Posted inଜାତୀୟ

୨ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଦିନକରେ ୩.୫୭ ଲକ୍ଷ ସଂକ୍ରମିତ, ୩,୪୪୯ ମୃତ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ନାଟକ, ଛତିଶଗଡ ଏବଂ ଗୁଜରାଟ ଭଳି ୬ଟି ରାଜ୍ୟରୁ ୮୦ ପ୍ରତିଶତ ନୂତନ କରୋନା ମାମଲା ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩,୫୭,୨୨୯ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩,୪୪୯ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨ କୋଟି ୨ ଲକ୍ଷ ୮୨ ହଜାର ୮୩୩ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୧ କୋଟି ୬୬ଲକ୍ଷ ୧୩ ହଜାର ୨୯୨ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୩୪ ଲକ୍ଷ ୪୭ ହଜାର ୧୩୩ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୨ ହଜାର ୪୦୮କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦ୍ରମଣି ବୋରାଙ୍କ ପରଲୋକ

ଗୁଆହାଟୀ,୨୮।୧୨: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରମଣି ବୋରାଙ୍କର ପରଲୋକ ହୋଇଛି। ଗୁଆହାଟୀର ଉଜନ ବଜାରରେ ଥିବା ତାଙ୍କ ନିଜ ଘରେ ଶନିବାର...

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ...

ପଶ୍ଚିମବଙ୍ଗରେ ହେବ କଂଗ୍ରେସ-ବାମଦଳ ମେଣ୍ଟ

କୋଲକାତା,୨୫ା୮(ପି.ଟି.): ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ-ବାମଦଳ ମେଣ୍ଟକୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ...

କଂଗ୍ରେସ ଏକ୍‌ଜିଟ୍‌ ପୋଲ୍‌: ଏନ୍‌ଡିଏ ଆଗରେ

ନୂଆଦିଲ୍ଲୀ,୨୨।୫: ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍‌ କରାଯାଇଥିବାବେଳେ ଏଥିରେ ଏନଡିଏ ପୁଣିଥରେ କ୍ଷମତା ଦଖଲ କରିବ ବୋଲି ଅନୁମାନ କରାଯାଇଛି। ତେବେ ଖୋଦ୍‌...

୩ ମାସ ପରେ ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ରେଳ ସେବା

ଶ୍ରୀନଗର,୧୧।୧୧: ଜମ୍ମୁ-କଶ୍ମୀରରେ ୩ ମାସ ପରେ ରେଳ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏଠାରେ ଅଗଷ୍ଟ ୫ଠାରୁ ଉତ୍ତର କଶ୍ମୀରର...

ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା...

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର...

ବଢୁଛି ମୋଦି ମାସ୍କର ଚାହିଦା

ଭୋପାଳ,୧୬।୬: କରୋନା ମହାମାରୀକୁ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପୂର୍ବରୁ ମେଡିସିନ ଷ୍ଟୋରରେ ଏହି ମାସ୍କ ଉପଲବ୍ଧ ହେଉଥିବା ବେଳେ ଏବେ...

Advertisement


Archives

Model This Week

Why Dharitri