କର୍ପୋରେଟ ପ୍ରୋତ୍ସାହନ

Dillip Cherian

ସିଭିଲ ସର୍ଭିସ୍‌କୁ ଅଧିକ ପ୍ରଭାବୀ ସୁଶାସନ ଯୋଗାଇଦେବାକୁ ହେଲେ ସେଥିରେ ବ୍ୟାପକ ସୁଧାର ଆଣିବା ଦରକାର ବୋଲି ପ୍ରାୟ ସମସ୍ତେ ଏକମତ ହେବେ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାବୁମାନଙ୍କ ପାଇଁ ସୁଧାର, ପ୍ରଦର୍ଶନ ଏବଂ ବଦଳିର ଆବଶ୍ୟକତା ଉପରେ ଲଗାତର କହିଆସିଛନ୍ତି। ଏହି ଦିଗରେ କେତେକ ପଦକ୍ଷେପ ବି ନିଆଯାଇଛି। କିନ୍ତୁ ବର୍ତ୍ତମାନ ମୌସୋରିସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେଉଥିବା ବାବୁମାନଙ୍କୁ ଆୟତ୍ତକୁ ନେବା ପାଇର୍ଁ ଚେଷ୍ଟା କରାଯାଇଛି। କର୍ପୋରେଟ ସେକ୍ଟର ଦ୍ୱାରା ମୋଦି ସରକାର ଏବକାର ସ୍ଥିତିରେ ପରିବର୍ତ୍ତନ ଆଣିିବା ଏବଂ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ମାଧ୍ୟମରେ ଯୁବ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରୟାସ କରିଛନ୍ତି। ପ୍ରଶିକ୍ଷଣ ଦେବା ଲାଗି ଉକ୍ତ ଏକାଡେମୀ ବିଶ୍ୱ ବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଲି କୁଆନ ୟୁଉ ସ୍କୁଲ ଅଫ୍‌ ପବ୍ଲିକ ପଲିସି ଏବଂ କ୍ରାନିଜି ମିଲୋନ ୟୁନିଭର୍ସିଟି ଭଳି ଅନୁଷ୍ଠାନଗୁଡ଼ିକର ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କୁ ଜଡ଼ିତ କରୁଥିବା ଜାଣିବାକୁ ମିଳିଛି। ଏହାସହ ଅଧିକାରୀମାନଙ୍କ ମନରେ ରାଷ୍ଟ୍ରବାଦ ସୃଷ୍ଟିକରିବା ଲାଗି ଏବକାର ପାଠ୍ୟକ୍ରମଗୁଡ଼ିକର ନବୀକରଣ କରାଯାଇଛି। ଏହା କରିବାର ଲକ୍ଷ୍ୟ ହେଉଛି ଦକ୍ଷତା ଆଣିବା ଏବଂ କାର୍ଯ୍ୟର ଏକ ପ୍ରଦର୍ଶନ କୈନ୍ଦ୍ରିକ ପ୍ରତିଯୋଗୀ ଢାଞ୍ଚା ଗଠନ କରିବା ବୋଲି ଏକାଡେମୀ ନିର୍ଦ୍ଦେଶକ ଶ୍ରୀନିବାସ କାତିକିଥାଲା ବିଶ୍ୱାସ କରନ୍ତି । ତେବେ ନୂଆ ପଦକ୍ଷେପକୁ ସମସ୍ତେ ପସନ୍ଦ କରିନାହାନ୍ତି। ଅନେକ ବରିଷ୍ଠ ଅଧିକାରୀ ବିଶ୍ୱାସ କରନ୍ତି ଯେ ଅଧିକାରୀମାନେ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ବାସ୍ତବ ଅଭିଜ୍ଞତାରୁ ଶିକ୍ଷା କରିବା ଦରକାର, ଅନ୍ତର୍ଜାତୀୟ ନୀତି ବିଶେଷଜ୍ଞଙ୍କଠାରୁ ନୁହେଁ। କର୍ପୋରେଟ ଓ୍ବାଲର୍‌ଡରୁ ବିଶେଷଜ୍ଞମାନଙ୍କୁ ଆଣିବାକୁ ନେଇ କେତେଜଣ ଅନୁଭବ କରନ୍ତି ଯେ, ଏହାଦ୍ୱାରା କିଛି ବିଶ୍ଳେଷଣାମତ୍କ କୌଶଳ କିମ୍ବା ବୈଷୟିକ ଜ୍ଞାନ ଅଣାଯାଇପାରିବ; କିନ୍ତୁ ଗ୍ରାମୀଣ ଭାରତରେ ଏବଂ ନିଆରା ଓ ଜଟିଳ ସାମାଜିକ ବ୍ୟବସ୍ଥାରେ କାମ କରି ସେଥିରୁ ଆମ ଅଧିକାରୀମାନେ ଯେଉଁ ଶିକ୍ଷା ଲାଭ କରିଥାନ୍ତି ଏହା ତାହାର ବିକଳ୍ପ ହୋଇପାରିବ ନାହିଁ।

ପୁନର୍ବାର ବଦଳି

ହରିୟାଣା ଆଇଏଏସ୍‌ ଅଧିକାରୀ ଅଶୋକ ଖେମ୍‌କା ତାଙ୍କ ଖରାପ କ୍ୟାରିୟର ଲାଗି ଜଣାଶୁଣା। ତାଙ୍କ କ୍ୟାରିୟରରେ ବାରମ୍ବାର ବଦଳି ହେବା ପ୍ରଶାସକମାନଙ୍କ ପାଇଁ ବିଶେଷକରି ଯେଉଁମାନେ ରୁଲ୍‌ବୁକ୍‌ ଅନୁସାରେ ଅନୁଶାସନପୂର୍ବକ କାମ କରୁଛନ୍ତି ସେମାନଙ୍କ ପାଇଁ ଏକ ସତର୍କ ସୂଚନା। ସିଭିଲ ସର୍ଭିସରେ ଖେମ୍‌କାଙ୍କ ଭଳି ଖୁବ୍‌ କମ୍‌ ବାବୁ ଥିବେ ଯେଉଁମାନେ ୩ ଦଶନ୍ଧିର ବାବୁଗିରି ମଧ୍ୟରେ ପ୍ରତ୍ୟେକ ନିଯୁକ୍ତିରେ ହାରାହାରି ୬ମାସ ରହିଥିବେ। ସରକାରଙ୍କ ଅଭିଲେଖାଗାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦବୀକୁ ଖେମକାଙ୍କୁ ଏବେ ବଦଳି କରାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ସେ ଅତିରିକ୍ତ ମୁଖ୍ୟ ସଚିବ ଥିଲେ। କିନ୍ତୁ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗର ସମ୍ମିଶ୍ରଣ ପରେ ତାଙ୍କ ପାଇଁ ଅଧିକ କାମ ନାହିଁ ବୋଲି ସରକାରଙ୍କୁ ଚିଠି ଲେଖି ଜଣାଇବା ଯୋଗୁ ଏଭଳି ବଦଳି କରାଯାଇଛି। ଏହା କ’ଣ ତାଙ୍କର ୫୫ତମ ନା ୫୬ତମ ବଦଳି? ଏହି ବଦଳି ପରେ ସେ ଅଭିଲେଖାଗାରର ଏ୍ୟତିହାସିକ ରେକର୍ଡରେ ସ୍ଥାନ ପାଇଲେ ବୋଲି ଟୁଇଟରରେ ଦର୍ଶାଇଥିଲେ। ପୂର୍ବ ଦଶନ୍ଧିଗୁଡ଼ିକରେ ଖେମ୍‌କା ଅନ୍ୟ ଆଇଏଏସ୍‌ ଅଧିକାରୀମାନଙ୍କଠାରୁ ସବୁଠୁ ଅଧିକ ଥର ବଦଳି ହୋଇଛନ୍ତି। ଅଭିଲେଖାଗାର ବିଭାଗରେ ଏହା ତାଙ୍କର ତୃତୀୟ ନିଯୁକ୍ତି। ତାଙ୍କୁ ସବୁବେଳେ ଗୌଣ କରିବାରେ ସରକାରଙ୍କ ପ୍ରୟାସକୁ ଖାତିର ନ କରି ସେ ଧୀରେଧୀରେ ଆଗକୁ ବଢୁଛନ୍ତି। ନିକଟରେ ହ୍ବିସିଲ ବ୍ଲୋୟର ଖେମ୍‌କାଙ୍କର ରୋହତକ ଡିଭିଜନ କମିଶନର ସଞ୍ଜୀବ ବର୍ମାଙ୍କ ସହ ବି ଏକ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦ ଉପୁଜିଛି।

ସିବିଆଇ ନଜରରେ ବାବୁ

ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମ ଏବଂ ଅର୍ଥ ମନ୍ତ୍ରଣାଳୟର ଆଉ କେତେଜଣ ଅଧିକାରୀଙ୍କ ବିରୋଧରେ ସିବିଆଇ ଏକ ମାମଲ ପଞ୍ଜୀକୃତ କରିଛି। କାଗଜ ମୁଦ୍ରା ବା ନୋଟ୍‌ ପାଇଁ ସିକ୍ୟୁରିଟି ଥ୍ରେଡ୍‌ ଯୋଗାଣରେ ଅନିୟମିତତା ଅଭିଯୋଗୁକୁ କେନ୍ଦ୍ରକରି ହୋଇଥିବା ଉକ୍ତ ମାମଲା ବାବୁ ପରିସରକୁ ଅଶାନ୍ତ କରିଦେଇଛି। ସଂଯୋଗବଶତଃ ଦୁଇଟି ଘଟଣା ଏକାବେଳକେ ଘଟିଛି। ମାୟାରାମ ଏବଂ ତାଙ୍କ ସ୍ତ୍ରୀ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାର ଠିକ୍‌ ଗୋଟିଏ ଦିନ ପରେ ସିବିଆଇ ତାଙ୍କ ବିରୋଧରେ ମାମଲା ଦାୟର କରିଛି। ଜଣାପଡ଼ିଛି, ଏହି ମାମଲା ୫ ବର୍ଷ ପୂର୍ବର। ଏକ ଅଭିଯୋଗକୁ ଆଧାର କରି ମନ୍ତ୍ରଣାଳୟ ଦ୍ୱାରା ୨୦୧୭ରେ ଏହା ଦାୟର କରାଯାଇଥିଲା। କାହିଁକି ଏବେ ତାହା ଉଠୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି। କିିନ୍ତୁ ସୂତ୍ରରୁ ଜଣାପଡ଼ିଛି, ସେବେଠାରୁ ଏହା ଉପରେ ତଦନ୍ତ ଚାଲିଛି ଓ ଶେଷରେ ମାୟାରାମଙ୍କ ଦିଲ୍ଲୀ ଓ ଜୟପୁରସ୍ଥିତ ଗୃହରେ ଚଢ଼ଉ କରାଯାଇଛି। ଏହି ବାବୁ ଜଣକ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରମୁଖ ଆଥିର୍ର୍କ ପରାମର୍ଶଦାତା ଅଛନ୍ତି। କେତେଜଣ ପର୍ଯ୍ୟବେକ୍ଷକ କହନ୍ତି, ପୂର୍ବ ସରକାରରେ ଥିବା ଜଣେ ମନ୍ତ୍ରୀ ସିବିଆଇର ଟାର୍ଗେଟରେ ରହିଛନ୍ତି ଓ ମାୟାରାମଙ୍କୁ ଆକ୍ରମଣ କରିବା ଏକ ବାହାନା। ଜଣେ ଯାହା ଭାବନ୍ତୁ ନା କାହିଁକି ଏହି ମାମଲା ଏକ ଦୀର୍ଘ ନ୍ୟାୟିକ ଯୁଦ୍ଧର ଆରମ୍ଭ ମାତ୍ର।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri