CORONAVIRUS UPDATE: ରାଜ୍ୟରେ ପୁଣି ୧୩୮ ପଜିଟିଭ୍‌ ଚିହ୍ନଟ, ୩୦୦୦ ପାଖାପାଖି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୮ା୬(ବ୍ୟୁରୋ): ସୋମବାର ରାଜ୍ୟରେ ପୁଣି ୧୩୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ପାଖାପାଖି ଛୁଇଁଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫, ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡ଼ରୁ ୧୨, ଭଦ୍ରକ ୧୧, କନ୍ଧମାଳ ୧୦, କେନ୍ଦୁଝର ୧୦, ପୁରୀ ୭, ଯାଜପୁର ୬, ମୟୂରଭଞ୍ଜ ୬, ନୟାଗଡ଼ ୩, ଢେଙ୍କାନାଳ ୩, ନୂଆପଡ଼ା ୩, କଳାହାଣ୍ଡି ୨, ସମ୍ବଲପୁର, ରାୟଗଡ଼ା, ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ୧୮୯୪ ଜଣ ସୁସ୍ଥ ହୋଇଛନ୍ତି। ୯ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲି ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି କୌଣସି ଅଧିକାରୀ

ଖୋର୍ଦ୍ଧା,୩୦ା୭(ପ୍ରଭାତ ପାଣିଗ୍ରାହୀ): ଆସନ୍ନ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏ…

ପେଲେଟ୍ ଗନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ, SOP ନେଇ କେନ୍ଦ୍ରକୁ…

ନୂଆଦିଲ୍ଲୀ,୩୦।୭: ସୁପ୍ରିମକୋର୍ଟ ପେଲେଟ୍ ଗନ୍ ବ୍ୟବହାର ନେଇ SOP ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । କୋର୍ଟ ସୂଚିତ କରିଥିଲେ ଯେ ପେଲେଟ୍ ଗନ୍…

ମହିଳା ସଶକ୍ତିକରଣ ସମ୍ପର୍କିତ ‘ଶକ୍ତିଶ୍ରୀ’ କର୍ମଶାଳା

ଦିଗପହଣ୍ଡି,୩୦ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରେ ମହିଳା ସଶକ୍ତିକରଣ ସମ୍ପର୍କିତ ଶକ୍ତିଶ୍ରୀ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଅସିତ…

ମଦରେ ବିଷ ମିଶାଇ ସ୍ବାମୀଙ୍କୁ ହତ୍ୟା; ୧୨ ଫୁଟ୍ ଗଭୀର ଗାତରେ ପୋତିଦେଲେ, ୨ ବର୍ଷ ପରେ ଖୋଲିଲା

ଗାନ୍ଧୀନଗର,୩୦।୭: ଚଳଚ୍ଚିତ୍ରଗୁଡ଼ିକ ମନୋରଞ୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ କିଛି ଚତୁର ବ୍ୟକ୍ତି ଏହାକୁ ଆଧାର କରି ଅପରାଧ ଘଟାଇବା ପାଇଁ ନୂତନ ଉପାୟ ବାହାର କରିଛନ୍ତି।…

ଧୋଇନେଲା ଆପ୍ରୋଚ୍‌ ରାସ୍ତା: ୮ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲା ଜରୁରିକାଳୀନ ପରିଚାଳନା…

ଶୌଚ ସାରି ଫେରୁଥିଲେ ରୁକୁଣୀ, ହଠାତ୍‌ ଉପରେ ପଡ଼ିଲା କାନ୍ଥ: ଆଉ ତା’ପରେ…

ଗୁଣପୁର, ୩୦।୭( ସୁଜାତା ପାଢ଼ୀ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅଧିନ ବାଘ ଡ଼ଙ୍ଗରି ଗ୍ରାମର ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଷୁଡି ପଡିବା…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri