ଜନକଲ୍ୟାଣ ଯୋଜନାରେ ଦୁର୍ନୀତି, ହରିଲୁଟ୍‌

ଯାଜପୁର ଅଫିସ/ କୋରେଇ, (ଡି.ଏନ.ଏ.)୯ା୨: ଯାଜପୁର ଜିଲା କୋରେଇ ବ୍ଲକରେ ଏମଜିଏନଆର୍‌ଇଜିଏସ୍‌ ଯୋଜନା, ଆବାସ, ଡ୍ରେନେଜ, ଜଳସେଚନ ଆଦି ଜନହିତକର ଯୋଜନାରେ ଦୁର୍ନୀତି ବରଗଛ ଓହଳ ପରି ଲମ୍ବି ଚାଲିଛି । ଏନେଇ ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ। ବରଂ ବ୍ଲକ କାର୍ଯ୍ୟାଳୟ ଅଧୀନରେ ୫ ଓ ୧୦ ବର୍ଷରୁ ଊର୍ଦ୍ଧ୍ୱ ଦିନ ଧରି ଗାଦି ମାଡି ବସିଥିବା କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ପୁଣି ଦୁର୍ନୀତି, ପ୍ରିୟାପ୍ରୀତି, ହରିଲୁଟ କରିବାକୁ ପ୍ରୋସତ୍ାହନ ମିଳୁଛି। ୧୪ ଜଣ ଅଧିକାରୀ ଓ କର୍ମଚାରୀଙ୍କ ଏହି ବ୍ଲକରେ ମୋହ ତୁଟୁ ନ ଥିବାରୁ ଯେତେ ବଦଳି ନିର୍ଦ୍ଦେଶ ହେଲେ ବି କଳେବଳେ କୌଶଳେ ତାକୁ ବାତିଲ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ସ୍ଥାନୀୟ ନେତାଙ୍କ ହାତ ରହୁଛି ବୋଲି ଚର୍ଚ୍ଚା ହେଉଛି । ଫଳରେ କୋରେଇ ବ୍ଲକର ବିକାଶ ଉପରେ ବିନାଶ ଭାରି ପଡିଛି ବୋଲି ମତପ୍ରକାଶ ପାଇଛି।

ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ଏବଂ ସେମାନଙ୍କ କ୍ରୟଶକ୍ତି ବୃଦ୍ଧି ଉଦ୍ଦେଶ୍ୟରେ ସଂସଦରେ ଗୃହୀତ ଆଇନ ବଳରେ ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ପ୍ରାକୃତିକ ସମ୍ବଳ ଯଥା:-ଜଳ ଅମଳ ପ୍ରକଳ୍ପ, ପୋଖରୀ ପୁନରୁଦ୍ଧାର, ମରୁଡ଼ି ନିରାକରଣ ଏବଂ ଗରିବଙ୍କ ଜମିର ଉନ୍ନୟନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ରହିଛି ା କିନ୍ତୁ ଯାଜପୁର ଜିଲାରେ ସେହି ଯୋଜନା ପାଣ୍ଠି ବିନିଯୋଗରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ୬୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବାବେଳେ ପ୍ରାକୃତିକ ସମ୍ବଳ ସୃଷ୍ଟି କ୍ଷେତ୍ରରେ ମାତ୍ର ୩୫ ପ୍ରତିଶତ ଖର୍ଚ୍ଚ କରାଯାଇଛି । ଯାଜପୁର ଜିଲାରେ ଏମ୍‌ଜିଏନଆରଇଜିଏସ୍‌ ଅନ୍ୟ ସାଧାରଣ ଯୋଜନା ଭଳି ଅମଲାତନ୍ତ୍ର ଏବଂ ଠିକାଦାରଙ୍କ ଜାଲରେ ଛନ୍ଦି ହୋଇ ଦିଗହରା ହୋଇଥିବା ପରିଲକ୍ଷିତ ହେଉଛି । ଗାଇଡ୍‌ ଲାଇନ ଅନୁସାରେ ଉକ୍ତ ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିରୁ ଲୋକଙ୍କୁ ମଜୁରୀ ଦେବାରେ ୬୦ପ୍ରତିଶତରୁ କମ ଖର୍ଚ୍ଚ ହେବ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ମାତ୍ର ବାସ୍ତବପକ୍ଷେ ଏଥିରୁ ୫୦ ପ୍ରତିଶତ ମେଶିନ ଦ୍ୱାରା ଖର୍ଚ୍ଚ ହେଉଛି । ମିଥ୍ୟା ମଷ୍ଟରରୋଲ ତିଆରି କରି ଶ୍ରମିକଙ୍କ ନାମରେ ଏମ୍‌ଜିଏନଆରଇଜିଏସ୍‌ ଟଙ୍କା ହରିଲୁଟ ହେଉଛି । ଏହାର ଗଳାବାଟ ପ୍ରସ୍ତୁତ କରିବାକୁ ଯାଇ ଏମ୍‌ଜିଏନଆରଇଜିଏସ୍‌ରେ ଅନ୍ୟ ଏକ ଯୋଜନାକୁ ସାମିଲ କରାଯାଉଛି। ଯେଉଁଠି ମେଶିନ ଚାଲିଥିବା ଅଭିଯୋଗ ହେଉଛି ସେଠାରେ ଅନ୍ୟ ଏକ ଯୋଜନାକୁ ସାମିଲ କରାଯାଇଛି ବୋଲି ଦର୍ଶାଇ ଦାୟିତ୍ୱରେ ଥିବା ଅଧିକାରୀମାନେ ମୁକୁଳି ଯାଉଛନ୍ତି। ଯାହାକି କୋରେଇ ବ୍ଲକରେ ଏଭଳି ଚଞ୍ଚକତା ଅଧିକ ଦେଖିବାକୁ ମିଳିଛି। ଉକ୍ତ ବ୍ଲକରେ ୩୨,୮୪୭ ଜଣଙ୍କ ପାଖରେ ବର୍ତ୍ତମାନ ଜବ୍‌କାର୍ଡ ରହିଛି। ହେଲେ ବୁଧବାର ସୁଦ୍ଧା ମାତ୍ର ୧୩୩ ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ଏମ୍‌ଜିଏନଆରଇଜିଏସ୍‌କୁ ତଦାରଖ ଏବଂ ପରିଚାଳନା କରିବାକୁ ପଞ୍ଚାୟତସ୍ତରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ), ଏମ୍‌ଜିଏନଆରଇଜିଏସ୍‌ ଆସିଷ୍ଟାଣ୍ଟ, ଜିଆରଏସ୍‌ ପ୍ରମୁଖ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି।

