ବିମାନରେ ତୀବ୍ର ବେଗରେ ହୋଇଥାଏ କରୋନା ସଂକ୍ରମଣ!

ବିମାନରେ କରୋନା ସଂକ୍ରମଣକୁ ନେଇ ଦୁଇଟି ଅଧ୍ୟୟନ କରାଯାଇଛି। ଯେଉଁଥିରୁ ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ଜାଣିବାକୁ ମିଳିଛି। ଶୁକ୍ରବାର ପ୍ରକାଶିତ ଏହି ଅଧ୍ୟୟନରୁ ଲଣ୍ଡନରୁ ଭିଏତନାମା ଯିବାକୁ ଥିବା ବିମାନରେ ଜଣେ ସଂକ୍ରମିତ ମହିଳାଙ୍କ ଯୋଗୁ ୧୫ ଜଣ ଲୋକ ସଂକ୍ରମିତ ହୋଇଥିଲେ ବୋଲି ଜଣାପଡ଼ିଛି।

ରିପୋର୍ଟରୁ ପ୍ରକାଶ, ଗଳାରେ କଷ୍ଟ ଅନୁଭବ କରିବା ଏବଂ କଫରେ ପୀଡ଼ିତ ଜଣେ ମହିଳା ବିମାନରେ ନିଜ ଘର ଭିଏତନାମାକୁ ଯାଉଥିଲେ। ୧୦ ଘଣ୍ଟା ପରେ ଯେତେବେଳେ ଏହି ବିମାନ ଅବତରଣ କଲା ସେତେବେଳେ ଅନ୍ୟ ୧୫ ଜଣ ସଂକ୍ରମିତ ହୋଇସାରିଥିଲେ। ଭିଏତନାମାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଜିନ୍‌ର ଗବେଷକମାନେ ଏହି ଅଧ୍ୟୟନ କରି କହିଛନ୍ତି।
ଗବେଷକମାନେ କୁହନ୍ତି, ବହୁଦୂର ବିମାନ ଯାତ୍ରାରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିବା ବାସ୍ତବିକ କଥା। ଜଣଙ୍କଠାରୁ ଅନ୍ୟମାନଙ୍କୁ ଖୁବ୍‌ ତୀବ୍ର ବେଗରେ ଏହା ସଂକ୍ରମିତ କରିଥାଏ। ଦୂରରେ ବସିଲେ ମଧ୍ୟ ବିମାନରେ କରୋନା ସଂକ୍ରମଣ ଆଶଙ୍କା କମିବ ନାହିଁ। ଅଧ୍ୟୟନରେ କୁହାଯାଇଛି, କରୋନା ରୋକିବା ପାଇଁ ବିମାନଯାତ୍ରୀମାନଙ୍କ ସ୍କ୍ରିନିଂ ଏବଂ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ଜରୁରୀ ଅଟେ।

ଆଉ ଏକ ଘଟଣା ହେଉଛି, ହକଂକଂର। ଏଠାରେ ଏକ ଦମ୍ପତି ବିମାନରେ ଯାତ୍ରା କରିଥିଲେ। ସେହି ବିମାନରେ ଦୁଇ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ଯେତେବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ନ ଥିଲା। ତେଣୁ ଏହି ୪ ଜଣ କରୋନା ସଂକ୍ରମିତ ହୋଇଥିଲେ। ପରୀକ୍ଷାରୁ ଜଣାପଡ଼ିଥିଲା ସମସ୍ତଙ୍କର ସମାନ ରିପୋର୍ଟ ଆସିଛି। ତେଣୁ ବିମାନ ଯାତ୍ରା ସମୟରେ କରୋନା ସଂକ୍ରମଣ ଅଧିକ ବୋଲି ଗବେଷକମାନେ ପରୀକ୍ଷା କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri