ବିକାଶ ପ୍ରକଳ୍ପରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ବଲାଙ୍ଗୀର ଅଫିସ, ୨୦।୪ – କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢବର୍ଷ ପରେ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ କମିଟି ବୈଠକ ବସିଛି। ଦୁଃଖର ବିଷୟ ଶେଷ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରାଯାଇଛି କି ନାହିଁ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିପାରୁନାହାନ୍ତି। ଏଥିରୁ ପ୍ରମାଣ ହେଉଛି ଗତ ବୈଠକରେ ଆଲୋଚନା ହୋଇ ନିଆଯାଇଥିବା ନିଷ୍ପତ୍ତି ଗୁଡିକୁ ଅଣଦେଖା କରାଯାଇଛି। ଅନେକ ଦୁର୍ନୀତିର ଅନୁସନ୍ଧାନ ତଥା କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀମାନେ ଉତ୍ସାହ ନ ଦେଖାଇବା ଦୁର୍ଭାଗ୍ୟଜନକ। ଜନପ୍ରତିନିଧି ହୁଅନ୍ତୁ କି ଅଧିକାରୀ ଦୁର୍ନୀତି ପ୍ରସଙ୍ଗରେ କାହାକୁ ବି ବରଦାସ୍ତ ନକରି ତାଙ୍କ ବିରୋଧରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଧାୟକ ନରସିଂହ ମିଶ୍ର ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ କହିଥିଲେ।
ବିଧାୟକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାପାଳ ଚଞ୍ଚଳ ରଣା, ଅତିରିକ୍ତ ଜିଲାପାଳ ଅନନ୍ତ ସିଂ ଲାଗୁରି ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ଦିଲୀପ ପଟେଲ ମଞ୍ଚାସୀନ ଥିଲେ । ବୈଠକରେ ଲକ୍ଷ୍ମୀଯୋର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମ ପାଇଁ ଆବଶ୍ୟକ ଭୂମି ଅଧିଗ୍ରହଣ ଓ ସୌନ୍ଦଯର୍ର୍‌ୟକରଣ ଯୋଜନା ପ୍ରସ୍ତୁତି ପାଇଁ ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମହାରାଣୀ ସାଗର, ରାଣୀବନ୍ଧ ସୌନ୍ଦଯର୍ର୍‌ୟକରଣ କାମ କାହିଁକି ଆରମ୍ଭ ହେଉନାହିଁ ବୋଲି ବିଧାୟକ ମିଶ୍ର ପ୍ରଶ୍ନ କରିଥିଲେ। କରଙ୍ଗାକଟା କାମ ଆରମ୍ଭ ହୋଇସାରିଛି। ଶୀଘ୍ର ରାଣୀବନ୍ଧ କାମ ଆରମ୍ଭ ହେବ ଏବଂ ମହାରାଣୀ ସାଗର ପାଇଁ ନିଯୁକ୍ତ ଏଜେନ୍ସି ଏନ୍‌ବିସିସି ସହିତ ତହସିଲ ଏବଂ ମ୍ୟୁନିସିପାଲିଟି ଅଧିକାରୀ ମହାରାଣୀ ସାଗର ଲେଆଉଟ କାମ ଆରମ୍ଭ କରନ୍ତୁ ବୋଲି ଜିଲାପାଳ ଅଧିକାରୀଙ୍କୁ କହିଥିଲେ। ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଣରେ ଏକ ସବିଶେଷ ପ୍ରୋଗ୍ରାମ ପ୍ରଦାନ କରିବା ଏବଂ ବିସ୍ଥାପିତଙ୍କ ପାଇଁ ନିର୍ମାଣ ହେଉଥିବା ବାସଗୃହ ମାନଙ୍କରେ ପିଇବା ପାଣି ପାଇପ ସଂଯୋଗକୁ ତ୍ୱରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସହର ଚାରିକଡରେ ଚାଲିଥିବା ରିଂରୋଡ ନିର୍ମାଣ ଶେଷ ପର୍ଯ୍ୟାୟରେ ଅଛି। ଆଗାମୀ ୩ ମାସ ଭିତରେ ଏହା ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ଲେକସ୍ପଷ୍ଟ ଘୋଷଣା କରାଯାଇଥିବା ଦେଓଗାଁ ଛକରେ ଥିବା ଅନଧିକାର ନିର୍ମାଣକୁ ହଟାଇ ରାସ୍ତା ପ୍ରଶସ୍ତିକରଣ କରାଯିବା ଉପରେ ପଦକ୍ଷେପ ନେବାକୁ ବିଧାୟକ ମିଶ୍ର କହିଥିଲେ। ସହରର ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ବିଶେଷ ଧ୍ୟାନ ଦେବା ସହ ରାମଚନ୍ଦ୍ରପୁର, ଅର୍ଜୁନପୁର ଠାରେ ଆଉଟପୋର୍ଟ ଏବଂ ସହରର ମଧ୍ୟରେ ଆଉ ଗୋଟିଏ ଟାଉନ ଥାନା ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଛି ବୋଲି ଜିଲାପାଳ ଜଣାଇଥିଲେ। ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଟିପାଲି ସ୍କୁଲକୁ ପୁଣି ଚାଲୁ କରିବା, ସୁଦପଡା ଛକଠାରେ ବିପଦପୂର୍ଣ୍ଣ ଭାବରେ ଥିବା ପ୍ରାଥମିକ ସ୍କୁଲ ପାଇଁ ନୂଆ ଜାଗା ଚିହ୍ନଟ କରିବାକୁ ବିଧାୟକ ମିଶ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଲୋଚନା ବେଳେ ଡାକ୍ତର ସମସ୍ୟା, ବେଆଇନ ମଦ ବିକ୍ରି ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା ା କ୍ରୀଡା ଆଲୋଚନା ବେଳେ ପିଆର ହାଇସ୍କୁଲ ପଡିଆରେ ଏକ ସୁଇମିଂ ପୋଲ, ଟାଉନ ହାଇସ୍କୁଲ ଠାରେ ହକି ଷ୍ଟାଡିୟମ ନିର୍ମାଣ, ଜରାସିଂହା ମିନି ଷ୍ଟଡିୟମ ନିର୍ମାଣ, ଦେଓଗାଁ, ଅର୍ଜୁନପୁର ଏବଂ ଚୁଡାପାଲିଠାରେ ଗୋଟିଏ ଲେଖାଏ ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇବାକୁ ଅତିରିକ୍ତ ଜିଲାପାଳ ଅନନ୍ତ ସିଂ ଲାଗୁରିଙ୍କୁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri