ଗୋଟିଏ ରାସ୍ତା ପାଇଁ ୨୧ଥର ବିଲ୍‌

ନୟାଗଡ଼ ଅଫିସ,୨୨ା୩: ନୟାଗଡ଼ ଜିଲା ଭାପୁର ବ୍ଲକରେ ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ଏହି ବ୍ଲକ୍‌ ଅଧୀନ ବଡ଼ସରା ପଞ୍ଚାୟତ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ରାସ୍ତାକୁ ୩ ଆର୍ଥିକ ବର୍ଷରେ ନାମ ବଦଳାଇ ୨୧ ଥର ବିଲ୍‌ କରାଯାଇ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ଏପରି ଅନିୟମିତତା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲାପାଳ ପୋମା ଟୁଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାର ତଦନ୍ତ ପାଇଁ ପିଡି ଡିଆରଡିଏ ଏକ ୩ ଜଣିଆ ଟିମ୍‌ ଗଠନ କରିଛନ୍ତି। ସୋମବାର ଏହି ଦୁର୍ନୀତିର ତଦନ୍ତ ଆରମ୍ଭ ହେବ। ତଦନ୍ତ ରିପୋର୍ଟକୁ ଆଧାର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୦୧୮-୧୯ ଆର୍ଥିକବର୍ଷରେ ଗୋପାଳପ୍ରସାଦ ଗଁାର ପ୍ରାୟ ୮୫୦ମିଟର ସଡ଼କକୁ ଜଙ୍ଗଲଠାରୁ ଧଳାବନ୍ଧ ରାସ୍ତା, ଗୋପାଳପୁରଠାରୁ ଖଣି ଟ୍ୟାପ ରାସ୍ତା, ଗୋପାଳପ୍ରସାଦର ନୂଆସାହିଠାରୁ ଜଙ୍ଗଲରାସ୍ତା ଏପରି ଭିନ୍ନ ଭିନ୍ନ ନାମରେ ୬ଥର ବିଲ୍‌ କରାଯାଇଥିଲା। ପ୍ରତି ଥର ରାସ୍ତା କାମ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦର୍ଶାଯାଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ସେହି ରାସ୍ତା ନିର୍ମାଣ ବାବଦରେ ୯ଥର ବିଲ୍‌ କରାଯାଇଛି। ପ୍ରଥମେ ୮.୮ ଲକ୍ଷ, ତା’ପରେ ୮.୦୫ ଲକ୍ଷ, ୮.୨ଲକ୍ଷ, ୭.୫୦ ଲକ୍ଷ, ୩.୪୯ଲକ୍ଷ, ୮.୨୦ଲକ୍ଷ, ୮.୧୩ଲକ୍ଷ, ୭.୫୮ ଲକ୍ଷ, ୭.୧୮ଲକ୍ଷ ଟଙ୍କାର ବିଲ୍‌ ହୋଇଛି। ପୁଣି ୨୦୨୦-୨୧ଆର୍ଥିକ ବର୍ଷରେ ୬ଥର ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଯାଇ ୮.୯୩ ଲକ୍ଷ, ୭.୬୭ଲକ୍ଷ, ୭.୫୪ଲକ୍ଷ, ୯.୮୬ଲକ୍ଷ, ୯.୨୮ ଲକ୍ଷ, ୯.୩୩ ଲକ୍ଷ ଟଙ୍କାର ବିଲ୍‌ କରାଯାଇଛି। ଏହି ସମସ୍ତ ଅର୍ଥକୁ ଅତି ଚତୁରତାର ସହିତ ହଡ଼ପ କରାଯାଇଛି।
ଏନେଇ ବାଇଗୁଣିଆ ଗଁାର ସାମାଜିକ କର୍ମୀ ନବକିଶୋର ବରାଡ଼ କହିଛନ୍ତି, ଭାପୁର ବ୍ଲକର ୫ ପୋଖରୀ ଖୋଳା ନାଁରେ ୪୦ ଲକ୍ଷ ଟଙ୍କାର ଫଲ୍‌ସ ବିଲ୍‌ କରାଯାଇଥିଲା। ସେ ସଂକ୍ରାନ୍ତ ଅଭିଯୋଗ ହେଲା ପରେ ମଧ୍ୟ ସେହି ଦୁର୍ନୀତିରେ ଜଡ଼ିତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପିଡି ଡିଆରଡିଏ ରାସ୍ତା ଦୁର୍ନୀତିର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଫରକ ପଡିବ ନାହିଁ। କାରଣ ଦୁର୍ନୀତି ଚାପିବାକୁ ଚାପ ପଡ଼ି ସାରିଲାଣି। ଯେଉଁ ବ୍ୟକ୍ତିମାନେ ଏହି ଦୁର୍ନୀତି ବିରୋଧରେ ମୁହଁଁ ଖୋଲୁଛନ୍ତି ସେମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି। ଏପରି କି ସେହି ଲୋକମାନଙ୍କୁ ମାରପିଟ୍‌ କରାଯାଉଛି। ଆମ ଜୀବନ ପ୍ରତି ବି ବିପଦ ରହିଛି। ହେଲେ ଆମେ ଚୁପ୍‌ ରହିବୁନି ବୋଲି କହିଛନ୍ତି।
ସେହିପରି ଏହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଫାର୍ମପଣ୍ଡ ଓ କୂପ ନ ଖୋଳି ଫଲ୍‌ସ ବିଲ୍‌ କରାଯାଇଛି। ପ୍ରାୟ ୪୦ଟି ଏପରି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏପରି ଅନିୟମିତତା ସାମ୍‌ନାକୁ ଆସିବା ପରେ ଏହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏପରି ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri