Posted inଜାତୀୟ

ବର-କନ୍ୟାଙ୍କ ସହ ସେଲ୍‌ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି

ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ ସଚେତନ ନ ହୋଇ ବଜାର ଘାଟରେ ଭିଡ ଜମାଉଛନ୍ତି। ମଧ୍ୟପ୍ରଦେଶରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ଭୁଲ୍‌ ସାରା ଗ୍ରାମକୁ ଭୋଗିବାକୁ ପଡିଛି। ନିବାଡୀ ଜିଲାର ଲୁହରଗୁଭା ଗ୍ରାମର ଜଣେ ବ୍ୟକ୍ତି କରୋନା ପଜିଟିଭ୍‌ ହେବାର ୮ ଦିନ ପର୍ଯ୍ୟନ୍ତ ଏକଥା ଲୁଚାଇ ରଖିଥିଲେ। କେବଳ ଏତିକି ନୁହେଁ, ଏହି ସମୟରେ ସେ ଏକ ବିବାହ ସମାରୋହରେ ସାମିଲ ହୋଇ ବର-କନ୍ୟାଙ୍କ ସହ ଫଟୋ ଉଠାଇଥିଲେ। ଏହି କାରଣରୁ ଏବେ ଗଁାରେ ପ୍ରାୟରେ ୩୦ରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଅନେକଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ସୂଚନାଯୋଗ୍ୟ, ଲୁହରଗୁଭା ଗ୍ରାମର ୨୭ ବର୍ଷୀୟ ଯୁବକଙ୍କ ଏପ୍ରିଲ ୨୭ରେ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କ କ୍ୱାରାଣ୍ଟାଇନ୍‌ର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ନ ମାନି ଚାରିଆଡେ ବୁଲିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆପଣାନ୍ତୁ ଏହି ସହଜ ଉପାୟ ଘରୁ ପଳାଇବେ ପିମ୍ପୁଡ଼ି,ଜନ୍ଦା…

ଘରେ ପିମ୍ପୁଡ଼ି,ଜନ୍ଦା ହେଲେ ଭାରି ଅସୁବିଧା ହୋଇଥାଏ। ତେବେ କେତେକ ସହଜ ଉପାୟ ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ। ଲେମ୍ବୁ ଚୋପାକୁ ପିମ୍ପୁଡ଼ି କିମ୍ବା...

ସଂସଦୀୟ କମିଟି ରିପୋର୍ଟକୁ ଅଣଦେଖା: ଦେଶରେ କରୋନା ସଙ୍କଟ ସୃଷ୍ଟି କରିଛନ୍ତି ମୋଦି ସରକାର…

ନୂଆଦିଲ୍ଲୀ,୧୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ସଙ୍କଟ ସୃଷ୍ଟି କରିଛି। ତେବେ ଏଭଳି ସ୍ଥିତି ସୃଷ୍ଟି ହେବ ବୋଲି ସଂସଦୀୟ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ମିଲିଟାରୀ କ୍ୟାଣ୍ଟିନ୍‌ରେ ମିଳିବନି ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୪।୧୦: ଏବେ ଆଉ ମିଲିଟାରୀ କ୍ୟାଣ୍ଟିନ୍‌ରେ ଚାଇନା ସାମଗ୍ରୀ ମିଳିବନି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ଥିବା ୩...

ଗୁଜରାଟ ଦଙ୍ଗା ପାଇଁ ମୋଦି ଦାୟୀ: ବିବିସି

ଲଣ୍ଡନ/ନୂଆଦିଲ୍ଲୀ,୨୦ା୧:୨୦୦୨ ଫେବୃୟାରୀ ଓ ମାର୍ଚ୍ଚରେ ସଂଘଟିତ ଗୁଜରାଟର ସାମ୍ପ୍ରଦାୟିକ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ଥିବା ବିଷୟ ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ରେ...

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ...

ମୁଖ୍ୟମନ୍ତ୍ରୀଙ୍କ ସଭାରେ ଅନ୍ନଦାତାଙ୍କୁ ପୋଲିସର ଲାଠି ମାଡ଼

କର୍ନାଲ,୧୦।୧: କୃଷି ଆଇନକୁ ନେଇ ପ୍ରଦର୍ଶନ କରୁଥିବା ଅନ୍ନଦାତାଙ୍କ ଦୁଃଖ ବୁଝିବା ତ ଦୂରର କଥା ବରଂ ସେମାନଙ୍କ ଉପରେ ଲଗାତାର ଲାଠିମାଡ଼ ହେବାରେ ଲାଗିଛି।...

କେରଳରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ

ଥିରଭାନନ୍ତପୁରମ,୭।୮-କେରଳର କୋଝିକୋଡ ବିମାନ ବନ୍ଦରରେ ଶୁକ୍ରବାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁବାଇରୁ ୧୯୦ ଯାତ୍ରୀଙ୍କୁ ନେଇ କେରଳର କୋଝିକୋଡକୁ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ...

Advertisement
Archives

Model This Week