CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ ୨, ଗଞ୍ଜାମ ୬, ସୁନ୍ଦରଗଡ଼ ୪, ବୌଦ୍ଧ ୩, ଗଜପତି, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର ଏବଂ କେନ୍ଦୁଝରରୁ ୫ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୭, ନୟାଗଡ଼ ୪, ଖୋର୍ଦ୍ଧା ୮, ଅନୁଗୋଳ ୬, ଝାରସୁଗୁଡ଼ା ୨, ଯାଜପୁର ୩, କଟକ ୩ ଏବଂ ମାଲକାନଗିରିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବିଭାଗର ୨୧ ଜଣ କମର୍ଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩,୪୯୮କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ୨୩୫୪ଜଣ ସୁସ୍ଥ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିଂ ଅଫିସରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଗୁରୁବାର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।...

ସାତ ପାହାଚରେ ଗୋଡ଼ ଖସିଲା: ଶ୍ରୀମନ୍ଦିର ବୋଝିଆ ଗୁରୁତର

ପୁରୀ ଅଫିସ, ୬ା୧୧୧: ଶ୍ରୀମନ୍ଦିରରେ ବୁଧବାର ଜଣେ ବୋଝିଆ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାମ ଦୁଃଶାସନ ଜେନା (୪୫)। ସାତପାହାଚରେ ଗୋଡ଼ ଖସିଯିବାରୁ...

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୦,୩୮୬

ନୂଆଦିଲ୍ଲୀ,୧୯।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ହେଲେ ଆଉ ଏକ ଖୁସି ଖବର ହେଉଛି ଯେ ଗତ ୨୪ ଘଣ୍ଟା...

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ...

କେସିଆଇର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମନୋନୀତ

ଭୁବନେଶ୍ୱର,୨୦।୪(ବ୍ୟୁରୋ): କେନେଲ କ୍ଲବ ଅଫ୍‌ ଇଣ୍ଡିଆ(କେସିଆଇ)ର ଅଲ୍‌ ବ୍ରିଡ୍‌ ଜଜ୍‌ ଭାବେ ଓଡ଼ିଶାର ସଞ୍ଜିତ କୁମାର ମହାନ୍ତି ମନୋନୀତ ହୋଇଛନ୍ତି। ସେ ପ୍ରଥମ ଓଡ଼ିଆ ଭାବେ...

୧୫ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ପୋଲିସରେ କାର୍ଯ୍ୟରତ ୧୫ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ସରକାରୀଙ୍କ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

୩ ପ୍ରବାସୀ ଶ୍ରମିକ ମୃତ

ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

Advertisement
Archives

Model This Week