ଡେରାବିଶ ମହିଳା ଶିଶୁ ସମନ୍ବିତ ବିଭାଗରେ ଦୁର୍ନୀତି

ଡେରାବିଶ,୧୫ା୭(ସ୍ବ.ପ୍ର.): ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କେନ୍ଦ୍ରପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଧୀନ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା  କିଟ୍‌ ଓ ଖେଳଣା କିଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ଦୁର୍ନୀତିର ଚେର ଏତେ ଲମ୍ବିଛି ଯେ ଏହି ଯୋଜନା ଶିଶୁ ବିକାଶ ନା ଶିଶୁ ବିନାଶ ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିଛନ୍ତି।
ସୂଚନା ଅନୁଯାୟୀ, ବ୍ଳକ ଅଧୀନ ୨୬ ପଞ୍ଚାୟତରେ ୩୨୪ ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ଶତାଧିକ ଶିଶୁଙ୍କ ଭବିଷ୍ୟତ ଗଢା ହେଉଥିବା ବେଳେ ନିକଟରେ ପ୍ରତି କେନ୍ଦ୍ରକୁ ପ୍ରାଥମିକ ଚିକିସତ୍ା କିଟ୍‌ ଓ ଖେଳଣା କିଟ୍‌ ଯୋଗାଇ ଦିଆଯାଇଛି। ପ୍ରତି ପ୍ରାଥମିକ ଚିକିତ୍ସା  କିଟ୍‌ ପାଇଁ ୧୫ଶହ ଟଙ୍କା ଓ ଖେଳଣା କିଟ୍‌ ପାଇଁ ୨୫ଶହ ଟଙ୍କା ବ୍ୟୟ ବରାଦ ହୋଇଛି। ହେଲେ ଏଥିରେ ବଡ ଧରଣର ଦୁର୍ନୀତି ହୋଇଛି ବୋଲି ବହୁ ଅଙ୍ଗନୱାଡି କର୍ମୀ ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି କିଟ୍‌ କିଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଯାଇଥିବା ବେଳେ କେତେଜଣ ବ୍ୟକ୍ତି ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ଏହି କିଟ୍‌ଗୁଡିକ ଜବରଦସ୍ତ ଦେଇ ଟଙ୍କା ନେବା ପାଇଁ ଜୁଲମ କରୁଥିବା ଅଭିଯୋଗ ହୋଇଛି।ଏପରିକି ପ୍ରାଥମିକ ଚିକିତ୍ସା  କିଟ୍‌ ମୂଲ୍ୟ ୧୫ଶହ ଟଙ୍କା ସ୍ଥିର ହୋଇଥିବା ବେଳେ ଯୋଗାଇ ଦିଆଯାଇଥିବା କିଟ୍‌ରେ ୫ଶହରୁ ୭ଶହ ଟଙ୍କା ହେବ ବୋଲି ଦେଖିବାକୁ ମିଳିଛି। ସେହିପରି ଖେଳଣା କିଟ୍‌ର ମୂଲ୍ୟ ୨ହଜାର ୫ଶହ ଟଙ୍କା ହୋଇଥିବା ବେଳେ କେନ୍ଦ୍ରମାନଙ୍କୁ ଦିଆଯାଇଥିବା କିଟ୍‌ରେ ଯେଉଁ ଖେଳଣା ରହିଛି ତାହାର ମୂଲ୍ୟ ୮ଶହରୁ ୧ହଜାର ଟଙ୍କା ମଧ୍ୟରେ ହେବ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଭିନ୍ନ ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏ ସମ୍ପର୍କରେ ବ୍ଳକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସ୍ନେହଲତା ସାହୁଙ୍କୁ ପଚାରିବାରୁ ସେ ଅଙ୍ଗନୱାଡି କର୍ମୀଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଏହି କିଟ୍‌ କିଣିବା ପାଇଁ କର୍ମୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ସେମାନେ ନ କିଣି ବାହାର ଲୋକଙ୍କଠାରୁ କାହିଁକି କିଣିଲେ ବୋଲି କହିଥିଲେ। ଏ ସମ୍ପର୍କରେ ସେ ବିଭିନ୍ନ କେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି। ଭେଣ୍ଡରମାନଙ୍କୁ କାର୍ଯ୍ୟାଳୟ ତରଫରୁ କିଟ୍‌ ଯୋଗାଇ ଦେବାକୁ ଅଘୋଷିତ ଭାବେ ଅନୁମତି ପ୍ରଦାନ କରାଯାଇଛି ବୋଲି ଅଙ୍ଗନୱାଡି କର୍ମୀମାନେ ଅଭିଯୋଗ କରିଥିବା ବେଳେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଏହାକୁ ଖଣ୍ଡନ କରିଛନ୍ତି। ଯଦି ବାଡ ଫସଲ ଖାଏ ତେବେ ଫସଲର ସୁରକ୍ଷା କିଏ ଦେବ, ସମନ୍ବିତ ଶିଶୁ ବିକାଶ ଯୋଜନା ଶିଶୁ ବିନାଶ ଯୋଜନାରେ ପରିଣତ ନ ହେବା ପାଇଁ ଏହାର ତଦନ୍ତ ଜରୁରୀ ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ରଘୁନାଥ ଶତପଥି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?