ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା ଅଫିସ, ୨୯ା୬: ବସୁନ୍ଧରା ଯୋଜନାରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ  ମହାକାଳପଡ଼ା ତହସିଲ ଅଞ୍ଚଳର ସର୍ବାଧିକ ଜମି ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି। ରାଜକନିକାରେ ୫୮୩ ହିତାଧିକାରୀଙ୍କୁ ମୋଟ ୧୯୮.୬୯୦ ଏକର ଓ ମହାକାଳପଡ଼ାରେ ୧୪୬୫ ଜଣଙ୍କୁ ୧୧୧.୨୯୦ ଏକର ଜମିର ପଟ୍ଟା ଦିଆଯାଇଛି। ଏହି ଦୁଇ ତହସିଲରେ  ଥିବା କେତେଜଣ ହିତାଧିକାରୀଙ୍କ ଭୂମି, ବ୍ୟାଙ୍କ ବାଲାନ୍ସ ଥିଲେ ମଧ୍ୟ ଭୂମିହୀନ ଦର୍ଶାଇ ପଟ୍ଟା ନେଇଥିବା ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଜଙ୍ଗଲ ଜମି ଦଖଲକୁ ନେଇ ଥିବା ସମସ୍ୟାର ସମାଧାନ ହେଉନାହିଁ। ଜିଲା ପ୍ରଶାସନ ପକ୍ଷରୁ  ଫର୍ମ-କେ ହିତାଧିକାରୀଙ୍କୁ ଚିହ୍ନଟ କରା ଯାଇପାରି ନ ଥିବାରୁ ଜଙ୍ଗଲ ଜମିରୁ ଜବରଦଖଲ ହଟୁନି। ଫଳରେ ଏହି ତହସିଲ ଅଞ୍ଚଳରେ ଥିବା ୧୭ ଗ୍ରାମରେ ରହୁଥିବା ବଙ୍ଗଭାଷୀ ଜମି ସ୍ବତ୍ୱ ଅଧିକାର ପାଇଁ ବହୁବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।
   ଏ ସମ୍ପର୍କରେ ସୂଚନା ଅଧିକାର ଆଇନ କର୍ମୀ ଅମିତାଭ ଚାନ୍ଦ କୁହିଛନ୍ତି, ବସୁନ୍ଧରା ଯୋଜନା ହେଉ ଅଥବା ଜଙ୍ଗଲ ଜମି ସମସ୍ୟାରେ ଦୁର୍ନୀତି ରହିବାର ବହୁ ପ୍ରମାଣ ମିଳିଛି। ଏହି ଯୋଜନାରେ ଭୂମିହୀନଙ୍କୁ ଆବାସ ଗୃହ ପାଇଁ ଜମି ପ୍ରଦାନ କରାଯାଏ। ଏହାର ସୁଯୋଗ ନେଇ କେତେଜଣ ଧନୀ ଓ ରାଜନେତାଙ୍କ ପାଖ ଲୋକ ଜମି ହଡପ କରିଛନ୍ତି। ରାଜକନିକା ତହସିଲ ଅଞ୍ଚଳରେ ଜଣେ ରାଜନେତାଙ୍କ ପାଖ ଲୋକ ଓ ତାଙ୍କ ଭାଇ ବସୁନ୍ଧରା ଯୋଜନାରେ ଜମି ପଟ୍ଟା ନେଇଥିବା ଜିଲା ପ୍ରଶାସନ ନିକଟରେ ସୋମବାର ଅଭିଯୋଗ ହୋଇଛି। ସେହିପରି ମହାକାଳପଡ଼ାରେ ତହସିଲ କର୍ମଚାରୀଙ୍କ ସହାୟତାରେ ଜାତି ପ୍ରମାଣପତ୍ର ଜାଲିଆତି କରି ଜମି ଅଧିଗ୍ରହଣ କରିଥିବା ମାମଲା କୋର୍ଟ ଓ ଆରଡିସିଙ୍କ ଦପ୍ତରରେ ଚାଲିଛି। ଏହାବ୍ୟତୀତ ଜଙ୍ଗଲ ଜମିକୁ  କୁଜଙ୍ଗ ରାଜାଙ୍କ ହାତ ପଟ୍ଟାରେ ହଡପ କରାଯାଇଛି। ଏହି ମାମଲା ଦୀର୍ଘ ୨ବର୍ଷ ଧରି ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଜଙ୍ଗଲ ଜମିରୁ ଜବରଦଖଲ ହଟାଇବା ପ୍ରଶାସନ ପାଇଁ ଆଗାମୀ ଦିନରେ କଷ୍ଟକର ହେବ ବୋଲି ସେ କେତେଗୋଟି ପ୍ରମାଣ ସହ ସୂଚନା ଦେଇଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, ମହାକାଳପଡ଼ା ତହସିଲ ଅଧୀନ ଜଙ୍ଗଲ ଜମି କିସମ ଅଞ୍ଚଳର ୧୭ ଗ୍ରାମରେ ବସବାସ କରୁଥିବା ବଙ୍ଗଭାଷୀଙ୍କ ପାଇଁ ଗତ ୨୦୧୭ ସେପ୍ଟେମ୍ବର ୨୨ରେ ଭୁବନେଶ୍ୱରଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୯୭୨ରୁ ୧୯୮୦ ମସିହା ମଧ୍ୟରେ ଉକ୍ତ ୧୭ ଗ୍ରାମରେ ମୋଟ ୪,୯୦୭ ପରିବାର ୬୦୫୬.୫୯ ଏକର ଜମି ଜବରଦଖଲ କରି ଆସୁଛନ୍ତି ବୋଲି ଆଲୋଚନା ହୋଇଥିଲା। ଏଠାରେ ଜିଲା ପ୍ରଶାସନ ମାତ୍ର ୨୯.୫ ଏକର ଜମି ଲିଜ ଆକାରରେ ଦେଇପାରିବ। ଅବଶିଷ୍ଟ ଜଙ୍ଗଲ ଜମି ହୋଇଥିବାରୁ କିସମ ପରିବତ୍ତର୍ର୍ନ ପାଇଁ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ଲୋଡାଯିବ ବୋଲି ସ୍ଥିର ହୋଇଥିଲା। ଇତିମଧ୍ୟରେ ମାତ୍ର ୩୦୦ ପରିବାର ସମ୍ପର୍କରେ ଜିଲା ପ୍ରଶାସନ ତଦନ୍ତ କରିଥିବା ବେଳେ ଅବଶିଷ୍ଟ ୪,୬୦୭ ପରିବାର ଜବରଦଖଲ କରି ରହୁଛନ୍ତି। ତେବେ ୨୦୧୮ ଅକ୍ଟୋବର ୧୬ରେ ତତ୍କାଳୀନ ଉପଜିଲାପାଳଙ୍କ ଚିଠି (ନଂ- ୬୫୪୫) ଅନୁଯାୟୀ ଫର୍ମ-କେ’ ମାଧ୍ୟମରେ ଜଙ୍ଗଲ ଜମିରେ ବସବାସ କରୁଥିବା ପରିବାରଠାରୁ ରାଜସ୍ବ ଆଦାୟ ହେଉଛି। ଫର୍ମ- କେ’ ଏବେ ଜବରଦଖଲକାରୀଙ୍କ ପାଇଁ ଜିଲାରେ ସ୍ଥାୟୀ ହେବାକୁ ସିଧା ରାସ୍ତା ବାହାର କରିଛି। ଫଳରେ ଦିନକୁଦିନ ତହସିଲ କର୍ମଚାରୀଙ୍କ ସଲାସୁତରାରେ ଫର୍ମ-କେ’ ରାଜସ୍ବ ଦେଇ ଜଙ୍ଗଲ ଜମିକୁ ଅକ୍ତିଆର କରୁଛନ୍ତି। ଏହି ରାଜସ୍ବ ଆଦାୟ ବନ୍ଦ ହେବା ଆବଶ୍ୟକ। ସେହିପରି ବସୁନ୍ଧରା ଯୋଜନାରେ କେତେକ ଜଙ୍ଗଲ ଜମି ହାତେଇଥିବା ଲକ୍ଷ୍ୟ କରାଯାଉଛି ା ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲା ପ୍ରଶାସନ ତପତ୍ର ଅଛି। ବସୁନ୍ଧରା ଯୋଜନାରେ ଦୁର୍ନୀତି ସମ୍ପର୍କରେ ନଜରକୁ ଆସିଲେ ତଦନ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri