CORONAVIRUS UPDATE: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍‌: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ ବୁଧବାର ଆଉ ୩ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତି ବାଲେଶ୍ୱରର ବୋଲି ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସୂଚନା ଦେଇଛି। ୩ଜଣ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ଏମାନଙ୍କ ବୟସ ଯଥାକ୍ରମେ ୬୩, ୬୧ ଓ ୪୪ ରହିଛି। ଏମାନେ ସମସ୍ତେ କୋଲକାତା ଫେରନ୍ତା ବୋଲି କୁହାଯାଇଛି। ୩ଜଣ ଆକ୍ରାନ୍ତଙ୍କ ନିକଟରେ କୌଣସି ଲକ୍ଷଣ ନ ଥିବା ବେଳେ ସେମାନେ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ଏହାକୁ ମିଶାଇ ବାଲେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨୫ରେ ପହଞ୍ଚିଛି। ସେଥିମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ...

ଠିକାଦାରଙ୍କୁ ସୁରକ୍ଷା ଯୋଗାଇବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗତ ୪ ବର୍ଷ ଧରି ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିପାରିଛି। ମଙ୍ଗଳବାର ଲୋକସେବା...

୨୪ ଘଣ୍ଟାରେ ୧୧୭ ବାଇକ ଜବତ

ଛତ୍ରପୁର,୭ା୪(ଡି.ଏନ.ଏ.)-କରୋନା ସଂକ୍ରମଣ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାରେ ବାଇକ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ତଥାପି କେତେଜଣ ବାଇକ୍‌ ଧରି ବୁଲୁଥିବାରୁ ପୋଲିସ ଜବତ କରୁଛି।...

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୦(ବ୍ୟୁରୋ)- ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏ ନେଇ ଗୁରୁବାର ଇଣ୍ଡିଆନ...

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ ଅଫିସ, ୧୯।୧୦: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବେଳେ ବିବାଦ ହାଇକୋର୍ଟକୁ ଯାଇଥିଲା। ଶେଷରେ...

ଆମ୍ବୁଲାନ୍ସକୁ ବାଟ ଛାଡ଼ିିବା ପାଇଁ ସଚେତନତା

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ରୋଗୀଙ୍କୁ ନେବାବେଳେ ଆମ୍ବୁଲାନ୍ସ କିଭଳି ଟ୍ରାଫିକ ଭିଡ଼ରେ ଫସିବ ନାହିଁ ସେଥିଲାଗି କମିଶନରେଟ ପୋଲିସ ଭିନ୍ନ ତରିକା ଆପଣାଇଛି। ଏଥିପାଇଁ ଆରମ୍ଭ...

୧୦ରୁ ମୌସୁମୀର ପ୍ରତ୍ୟାବର୍ତ୍ତନ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଚଳିତବର୍ଷ ବିଳମ୍ବରେ ଆସିଥିବା ମୌସୁମୀ ଏ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିନାହିଁ। ଆସନ୍ତା ୧୦ତାରିଖରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। ମୌସୁମୀର ଏହା...

ରାଜ୍ୟରେ ଆଜି ରେକର୍ଡ: ୮୬୮୧ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୮,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି...

Advertisement
Archives

Model This Week