କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ

ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍‌ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ ହେବାକୁ ଇଚ୍ଛା କରି ଠକେଇର ଶିକାର ହୋଇଥିବା ଯୁବକଙ୍କୁ ପୋଲିସ ପଚରାଉଚରା କରିଛି। ଜିଗଲୋ ର଼୍ୟାକେଟ ନେଇ ନୂଆ ତଥ୍ୟ ମିଳିଥିବାବେଳେ ଏହି ଆଧାରରେ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି। ଅନ୍ୟପଟରେ ଏହି ର଼୍ୟାକେଟ କିଭଳି ଚାଲିଛି ସେନେଇ ମୁହଁ ଖୋଲିଛନ୍ତି ଠକାମୀର ଶିକାର ଯୁବକ। କରୋନା ପରିସ୍ଥିତି ପାଇଁ ସେ ଜିଗଲୋ ହେବାକୁ ଇଚ୍ଛା କରିଥିଲେ। ତାଙ୍କ ଭଳି ଅନେକ ଯୁବକ ଓ ଯୁବତୀ ମଧ୍ୟ ଏହି ର଼୍ୟାକେଟରେ ଫସିଥିବା ସେ କହିଛନ୍ତି।
ଭୁବନେଶ୍ୱରରେ ଜିଗଲୋ ର଼୍ୟାକେଟ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଜଣେ ଯୁବକ କିପରି ଜିଗଲୋ ହେବାକୁ ଇଚ୍ଛାକରି ଠକେଇର ଶିକାର ହୋଇଥିଲେ ସେସମ୍ପର୍କରେ ପୂରା ଘଟଣାକ୍ରମ ବଖାଣିଛନ୍ତି। ସେ କହିଛନ୍ତି, ସେ ଏକ ସଂସ୍ଥାରେ ଚାକିରି କରୁଥିଲେ। କରୋନା ପାଇଁ ଉକ୍ତ ସଂସ୍ଥା ଅଧା ଦରମା ଦେଉଛନ୍ତି। ତେଣୁ ଏହି ଟଙ୍କାରେ ଭୁବନେଶ୍ୱରରେ ରହି ଚଳିବା କଷ୍ଟକର ହୋଇପଡୁଛି। ଏପରି ସମୟରେ କିଛିଦିନ ତଳେ ସେ ଅନ୍‌ଲାଇନ୍‌ରେ ଜିଗଲୋ ନେଇ ଏକ ବିଜ୍ଞାପନ ଦେଖିଥିଲେ। ସେଥିରେ ରହିଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ ପରେ ରାତିକୁ ୩୦ ହଜାର ଟଙ୍କା ଦେବେ ରିସିଭ୍‌ କରିଥିବା ବ୍ୟକ୍ତିଜଣ କହିଥିଲେ। ତାଙ୍କ ପରାମର୍ଶ ଅନୁସାରେ ପ୍ରଥମେ ଗୁଗଲ ପେ’ରେ ୨ହଜାର ଟଙ୍କା ଦେଇ ରେଜିଷ୍ଟ୍ରେଶନ କରିଥିଲେ। ଏହାପରେ ତାଙ୍କ ହ୍ବାଟ୍ସଆପକୁ ଏକ ମେମ୍ବର କାର୍ଡ ଆସିଥିଲା। ଏହାପରେ ବ୍ୟକ୍ତିଜଣକ କଲ୍‌ କରି ସୋନିଆ ନାମକ ଜଣେ ମହିଳା ପ୍ରଥମ ଗ୍ରାହକ ହେବେ ଓ ସେ ତୁମ ସହିତ ଯୋଗାଯୋଗ କରିବେ ବୋଲି ଜଣାଇଥିଲେ। ତେଣୁ ନିଶ୍ଚିତ କରିବାକୁ ତାଙ୍କଠାରୁ ପୁଣି ୭ ହଜାର ଟଙ୍କା ନେଇଥିଲେ। ଏହାର କିଛି ସମୟ ପରେ ଜଣେ ମହିଳା ସୋନିଆ ବୋଲି ପରିଚୟ ଦେଇ ଉକ୍ତ ଯୁବକଙ୍କୁ ଫୋନ୍‌ କରି ଲୋକେଶନ୍‌ ପଠାଇଥିଲେ। ସେହି ଅନୁସାରେ ଯୁବକ ଜଣକ କଳ୍ପନାରେ ଥିବା ହୋଟେଲକୁ ଯାଇ ସେଠାରେ ଅପେକ୍ଷା କରିଥିଲେ ମଧ୍ୟ କୌଣସି ମହିଳା ଆସି ନ ଥିଲେ। ତେଣୁ ସେ ଉକ୍ତ ଫୋନ୍‌ କଲ୍‌ କରିବାରୁ ମହିଳା ଜଣକ ସେଫ୍ଟି କିଟ୍‌ ଅଛି କି ନାହିଁ ବୋଲି ପଚାରିଥିଲେ। ହେଲେ ସେଫ୍ଟି କିଟ୍‌ କ’ଣ ସେ ଜାଣି ନ ଥିବାରୁ ତାଙ୍କୁ ତାହାକୁ ଆଣିବାକୁ କହିଥିଲେ। ଏହାପରେ ଯୁବକ ଜଣକ ପ୍ରଥମେ କଥା ହୋଇଥିବା ଯୁବକଙ୍କ ସହ ଯୋଗାଯୋଗ କରିବାରୁ ସେ ସେଫ୍ଟି କିଟ୍‌ ପାଇଁ ୫ହଜାର ଦେବାକୁ ପଡିବ ଓ ସେଥିରେ ସାବୁନ, ତେଲ ସହ ଯୌନ ସୁରକ୍ଷା ସାମଗ୍ରୀ ରହିଥିବା ଜଣାଇଥିଲେ। ଏସବୁ ଶୁଣିବା ପରେ ତାଙ୍କର ସନ୍ଦେହ ହୋଇଥିଲା। ହୋଟେଲର ରିସେପ୍ସନିଷ୍ଟଙ୍କୁ ସୋନିଆ ନାମରେ କେହି ମହିଳା ରୁମ୍‌ ବୁକ୍‌ କରିଥିବା ପଚାରିଥିଲେ। ସେମାନେ ମନା କରିବା ପରେ ହୋଟେଲ ମ୍ୟାନେଜରଙ୍କୁ ସବୁକଥା କହିଥିଲେ। ହୋଟେଲ ମ୍ୟାନେଜର ସବୁକିଛି ଯାଞ୍ଚ ପରେ ତାଙ୍କ ହୋଟେଲ ଫଟୋ ଓ ଠିକଣା ଅନ୍‌ଲାଇନ୍‌ରେ ଦିଆଯାଇଥିବାରୁ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?