କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ

ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ ହେବାକୁ ଇଚ୍ଛା କରି ଠକେଇର ଶିକାର ହୋଇଥିବା ଯୁବକଙ୍କୁ ପୋଲିସ ପଚରାଉଚରା କରିଛି। ଜିଗଲୋ ର଼୍ୟାକେଟ ନେଇ ନୂଆ ତଥ୍ୟ ମିଳିଥିବାବେଳେ ଏହି ଆଧାରରେ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ଅନ୍ୟପଟରେ ଏହି ର଼୍ୟାକେଟ କିଭଳି ଚାଲିଛି ସେନେଇ ମୁହଁ ଖୋଲିଛନ୍ତି ଠକାମୀର ଶିକାର ଯୁବକ। କରୋନା ପରିସ୍ଥିତି ପାଇଁ ସେ ଜିଗଲୋ ହେବାକୁ ଇଚ୍ଛା କରିଥିଲେ। ତାଙ୍କ ଭଳି ଅନେକ ଯୁବକ ଓ ଯୁବତୀ ମଧ୍ୟ ଏହି ର଼୍ୟାକେଟରେ ଫସିଥିବା ସେ କହିଛନ୍ତି।
ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଜଣେ ଯୁବକ କିପରି ଜିଗଲୋ ହେବାକୁ ଇଚ୍ଛାକରି ଠକେଇର ଶିକାର ହୋଇଥିଲେ ସେସମ୍ପର୍କରେ ପୂରା ଘଟଣାକ୍ରମ ବଖାଣିଛନ୍ତି। ସେ କହିଛନ୍ତି, ସେ ଏକ ସଂସ୍ଥାରେ ଚାକିରି କରୁଥିଲେ। କରୋନା ପାଇଁ ଉକ୍ତ ସଂସ୍ଥା ଅଧା ଦରମା ଦେଉଛନ୍ତି। ତେଣୁ ଏହି ଟଙ୍କାରେ ଭୁବନେଶ୍ୱରରେ ରହି ଚଳିବା କଷ୍ଟକର ହୋଇପଡୁଛି। ଏପରି ସମୟରେ କିଛିଦିନ ତଳେ ସେ ଅନ୍‌ଲାଇନ୍‌ରେ ଜିଗଲୋ ନେଇ ଏକ ବିଜ୍ଞାପନ ଦେଖିଥିଲେ। ସେଥିରେ ରହିଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ ପରେ ରାତିକୁ ୩୦ ହଜାର ଟଙ୍କା ଦେବେ ରିସିଭ୍‌ କରିଥିବା ବ୍ୟକ୍ତିଜଣ କହିଥିଲେ। ତାଙ୍କ ପରାମର୍ଶ ଅନୁସାରେ ପ୍ରଥମେ ଗୁଗଲ ପେ’ରେ ୨ହଜାର ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏହାପରେ ତାଙ୍କ ହ୍ବାଟ୍ସଆପକୁ ଏକ ମେମ୍ବର କାର୍ଡ ଆସିଥିଲା। ଏହାପରେ ବ୍ୟକ୍ତିଜଣକ କଲ୍‌ କରି ସୋନିଆ ନାମକ ଜଣେ ମହିଳା ପ୍ରଥମ ଗ୍ରାହକ ହେବେ ଓ ସେ ତୁମ ସହିତ ଯୋଗାଯୋଗ କରିବେ ବୋଲି ଜଣାଇଥିଲେ। ତେଣୁ ନିଶ୍ଚିତ କରିବାକୁ ତାଙ୍କଠାରୁ ପୁଣି ୭ ହଜାର ଟଙ୍କା ନେଇଥିଲେ। ଏହାର କିଛି ସମୟ ପରେ ଜଣେ ମହିଳା ସୋନିଆ ବୋଲି ପରିଚୟ ଦେଇ ଉକ୍ତ ଯୁବକଙ୍କୁ ଫୋନ୍‌ କରି ଲୋକେଶନ୍‌ ପଠାଇଥିଲେ। ସେହି ଅନୁସାରେ ଯୁବକ ଜଣକ କଳ୍ପନାରେ ଥିବା ହୋଟେଲକୁ ଯାଇ ସେଠାରେ ଅପେକ୍ଷା କରିଥିଲେ ମଧ୍ୟ କୌଣସି ମହିଳା ଆସି ନ ଥିଲେ। ତେଣୁ ସେ ଉକ୍ତ ଫୋନ୍‌ କଲ୍‌ କରିବାରୁ ମହିଳା ଜଣକ ସେଫ୍ଟି କିଟ୍‌ ଅଛି କି ନାହିଁ ବୋଲି ପଚାରିଥିଲେ। ହେଲେ ସେଫ୍ଟି କିଟ୍‌ କ’ଣ ସେ ଜାଣି ନ ଥିବାରୁ ତାଙ୍କୁ ତାହାକୁ ଆଣିବାକୁ କହିଥିଲେ। ଏହାପରେ ଯୁବକ ଜଣକ ପ୍ରଥମେ କଥା ହୋଇଥିବା ଯୁବକଙ୍କ ସହ ଯୋଗାଯୋଗ କରିବାରୁ ସେ ସେଫ୍ଟି କିଟ୍‌ ପାଇଁ ୫ହଜାର ଦେବାକୁ ପଡିବ ଓ ସେଥିରେ ସାବୁନ, ତେଲ ସହ ଯୌନ ସୁରକ୍ଷା ସାମଗ୍ରୀ ରହିଥିବା ଜଣାଇଥିଲେ। ଏସବୁ ଶୁଣିବା ପରେ ତାଙ୍କର ସନ୍ଦେହ ହୋଇଥିଲା। ହୋଟେଲର ରିସେପ୍ସନିଷ୍ଟଙ୍କୁ ସୋନିଆ ନାମରେ କେହି ମହିଳା ରୁମ୍‌ ବୁକ୍‌ କରିଥିବା ପଚାରିଥିଲେ। ସେମାନେ ମନା କରିବା ପରେ ହୋଟେଲ ମ୍ୟାନେଜରଙ୍କୁ ସବୁକଥା କହିଥିଲେ। ହୋଟେଲ ମ୍ୟାନେଜର ସବୁକିଛି ଯାଞ୍ଚ ପରେ ତାଙ୍କ ହୋଟେଲ ଫଟୋ ଓ ଠିକଣା ଅନ୍‌ଲାଇନ୍‌ରେ ଦିଆଯାଇଥିବାରୁ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri