ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି

ଯାଜପୁର ଅଫିସ,୨।୭: ଚାଷୀଙ୍କୁ ସେବା ଯୋଗାଇ ଦେବାକୁ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ) ପ୍ରତିଷ୍ଠା କରାଯାଇଛି। ଅଥଚ ଯାଜପୁର ଜିଲାର ପ୍ୟାକ୍ସଗୁଡ଼ିକରେ ସେବା ନାମରେ ଶତାଧିକ ଚାଷୀଙ୍କ ଋଣ, ବୀମା ଓ ଧାନ ବିକ୍ରି ଅର୍ଥ ହରିଲୁଟ ହେଉଛି। ପୂର୍ବରୁ ଏମିତି ଏକାଧିକ ଅଭିଯୋଗ ସାମ୍‌ନାକୁ ଆସିଛି। ଏବେ ଜିଲାର ବଡ଼ଚଣା ପ୍ୟାକ୍ସରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେତେଜଣ ନକଲି ଚାଷୀଙ୍କ ନାମ ପଞ୍ଜୀକରଣ କରି ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିବା ସମବାୟ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ରାଜ୍ୟ ସମବାୟ ସମିତି ନିବନ୍ଧକ ତଥା ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଆର୍‌ସିଏସ୍‌) ତାଙ୍କ ପତ୍ରସଂଖ୍ୟା ୯୫୬୬/୩୦ା୬ା୨୦୨୧ରେ ଏକ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଡେପୁଟି ରେଜିଷ୍ଟ୍ରାର (କ୍ରେଡିଟ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ତଦନ୍ତ କରାଗଲେ ମାର୍କଣ୍ଡପୁର ପ୍ୟାକ୍ସ ପରେ ବଡଚଣା ପ୍ୟାକ୍ସରେ ପୁଣି ଏକ ମହାଦୁର୍ନୀତିର ପର୍ଦ୍ଦାଫାଶ ହେବ ବୋଲି ଚାଷୀମାନେ କହିଛନ୍ତି।
ଚାଷୀ ଚିନ୍ତାମଣି ଜେନା ଏବଂ ଅନ୍ୟ ୧୦ ଜଣ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବଡ଼ଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ବିକାଶ କୁମାର ସ୍ବାଇଁ କେତେଜଣ ବ୍ୟକ୍ତିଙ୍କୁ ଚାଷୀ ବୋଲି ଦର୍ଶାଇ ନାମ ପଞ୍ଜୀକରଣ କରିଛନ୍ତି। ବେପାରୀମାନଙ୍କୁ ଧରି ଅଭିଯୋଗକାରୀଙ୍କ ପୈତୃକ ଚାଷଜମିକୁ ସେହି ନକଲି ଚାଷୀଙ୍କ ନାମ ସହିତ ଯୋଡ଼ି ଦିଆଯାଇଛି। ଏଥିରେ ଧୀରେନ୍ଦ୍ର ସାମଲ, ଦେବେନ୍ଦ୍ର ସାମଲ, ତ୍ରିଲୋଚନ ବେହେରା, ରଞ୍ଜନ କୁମାର ରାଉତ, ପଦ୍ମନାଭ ରାଉତ, ଚନ୍ଦ୍ରହାସ ଜେନା, କାର୍ତ୍ତିକ ଜେନା, ରବୀନ୍ଦ୍ର ବେହେରା ପ୍ରମୁଖ ଚାଷୀଙ୍କ ନାମ ରହିଛି। ଏହି ନକଲି ଚାଷୀଙ୍କୁ ଜମି ମାଲିକଙ୍କ ପୁତୁରା, ନାତି, ପୁଅ ଆଦି ସମ୍ପର୍କ ଦର୍ଶାଯାଇଛି। ସେମାନଙ୍କ ନାମରେ ପ୍ରାୟ ୩ ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଜାରି କରାଯାଇଛି। ଏଥିଯୋଗୁ ପ୍ରକୃତ ଚାଷୀ ଧାନ ବିକ୍ରି କରି ପାରି ନ ଥିବା ବେଳେ ନକଲି ଚାଷୀଙ୍କ ନାମରେ ଟୋକନ ଜାରି କରାଯାଇଛି। ସମ୍ପାଦକ ସ୍ବାଇଁ ଯେତେବେଳେ ଡାଟା ଏଣ୍ଟ୍ରି ଅପରେଟର ଥିଲେ, ସେତେବେଳେ ଜମି ମାଲିକଙ୍କ ଅଜାଣତରେ ଜାଲ କାଗଜପତ୍ର ତିଆରି କରି ନିଜ ସମ୍ପର୍କୀୟଙ୍କୁ ଧରି ଲକ୍ଷାଧିକ ଟଙ୍କା ଆମତ୍ସାତ୍‌ କରିଛନ୍ତି। ବର୍ତ୍ତମାନ ଧାନକିଣା ସମୟରେ ସେ ଭାରପ୍ରାପ୍ତ ସମ୍ପାଦକ ପଦବୀରେ ରହି ଏଭଳି ଚଞ୍ଚକତା କରୁଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରାଯାଇଥିଲା। ହେଲେ ସେହି ଅଭିଯୋଗକୁ ଚାପି ଦେବା ପାଇଁ ସେ ଉଦ୍ୟମ କରିଛନ୍ତି ବୋଲି ଚାଷୀମାନେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ବଡ଼ଚଣା ପ୍ୟାକ୍ସ ଭାରପ୍ରାପ୍ତ ସମ୍ପାଦକ ସ୍ବାଇଁ କହିଛନ୍ତି, କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ। ସବୁ ଠିକ୍‌ ଅଛି। ଯେଉଁ ଅଭିଯୋଗ ଚାଷୀମାନେ କହିଛନ୍ତି ସେତେବେଳେ ସେ ସମ୍ପାଦକ ଦାୟିତ୍ୱରେ ନ ଥିଲେ ବୋଲି ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ତଦନ୍ତ ଭାର ଡିଆରସିଏସ୍‌ଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri