CORONAVIRUS UPDATE: ରାଜ୍ୟରେ ପୁଣି ୧୬୫ ପଜିଟିଭ୍‌; ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଲା

ଭୁବନେଶ୍ୱର,୧୯ା୬(ବ୍ୟୁରୋ) : ଶୁକ୍ରବାର ରାଜ୍ୟରେ ପୁଣି ୧୬୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ୧୮ଟି ଜିଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଗଜପତିରୁ ୨୮, ବାଲେଶ୍ୱରରୁ ୨୧ ଏବଂ କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୮, ଯାଜପୁର ୮, ନବରଙ୍ଗପୁର ୩, ନୟାଗଡ଼ ୧, ପୁରୀ ୭, ଜଗତସିଂହପୁର ୧, ଝାରସୁଗୁଡ଼ା ୨, ଅନୁଗୋଳ ୧, ମାଲକାନଗିରି ୧, ସୁନ୍ଦରଗଡ଼ ୬, ବଲାଙ୍ଗୀର ୨, ମୟୂରଭଞ୍ଜ ୩, କୋରାପୁଟର ଜଣେ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଅମ୍ପନ୍‌ ଡ୍ୟୁଟି ସାରି ଓଡ଼ିଶା ଫେରିଥିବା ୧୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୪୬୭୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩,୧୪୪ ଜଣ ସୁସ୍ଥ ହୋଇଛନ୍ତି। ୧୫୧୯ ଚିକିତ୍ସାଧୀନ ଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ୍‌ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି। ପୂର୍ବରୁ କେନ୍ଦ୍ର ବଳକା ଚାଉଳ...

୧୦୪କୁ ଦିନକୁ ଆସୁଛି ୩ଶହ ଫେକ୍‌ କଲ୍‌

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ମାଡାମ୍‌ ନମସ୍କାର, ଆମ ଘର ଗଳି ପଡିଛି, ମାଡାମ କରୋନା ଭାଇରସ୍‌ ମୋତେ ଧୋକା ଦେଇଛି, ଶହେ ଟଙ୍କା ଦିଅ ମୁଁ ମଦ ପିଇବି...

ଅଧ୍ୟାପିକା ଆତ୍ମହତ୍ୟା ମାମଲା: ଝାରପୋଖରିଆ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମୟୁରଭଞ୍ଜ ଜିଲାରେ ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି...

ସଂରକ୍ଷଣ, ବେକାରି କାର୍ଡ ଖେଳିବ କଂଗ୍ରେସ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ସରିଛି। ଏଥିସହ ପୌର ନିର୍ବାଚନ ପାଇଁ ତାରିଖ ବି ଘୋଷଣା ହୋଇସାରିଛି। ମାର୍ଚ୍ଚ ୨୪ ତାରିଖରେ...

ଲାପ୍‌ଟପ୍‌ ପାଇଁ ଆବେଦନ କରିନାହାନ୍ତି ୩୮ ଉଚ୍ଚ ମାଧ୍ୟମିକ ସ୍କୁଲର ୩୫୯ ପିଲା

ଭୁବନେଶ୍ୱର, ୨୫।୫ (ବ୍ୟୁରୋ): ରାଜ୍ୟରେ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ କିଣିବା ପାଇଁ ସରକାର ଆଥର୍ର୍ତ୍କ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସଚେତନତା...

ପଶ୍ଚିମବଙ୍ଗ ଲୁଟେରାଙ୍କୁ ମନଭରି ପିଟିଲେ, ତା’ ପରେ ଦେଲେ ପୋଲିସ ଜିମା

ଜଳେଶ୍ୱର, ୨୪ା୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଉପାନ୍ତ ଜଳେଶ୍ୱର ସହରରେ ବିଭିନ୍ନ ସମୟରେ ଆନ୍ତଃରାଜ୍ୟ ଲୁଟେରାମାନେ ଆସି ଛିନ୍‌ତାଇ କରି ପଶ୍ଚିମବଙ୍ଗକୁ ପଳାଇ ଯାଉଛନ୍ତି। ବୁଧବାର ଅପରାହ୍ନରେ...

ପ୍ରସ୍ତୁତି ଲାଗି ଯଥେଷ୍ଟ ସମୟ ଥିଲା

ନୂଆଦିଲ୍ଲୀ,୨୫ା୩: ଭାରତରେ ଏବେ ଚାରିଆଡ଼େ ଭୟ ଓ ଆତଙ୍କର ପରିବେଶ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ଭାଇରସ୍‌ରେ ୫୧୧ ଆକ୍ରାନ୍ତ ହେବା ପରେ...

ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍‌ କେସ୍‌ ରହିଥିବା ବେଳେ ୮ ହୋମ୍‌ କ୍ୱାରାଣ୍ଟାଇନ୍‌...

Advertisement
Archives

Model This Week