ପାଇପ୍‌ ବିଛାଇ ମରାମତି କରୁନି ଠିକାସଂସ୍ଥା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.):କେନ୍ଦୁଝର ସହରରେ ବିଭିନ୍ନ ସାହି ଓ ଓ୍ବାର୍ଡରେ ଜଳ ଯୋଗାଣ ନିମନ୍ତେ ପାଇପ ବିଛା କାମ ଚାଲିଛି। ଏଥିପାଇଁ କାମ ନେଇଥିବା ଠିକାସଂସ୍ଥା ରାସ୍ତା ଖୋଳି ପାଇପ୍‌ ବିଛାଇବା ପରେ ମରାମତି ନ କରି ଛାଡ଼ିଦେଉଛି। ଫଳରେ ବିଭିନ୍ନ ଓ୍ବାର୍ଡର ରାସ୍ତାଗୁଡ଼ିକ ନଷ୍ଟ ହେବା ସହ କଂକ୍ରିଟ୍‌ ଖଣ୍ଡ ପଡ଼ି ଶୋଚନୀୟ ହୋଇପଡ଼ିଛି। ଏହା ଦ୍ୱାରା ପୌରପାଳିକାର ବ୍ୟାପକ ଅର୍ଥ କ୍ଷତି ହେବା ସହ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଏନେଇ ପୌର ପରିଷଦ ଚିଠି ନଂ. ୮୩୧୬/୧୦ ନଭେମ୍ବର ୨୦୨୨ରେ ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲା। ମାତ୍ର ଚିଠିକୁ ଦେଢ଼ ମାସ ପୁରିଥିଲେ ହେଁ ମରାମତି କରିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ମୋହନଗଡ଼ କନଷ୍ଟ୍ରକସନ ନାମକ ସଂସ୍ଥା ଅନ୍ୟ ୪ ଠିକାଦାରଙ୍କୁ ସବ୍‌ଲେଟ୍‌ ଦେଇ ସହରରେ ପାଇପ୍‌ ବିଛା କାମ କରୁଛି। ସଂସ୍ଥା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସମେତ ଅନେକ ସ୍ଥାନରେ ରାସ୍ତା ମଝିରେ ପାଇପ ବିଛାଇବା ପାଇଁ ଖୋଳାଯାଇଥିଲା। ପାଇପ୍‌ ବିଛାଇବା ପରେ ରାସ୍ତା ମରାମତି ନ କରି ଛାଡ଼ି ଦେଇଛି। ଅନେକ ସ୍ଥାନରେ ମାଟି ଘୋଡ଼ାଇ ଉଚ୍ଚାନିଚା କରିଦେଉଥିବାରୁ ବିପଦ ସାଜୁଛି। ପୂର୍ବରୁ ମାଧପୁର, ମାଗୁରଗାଡ଼ିଆ, ଜଗନ୍ନାଥପୁର, ବୁଲାଦାରସାହି, କଲେଜରୋଡ, ବଣିଆପାଟ, ପୁରୁଣା ସହର ଆଦି ଅଞ୍ଚଳରେ ରାସ୍ତା ଖୋଳି ଛାଡ଼ି ଦିଆଯାଇଛି। ଟେଣ୍ଡର ନିୟମ ଅନୁଯାୟୀ ରାସ୍ତାର ମରାମତି କାମ ସମ୍ପୃକ୍ତ ଠିକାସଂସ୍ଥା କରିବା କଥା। ଏଥି ପାଇଁ ମଧ୍ୟ ଠିକାଦାରଙ୍କୁ ଅର୍ଥ ବରାଦ ହୋଇଛି। କିନ୍ତୁ ବିଭିନ୍ନ ଆଳ ଦେଖାଇ ଦୀର୍ଘ ମାସ ହେଲା ମରାମତି କରୁ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ନଷ୍ଟ ହେଉଛି। କାମ ସମୟରେ ଜନସ୍ବାସ୍ଥ୍ୟ ବିଭାଗ କିମ୍ବା ପୌରପାଳିକାର କୌଣସି ଯନ୍ତ୍ରୀ ଉପସ୍ଥିତ ରହୁନାହାନ୍ତି। ଫଳରେ ଠିକାଦାରଙ୍କ ବେପରୁଆ କାମ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସହରବାସୀ ପ୍ରଦୀପ ମହାନ୍ତି କହିଛନ୍ତି। ଲୋକଙ୍କ ସମସ୍ୟାକୁ ଉପଲବ୍ଧି କରି ପୌରାଧ୍ୟକ୍ଷା ନିକୁ ସାହୁ କାମର ତଦାରଖ କରୁଥିବା ଜନସ୍ବାସ୍ଥ୍ୟ ବିଭାଗକୁ ଚିଠି କରିଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଏ ସମ୍ପର୍କରେ ୱାଟ୍‌କୋ ଜେନେରାଲ ମ୍ୟାନେଜର (ଜନସ୍ବାସ୍ଥ୍ୟ ବିଭାଗ) ଇଂ. ନାରଦଚନ୍ଦ୍ର ରଥ କହିଛନ୍ତି, ପାଇପ ବିଛା କାମ ସରିବା ପରେ ରାସ୍ତା ମରାମତି କରାଯିବ। ଏ ନେଇ ଠିକାଦାରଙ୍କୁ କୁହାଯାଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri