CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୧୪।୬(ବ୍ୟୁରୋ): କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୦ ବର୍ଷୀୟ ବ୍ୟକ୍ତି। ଏହାକୁ ମିଶାଇ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସେ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ୍‌ କିଡନୀ, କ୍ରୋନିକ୍‌ ଅବ୍‌ଷ୍ଟ୍ରକ୍ଟିଭ୍‌ ପଲ୍ମୋନାରୀ ରୋଗରେ ପୀଡ଼ିତ ଥିଲେ। ତେବେ କରୋନା ସଂକ୍ରମଣ ପରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ପ୍ରକାଶ ଯେ, ରାଜ୍ୟରେ ଆଉ ୧୮୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୭୧ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୧୫ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୯୦୯କୁ ବୃଦ୍ଧି ପାଇଛି। ତେବେ ସେଥିରୁ ୨୫୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦୧ ଆକ୍ଟିଭ୍‌ କେସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୭ା୫(ଡି.ଏନ.ଏ.) ଗ୍ରାମାଞ୍ଚଳର ଲୋକଙ୍କୁ ପାଇପ୍‌ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରକଳ୍ପମାନ ନିର୍ମାଣ କରୁଛନ୍ତି। ଏଥିପାଇଁ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ...

ମାସେ ଭିତରେ ଘରୋଇ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା ଫେରୁ, ନଚେତ ବାଚସ୍ପତି ସମ୍ଭାଳି ପାରିବେନି: ସୁର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ(ସୁର) କୁମାର ରାଉତରାୟ ଶୁକ୍ରବାର ବର୍ଷିଛନ୍ତି। ବିଧାନସଭା...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ‘ଆୟୁଷ୍ମାନ୍‌ ଭାରତ’ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର, ୪।୬(ବ୍ୟୁରୋ): ରାଜ୍ୟରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍‌ ଭାରତ’ ଯୋଜନା କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏ ନେଇ ମଙ୍ଗଳବାର ସଚିବାଳୟରେ ଏକ...

ଶୀତରେ ଥରୁଛି ଜି.ଉଦୟଗିରି, ତାପମାତ୍ରା ରହିଛି…

ଜି.ଉଦୟଗିରି,୨୩ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହରରେ ଏକ ସପ୍ତାହ ହେବ ଶୀତର ଲହରି ଜାରିରହିଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ୫...

ସର୍ବଶ୍ରେଷ୍ଠ ଆଇଟିଆଇରେ ରାଜ୍ୟର ୬

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସୋମବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ...

କରୋନା ସଂକ୍ରମଣରେ ଲାଗୁଛି ଲଗାମ୍‌: କମୁଛି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଲଗାମ୍‌ ଲାଗିବାରେ ଲାଗିଛି। ଇତିମଧ୍ୟରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମି ୭ଲକ୍ଷ ୯୫ ହଜାର ୮୭ରେ...

ଅନୁଗୋଳ ଆଲୁମିନିୟମ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଦାବି: ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୨(ବ୍ୟୁରୋ): ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ଲାଗି ବୁଧବାର କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କେନ୍ଦ୍ର ପେଟ୍ରୋଲିୟମ...

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା...

Advertisement
Archives

Model This Week