ଅନ୍ୟପକ୍ଷେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୨୦ା୧୨ା୨୦୨୨ ସୁଦ୍ଧା ଉକ୍ତ ବ୍ଲକର ୨ ଜଣ ପିଇଓ ଶ୍ରୀବାସ କୁମାର ରାଉତ ଏବଂ ସଂଯୁକ୍ତା ସାହୁଙ୍କ ୧୦ ବର୍ଷ ହେଲା ବଦଳି ହୋଇନାହିଁ। ସେହିପରି ପିଇଓ ଗୌରାଙ୍ଗଚରଣ ପ୍ରଧାନ ୩ା୨ା୨୦୧୬ରୁ ଓ ନାରାୟଣ ଚନ୍ଦ୍ର ବେହେରା ୭ା୯ା୨୦୧୭ରୁ ଏଠାରେ ଅବସ୍ଥାପିତ ଅଛନ୍ତି। ବିଡମ୍ବନା ଯେ, ଏମ୍‌ଜିଏନଆରଇଜିଏସ୍‌ ଆସିଷ୍ଟାଣ୍ଟ ଭାବେ ନିରୋଧ କୁମାର ପାଢୀ ୪ା୧୧ା୨୦୧୨ ଓ ଶାନ୍ତିଲତା ଜେନା ୫ା୧୧ା୨୦୧୨ରୁ କୋରେଇ ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଏସିପି ଅନିଲ କୁମାର ସାହୁ ମଧ୍ୟ ୧୭ା୮ା୨୦୦୮ରୁ ଏଠାରେ କାମ କରୁଛନ୍ତି। ଅନ୍ୟପକ୍ଷେ ବିପିଏ ରଞ୍ଜନ କୁମାର ଓଝା, ଡବ୍ଲ୍ୟୁଇଓ ସେକ୍ସନର ଡିଇଓ ସୁଦର୍ଶନ ସାମଲ, ବିଏସ୍‌ଏସ୍‌ଓ ସେକ୍ସନ ପିଏ ମନିଷା ପରିଡ଼ା, ଏଡିବ୍ଲ୍ୟୁଓ ହେମନ୍ତ କୁମାର ଜେନା, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଉତ୍ତମ ଚନ୍ଦ୍ର ରଣା, ଆସିଷ୍ଟାଣ୍ଟ ଫିସରୀ ଅଫିସର ଗାୟତ୍ରୀ ନାୟକ ପ୍ରମୁଖଙ୍କ ୫ ବର୍ଷରୁ ଊର୍ଦ୍ଧ୍ୱ ହେଲା ବଦଳି ହୋଇନାହିଁ। ଏ ସଂକ୍ରାନ୍ତରେ କୋରେଇ ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କ ମତାମତ ନେବାକୁ ବୁଧବାର ସନ୍ଧ୍ୟାରେ ତାଙ୍କୁ ଏକାଧିକ ଥର ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବନ୍ୟାପାଣିରେ ଭାସିଯାଇଥିଲେ ଯୁବକ, ୪ଦିନ ପରେ ମୃତଦେହ ଉଦ୍ଧାର

ଧାମନଗର,୧୭।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକ ଦିହୁଡ଼ି-ଆନନ୍ଦପୁର ପଞ୍ଚାୟତ ପାହଡ଼ପୁର ଯେନାସାହି ଗ୍ରାମର ଗଣେଶ ଜେନା (୫୨)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜର ୪ଦିନ ପରେ ଜଙ୍ଗଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri