୟୁଟ୍‌’ର ହାଓ୍ବାର୍ଡ ତାଲିମପ୍ରାପ୍ତ ଅର୍ଥୋପେଡିକ୍ସ ସର୍ଜନ ଡ. କେଭିନ୍‌ ଦେବୀପ୍ରସାଦଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା। ମାତ୍ର ଏହି ଅପରେସ୍‌ନ ବହୁତ ମହଙ୍ଗା।
ଡ. କେଭିନଙ୍କ କହିବାନୁଯାୟୀ, ଏହି କସ୍‌ମେଟିକ୍‌ ସର୍ଜରୀ ମାଧ୍ୟମରେ ଶରୀରର ଉଚ୍ଚତା ବଢ଼ାଯାଇ ପାରିବ, ମାତ୍ର ଏହା ବହୁତ ମହଙ୍ଗା। ଏହି ଅପରେଶନ ପାଇଁ ଫ୍ଲୋର୍ସଙ୍କୁ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଫ୍ଲୋର୍ସଙ୍କ ଅସ୍ତ୍ରୋପଚାରର ପୂର୍ବ ଏବଂ ପରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରକ୍ରିୟାରେ ଦ୍ୱାରା ଉଚ୍ଚତା ୬ ଇଞ୍ଚ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ ବୋଲି କୁହାଯାଇଛି।
ଏ ନେଇ ଫ୍ଳୋର୍ସ କୁହନ୍ତି, ୫ଫୁଟ ୧୧ ଇଞ୍ଚ ବହୁତ ଭଲ ଉଚ୍ଚତା। ମାତ୍ର ଏହାଠାରୁ ଆଧିକ ଲମ୍ବା ହେବାକୁ ମୁଁ ଚାହୁଁଥିଲେ। ଯାହା ଏବେ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଖ୍‌ ସମ୍ପ୍ରଦାୟକୁ ସମ୍ମାନିତ କରିବା ଲାଗି ଆମେରିକା ସିନେଟରେ ପ୍ରସ୍ତାବ ଗୃହୀତ

ଓ୍ବାଶିଂଟନ,୧୭ା୧୧(ପି.ଟି.): ଶିଖ୍‌ ଧର୍ମଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ଅବସରରେ ଏହାର ଐତିହାସିକ, ସାଂସ୍କୃତିକ ଓ ଧାର୍ମିକ ଗୁରୁତ୍ୱ ସମେତ ଆମେରିକାର ଅଭିବୃଦ୍ଧିରେ ଶିଖ୍‌ମାନଙ୍କ ଅବଦାନକୁ...

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି।...

ମୁଣ୍ଡରେ ଭୁଲ୍‌ ସ୍ବସ୍ତିକ ଚିହ୍ନ ଆଙ୍କିଥିବା ଏହି ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ, କାରଣ ଜାଣିଲେ…

କାନବେରା,୨୬।୨: ଅଷ୍ଟ୍ରେଲିଆ ପୋଲିସ ଏମିତି ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ଯାହାଙ୍କ ମୁଣ୍ଡରେ ସ୍ବସ୍ତିକ ଚିହ୍ନ ଅଙ୍କାଯାଇଛି। ଏହି ବ୍ୟକ୍ତି ଜଣକ ମା ଏବଂ ଝିଅ ଉପରେ...

ଆଇଏସ୍‌ର ଶିୟା ମୁସଲମାନଙ୍କୁ ଟାର୍ଗେଟ: ଯେଉଁଠି ଥିଲେ ବି ଖୋଜି ବାହାର କରିବୁ

କାବୁଲ,୧୭ ।୧୦: ଆଫଗାନିସ୍ତାନରେ ତାଲିବାନ ଶାସନ ଗାଦି ମାଡି ବସିବା ପରେ ଏବେ ସେ ଶିୟା ମୁସଲମାନଙ୍କୁ ଟାର୍ଗେଟ କରିଛି । ଲଗାତାର ଭାବେ ଏମାନଙ୍କ...

୯୦୦ କଲ୍‌ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…

ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା...

୧୩୧.୧୫ କେଜିର ବିବାହ ଡ୍ରେସ୍‌ କେକ୍‌

ବର୍ନ: ସୁଇଜରଲାଣ୍ଡର ଜଣେ ମହିଳା କେକ୍‌ ଡ୍ରେସ୍‌ ତିଆରି କରି ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନିଜ ନାମ ଲେଖାଇଛନ୍ତି। ଗତ ମାସ ୧୫ ତାରିଖରେ ଆୟୋଜିତ...

ଆସିଲା ଭଲ ଖବର: ଆଣ୍ଟି-ପାରାସାଇଟ୍ ଔଷଧ ଦ୍ୱାରା ୪୮ ଘଣ୍ଟାରେ ନଷ୍ଟ ହେଲା କରୋନା ଭୂତାଣୁ !

ନୂଆଦିଲ୍ଲୀ/ମେଲବୋର୍ନ,୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି । ତେବେ କରୋନା ଭୂତାଣୁକୁ ମାତ୍ର ୪୮ ଘଣ୍ଟାରେ ନଷ୍ଟ କରାଯାଇଥିବା ଖବର ମିଳିଛି...

ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଚରରେ ‘ହ୍ୟୁମାନୋଏଡ୍‌ ରୋବୋ’

ରିୟାଧ: ଦୁବାଇର ମ୍ୟୁଜିୟମ୍‌ ଅଫ୍‌ ଦ ଫ୍ୟୁଜର୍‌ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଉ ଜଣେ ନୂଆ ମେମ୍ବରଙ୍କୁ ସାମିଲ କରିବାକୁ ଯାଉଛନ୍ତି। ତେବେ ନୂଆ ମେମ୍ବର...

Advertisement
Archives

Model This Week