ଲକଡାଉନ ନିୟମ ଭାଙ୍ଗି ହଜାର ହଜାର ଗିରଫ, ଗୋଟିଏ ଦିନରେ ୨୩ହଜାର ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ବେଜିଂ,୧୬ ।୪: ଚାଇନାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ଜିରୋ କୋଭିଡ ନୀତିକୁ ନେଇ ଲୋକେ ବ୍ୟସ୍ତ ବିବ୍ରତ ହୋଇ ପଡିଲେଣି । ସୋସିଆଲ ମିଡିଆରେ ଅନେକ ଲୋକ ଏମିତି ବଞ୍ଚିବା ଅପେକ୍ଷା ମୃତ୍ୟୁ ଭଲ ବୋଲି କହୁଛନ୍ତି । ହେଲେ ସରକାରଙ୍କ ନିୟମରେ କୌଣସି ପରିବର୍ତ୍ତନ କରାଯାଉନାହିଁ । ତେଣୁ କୋଭିଡ ନିୟମ ଉଲ୍ଲଂଘନ କରିଥିବା ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିବା କୁହାଯାଉଛି । କିନ୍ତୁ ଏହାର ସଂଖ୍ୟା କେତେ ତହା ସ୍ପଷ୍ଟ କରାଯାଇ ନାହିଁ ।
ଇତି ମଧ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ(ଏନଏଚସି)ର ସୂଚନା ଅନୁଯାୟୀ, ଗୋଟିଏ ଦିନ ମଧ୍ୟରେ ସାଂଘାଇ ସହରରେ ୨୩,୦୦୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ବୁଧବାର ଏହି ସଂଖ୍ୟା ୨୭,୦୦୦ ଥିଲା । ମହାମାରୀ ଆରମ୍ଭ ହେବା ପରେ ଉହାନ ପରେ ସାଂଘାଇ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାର ସୂଚନା ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି । ସହରର ପାଖାପାଖଇ ୨.୫ କୋଟି ଲୋକ ଲକଡାଉନ ମଧ୍ୟରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଦର୍ଶନ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ

ଥିରୁଭାନନ୍ତପୁରମ,୧୭ ।୧୦: କରୋନା ଭାଇରସ ମହାମାରୀ ପାଇଁ ଦୀର୍ଘ ପ୍ରାୟ ୬ ମାସ ହେବ ବନ୍ଦ ରହିଥିବା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ଶନିବାର ସକାଳୁ...

ବ୍ୟବସାୟୀ ବଢ଼ାଉଛନ୍ତି ଖାଉଟି ସାମଗ୍ରୀ ଦର: ସାଧାରଣରେ ଅସନ୍ତୋଷ

ଗୁଡଭେଲା,୨୭।୩(ଡି.ଏନ୍‌.ଏ.): କରୋନା ପାଇଁ ବଲାଙ୍ଗୀର ଜିଲା ତୁଷୁରା ସହରରେ ମାନ୍ଦା ଅବସ୍ଥା ଦେଖିବାକୁ ମିଳୁଛି। ଖାଉଟି ସାମଗ୍ରୀ, ଔଷଧ, ପନିପରିବା ଦୋକାନକୁ ଛାଡ଼ି ଅନ୍ୟ ସମସ୍ତ...

ବୁଡି ଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କଲା ପାକିସ୍ତାନ ନୌସେନା

କରାଚି,୧୨ ।୮: ପାକିସ୍ତାନ ନୌସେନା ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ ଦଳଙ୍କ ସମେତ ୯ ଭାରତୀୟ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି...

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ...

୧୫ ଜଣଙ୍କୁ କ୍ଷମା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୪।୧୨: ଆମେରିକା ନିର୍ବାଚନରେ ପରାଜିତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାରୁ ଯିବା ପୂର୍ବରୁ ୧୫ ଜଣଙ୍କୁ କ୍ଷମା ଦେବା ସହ ୫ ଜଣଙ୍କ...

ଏହି ଯୁବତୀ କରୋନା ଅକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଯୋଗାଉଛନ୍ତି ଭୋଜନ: ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ,୧୩।୫: କରୋନା ଭାଇରସ୍‌ର ବର୍ଦ୍ଧିତ ମାମଲା ମଧ୍ୟରେ ମହାରାଷ୍ଟ୍ରରୁ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡ଼ୁଛି ଏବେ ବି ସମାଜରେ ମାନବିକତା ବଞ୍ଚିରହିଛି। ମହାରାଷ୍ଟ୍ରର...

ଇନଷ୍ଟାଗ୍ରାମ ଡାଉନ୍‌

ନ୍ୟୁୟର୍କ,୯।୩: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ସକାଳେ ଡାଉନ୍‌ ହୋଇଯାଇଛି। ପ୍ରାୟ ୪୬,୦୦୦ ଲୋକ ଇନଷ୍ଟାଗ୍ରାମ ଡାଉନ୍‌ ବୋଲି ଆଉଟେଜ୍‌ ଟ୍ରାକିଂ ୱେବସାଇଟ ଡାଉନ...

ଭାରତ ସହ ମିଳିମିଶି କାମ କରିବାକୁ ଆମେ ପ୍ରସ୍ତୁତ: ଚାଇନା ବୈଦେଶିକ ମନ୍ତ୍ରୀ…

ବେଜିଂ,୨୫।୧୨ : ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏବେ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏକ ବଡ...

Advertisement
Archives

Model This Week