ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା,୧୭ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ବସୁନ୍ଧରା ଯୋଜନାରେ ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳର ସର୍ବାଧିକ ଜମି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ରାଜକନିକାରେ ୫୮୩ ହିତାଧିକାରୀଙ୍କୁ ମୋଟ ୧୯୮.୬୯୦ ଏକର ଓ ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର ଜମିର ପଟ୍ଟା ଦିଆଯାଇଛି। ଏହି ୨ ତହସିଲରେ ଥିବା କେତେଜଣ ହିତାଧିକାରୀ ଭୂମି, ବ୍ୟାଙ୍କ ବାଲାନ୍ସ ଥିଲେ ମଧ୍ୟ ଭୂମିହୀନ ଦର୍ଶାଇ ପଟ୍ଟା ନେଇଥିବା ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଜଙ୍ଗଲ ଜମି ଦଖଲକୁ ନେଇ ଥିବା ସମସ୍ୟାର ସମାଧାନ ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ ଫର୍ମ କେ’ ହିତାଧିକାରୀଙ୍କୁ ଚିହ୍ନଟ କରି ପାରି ନ ଥିବାରୁ ଜଙ୍ଗଲ ଜମିରୁ ଜବରଦଖଲ ହଟୁନି। ଫଳରେ ଏହି ତହସିଲ ଅଞ୍ଚଳରେ ଥିବା ୧୭ ଗ୍ରାମରେ ରହୁଥିବା ବଙ୍ଗଭାଷୀ ଜମି ସ୍ବତ୍ୱ ଅଧିକାର ପାଇଁ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
ଏ ସମ୍ପର୍କରେ ସୂଚନା ଅଧିକାର ଆଇନ କର୍ମୀ ଅମିତାଭ ଚାନ୍ଦ କହିଛନ୍ତି, ବସୁନ୍ଧରା ଯୋଜନା ହେଉ ଅଥବା ଜଙ୍ଗଲ ଜମି ସମସ୍ୟାରେ ଦୁର୍ନୀତି ରହିବାର ବହୁ ପ୍ରମାଣ ମିଳିଛି। ଏହି ଯୋଜନାରେ ଭୂମିହୀନଙ୍କୁ ଆବାସ ଗୃହ ପାଇଁ ଜମି ପ୍ରଦାନ କରାଯାଏ। ଏହାର ସୁଯୋଗ ନେଇ କେତେଜଣ ଧନୀ ଓ ରାଜନେତାଙ୍କ ପାଖ ଲୋକ ଜମି ହଡ଼ପ କରିଛନ୍ତି। ରାଜକନିକା ତହସିଲ ଅଞ୍ଚଳରେ ଜଣେ ରାଜନେତାଙ୍କ ପାଖ ଲୋକ ଓ ତାଙ୍କ ଭାଇ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ନେଇଥିବା ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ାରେ ତହସିଲ କର୍ମଚାରୀଙ୍କ ସହାୟତାରେ ଜାତି ପ୍ରମାଣପତ୍ର ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ମାମଲା କୋର୍ଟ ଓ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ଚାଲିଛି। ଏହା ବ୍ୟତୀତ ଜଙ୍ଗଲ ଜମିକୁ ଡିଟିପିରେ ହୋଇଥିବା କୁଜଙ୍ଗ ରାଜାଙ୍କ ହାତପଟ୍ଟାରେ ହଡ଼ପ କରାଯାଇଛି। ଏହି ମାମଲା ଦୀର୍ଘ ୩ ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜଙ୍ଗଲ ଜମିରୁ ଜବରଦଖଲ ହଟାଇବା ପ୍ରଶାସନ ପାଇଁ ଆଗାମୀ ଦିନରେ କଷ୍ଟକର ହେବ ବୋଲି ସେ କେତେକ ପ୍ରମାଣ ସହ ସୂଚନା ଦେଇଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ମହାକାଳପଡ଼ା ତହସିଲ ଅଧୀନ ଜଙ୍ଗଲ ଜମି କିସମ ଅଞ୍ଚଳର ୧୭ ଗ୍ରାମରେ ବସବାସ କରୁଥିବା ବଙ୍ଗଭାଷୀଙ୍କ ପାଇଁ ୨୦୧୭ ସେପ୍ଟେମ୍ବର ୨୨ରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୯୭୨ରୁ ୧୯୮୦ ମସିହା ମଧ୍ୟରେ ଉକ୍ତ ୧୭ ଗ୍ରାମରେ ମୋଟ ୪,୯୦୭ ପରିବାର ୬୦୫୬.୫୯ ଏକର ଜମି ଜବରଦଖଲ କରି ଆସୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏଠାରେ ଜିଲା ପ୍ରଶାସନ ମାତ୍ର ୨୯.୫ ଏକର ଜମି ଲିଜ ଆକାରରେ ଦେଇପାରିବ। ଅବଶିଷ୍ଟ ଜମି ଜଙ୍ଗଲ କିସମ ହୋଇଥିବାରୁ କିସମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରବେଶ ମନ୍ତ୍ରଣାଳୟର ଅନୁମତି ଲୋଡ଼ାଯିବ ବୋଲି ସ୍ଥିର ହୋଇଥିଲା।
ଇତିମଧ୍ୟରେ ମାତ୍ର ୩୦୦ ପରିବାର ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରିଥିବା ବେଳେ ଅବଶିଷ୍ଟ ୪,୬୦୭ ପରିବାର ଜବରଦଖଲ କରି ରହୁଛନ୍ତି। ତେବେ ୨୦୧୮ ଅକ୍ଟୋବର ୧୬ରେ ତତ୍‌କାଳୀନ ଉପଜିଲାପାଳଙ୍କ ଚିଠି (ନଂ. ୬୫୪୫) ଅନୁଯାୟୀ ଫର୍ମ କେ’ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଠାରୁ ରାଜସ୍ବ ଆଦାୟ ହେଉଛି। ଫର୍ମ କେ’ ଏବେ ଜବରଦଖଲକାରୀଙ୍କ ପାଇଁ ଜିଲାରେ ସ୍ଥାୟୀ ହେବା ଲାଗି ସିଧା ରାସ୍ତା ବାହାର କରିଛି। ଫଳରେ ଦିନକୁଦିନ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଫର୍ମ କେ’ରେ ରାଜସ୍ବ ଦେଇ ଜଙ୍ଗଲ ଜମିକୁ ଲୋକେ ଅକ୍ତିଆର କରୁଛନ୍ତି। ଏହି ରାଜସ୍ବ ଆଦାୟ ବନ୍ଦ ହେବା ଆବଶ୍ୟକ। ସେହିପରି ବସୁନ୍ଧରା ଯୋଜନାରେ କେତେକ ଜଙ୍ଗଲ ଜମି ହାତେଇଥିବା ଲକ୍ଷ୍ୟ କରାଯାଉଛି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲା ପ୍ରଶାସନ ତପତ୍ର ଅଛି। ବସୁନ୍ଧରା ଯୋଜନାରେ ଦୁର୍ନୀତି ସମ୍ପର୍କରେ ନଜରକୁ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri