ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର ବିଷୟ ଶେଷ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିପାରୁନାହାନ୍ତି। ଏଥିରୁ ପ୍ରମାଣ ହେଉଛି ଗତ ବୈଠକରେ ଆଲୋଚନା ହୋଇ ନିଆଯାଇଥିବା ନିଷ୍ପତ୍ତି ଗୁଡିକୁ ଅଣଦେଖା କରାଯାଇଛି। ଅନେକ ଦୁର୍ନୀତିର ଅନୁସନ୍ଧାନ ତଥା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନେ ଉତ୍ସାହ ନ ଦେଖାଇବା ଦୁର୍ଭାଗ୍ୟଜନକ। ଜନପ୍ରତିନିଧି ହୁଅନ୍ତୁ କି ଅଧିକାରୀ ଦୁର୍ନୀତି ପ୍ରସଙ୍ଗରେ କାହାକୁ ବି ବରଦାସ୍ତ ନକରି ତାଙ୍କ ବିରୋଧରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ କହିଥିଲେ।
ବିଧାୟକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଚଞ୍ଚଳ ରଣା, ଅତିରିକ୍ତ ଜିଲାପାଳ ଅନନ୍ତ ସିଂ ଲାଗୁରି ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ଦିଲୀପ ପଟେଲ ମଞ୍ଚାସୀନ ଥିଲେ । ବୈଠକରେ ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମ ପାଇଁ ଆବଶ୍ୟକ ଭୂମି ଅଧିଗ୍ରହଣ ଓ ସୌନ୍ଦଯର୍ର୍‌ୟକରଣ ଯୋଜନା ପ୍ରସ୍ତୁତି ପାଇଁ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମହାରାଣୀ ସାଗର, ରାଣୀବନ୍ଧ ସୌନ୍ଦଯର୍ର୍‌ୟକରଣ କାମ କାହିଁକି ଆରମ୍ଭ ହେଉନାହିଁ ବୋଲି ବିଧାୟକ ମିଶ୍ର ପ୍ରଶ୍ନ କରିଥିଲେ। କରଙ୍ଗାକଟା କାମ ଆରମ୍ଭ ହୋଇସାରିଛି। ଶୀଘ୍ର ରାଣୀବନ୍ଧ କାମ ଆରମ୍ଭ ହେବ ଏବଂ ମହାରାଣୀ ସାଗର ପାଇଁ ନିଯୁକ୍ତ ଏଜେନ୍ସି ଏନ୍‌ବିସିସି ସହିତ ତହସିଲ ଏବଂ ମ୍ୟୁନିସିପାଲିଟି ଅଧିକାରୀ ମହାରାଣୀ ସାଗର ଲେଆଉଟ କାମ ଆରମ୍ଭ କରନ୍ତୁ ବୋଲି ଜିଲାପାଳ ଅଧିକାରୀଙ୍କୁ କହିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣରେ ଏକ ସବିଶେଷ ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ବିସ୍ଥାପିତଙ୍କ ପାଇଁ ନିର୍ମାଣ ହେଉଥିବା ବାସଗୃହ ମାନଙ୍କରେ ପିଇବା ପାଣି ପାଇପ ସଂଯୋଗକୁ ତ୍ୱରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସହର ଚାରିକଡରେ ଚାଲିଥିବା ରିଂରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି। ଆଗାମୀ ୩ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲେକସ୍ପଷ୍ଟ ଘୋଷଣା କରାଯାଇଥିବା ଦେଓଗାଁ ଛକରେ ଥିବା ଅନଧିକାର ନିର୍ମାଣକୁ ହଟାଇ ରାସ୍ତା ପ୍ରଶସ୍ତିକରଣ କରାଯିବା ଉପରେ ପଦକ୍ଷେପ ନେବାକୁ ବିଧାୟକ ମିଶ୍ର କହିଥିଲେ। ସହରର ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ବିଶେଷ ଧ୍ୟାନ ଦେବା ସହ ରାମଚନ୍ଦ୍ରପୁର, ଅର୍ଜୁନପୁର ଠାରେ ଆଉଟପୋର୍ଟ ଏବଂ ସହରର ମଧ୍ୟରେ ଆଉ ଗୋଟିଏ ଟାଉନ ଥାନା ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଛି ବୋଲି ଜିଲାପାଳ ଜଣାଇଥିଲେ। ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଟିପାଲି ସ୍କୁଲକୁ ପୁଣି ଚାଲୁ କରିବା, ସୁଦପଡା ଛକଠାରେ ବିପଦପୂର୍ଣ୍ଣ ଭାବରେ ଥିବା ପ୍ରାଥମିକ ସ୍କୁଲ ପାଇଁ ନୂଆ ଜାଗା ଚିହ୍ନଟ କରିବାକୁ ବିଧାୟକ ମିଶ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ବେଳେ ଡାକ୍ତର ସମସ୍ୟା, ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା ା କ୍ରୀଡା ଆଲୋଚନା ବେଳେ ପିଆର ହାଇସ୍କୁଲ ପଡିଆରେ ଏକ ସୁଇମିଂ ପୋଲ, ଟାଉନ ହାଇସ୍କୁଲ ଠାରେ ହକି ଷ୍ଟାଡିୟମ ନିର୍ମାଣ, ଜରାସିଂହା ମିନି ଷ୍ଟଡିୟମ ନିର୍ମାଣ, ଦେଓଗାଁ, ଅର୍ଜୁନପୁର ଏବଂ ଚୁଡାପାଲିଠାରେ ଗୋଟିଏ ଲେଖାଏ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବାକୁ ଅତିରିକ୍ତ ଜିଲାପାଳ ଅନନ୍ତ ସିଂ ଲାଗୁରିଙ୍କୁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri