ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର ଭୂମିକା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରାୟୋଜନରେ ଚାଲିଥିବା ମିଶନରେ ନ୍ୟୁୟର୍କର ଜୀବବିଜ୍ଞାନୀ ପିଟର ଡାସ୍‌ଜାକ୍‌ ସହଯୋଗ କରିଥିଲେ। ୧୪ ଜଣିଆ ଟିମ୍‌ ଚାଇନାରେ ବିଶେଷଜ୍ଞମାନଙ୍କ ସହ କାର୍ଯ୍ୟ କରୁଛନ୍ତି। ସେମାନେ ବିଭିନ୍ନ ହଟ୍‌ସ୍ପଟ ଓ ଗବେଷଣାକେନ୍ଦ୍ରକୁ ଯାଇ କେତେକ ବାସ୍ତବ ସୂଚନା ସଂଗ୍ରହ କରିଛନ୍ତି।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଉହାନଠାରୁ ୧୦୦୦ ମାଇଲ୍‌ ଦୂରରୁ କରୋନାର ନିକଟ ସମ୍ପର୍କୀୟ ଭୂତାଣୁ ବାଦୁଡ଼ିଠାରୁ ଆସିଥିଲା। ତେବେ ବାଦୁଡ଼ିଠାରୁ ସିଧାସଳଖ ମଣିଷ ଦେହକୁ ଉକ୍ତ ଭୂତାଣୁ ଆସିଥିବାର କୌଣସି ସ୍ପଷ୍ଟ ସୂଚନା ନାହିଁ। ତାହା କିପରି ଉହାନରେ ବ୍ୟାପିଲା ଜାଣିବାକୁ ସେମାନେ ଉଦ୍ୟମ ଚଳାଇଛନ୍ତି। କରୋନା ମହାମାରୀରେ ବର୍ତ୍ତମାନ ସୁଦ୍ଧା ୧୦.୫୭ କୋଟି ସଂକ୍ରମିତ ହୋଇଥିବାବେଳେ ୨୩ ଲକ୍ଷଙ୍କ ମୃତ୍ୟୁ ହେଲାଣି। ଭୂତାଣୁର ଉତ୍ସ ଖୋଜି ବାହାର କରିବାକୁ ଗତବର୍ଷ ମେ’ରେ ଡବ୍ଲ୍ୟୁଏଚ୍‌ଓକୁ କୁହାଯାଇଥିଲା। ଉହାନ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟରୁ ଭୂତାଣୁ ଆସିଥିବା କଥାକୁ ବୈଜ୍ଞାନିକମାନେ ଅସ୍ବୀକାର କରିଛନ୍ତି। ସେମାନେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ତାହାର ଅନୁଧ୍ୟାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୀତାଙ୍କୁ ମିିଳିଲେ ତାଙ୍କର ପ୍ରକୃତ ମା’!

କରାଚି,୧୧ ।୩: ପାକିସ୍ତାନର ଏକ ସାମାଜିକ କଲ୍ୟାଣ ସଙ୍ଗଠନ ଯେଉଁ ବିଦ୍ୟାଙ୍ଗ ଭାରତୀୟ ଯୁବତୀଙ୍କୁ ଆଶ୍ରା ଦେଇଥିଲେ ଓ ୨୦୧୫ରେ ଭାରତ ପଠାଇ ଦେଇଥିଲେ ଶେଷରେ...

ସାମରିକ ଏୟାରଫିଲ୍ଡ ନିକଟରେ ବିସ୍ଫୋରଣ: ୧୦ ମୃତ

କାବୁଲ,୧।୧:ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ସାମରିକ ଏୟାରଫିଲ୍ଡ ନିକଟରେ ରବିବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା...

କରାଚିରେ ଜରୁରୀ ଅବତରଣ କଲା ଭାରତର ଚାର୍ଟର ବିମାନ

ଇସଲାମାବାଦ,୧୬ ।୮: ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତରୁ ୧୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଚାର୍ଟର ବିମାନ ସୋମବାର ପାକିସ୍ତାନର କରାଚି ସହରରେ ଥିବା ଜିନ୍ନା...

ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…

ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ,...

ଘୁଷୁରୀ ମଳଦ୍ୱାରରେ ଗ୍ରହଣ କରେ ଅକ୍ସିଜେନ୍‌: ମଣିଷଙ୍କଠାରେ ଏଭଳି ଜ୍ଞାନକୌଶଳ ପ୍ରୟୋଗ ସମ୍ଭାବନା …

ଟୋକିଓ/ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ...

ସୁପର କାର୍‌ରେ ଆସିଲା କିଡ୍‌ନୀ

ରୋମ୍‌, ୨୧।୧୨: ଇଟାଲୀ ପୋଲିସ ମଙ୍ଗଳବାର ଦୁଇଜଣ କିଡ୍‌ନୀ ରୋଗୀଙ୍କ ଜୀବନ ବଞ୍ଜାଇବାରେ ସକ୍ଷମ ହୋଇଛନ୍ତି। ଘଣ୍ଟା ପ୍ରତି ୩୦୦ କି.ମି ଦୂର ପର୍ଯ୍ୟନ୍ତ ଅତିକ୍ରମ...

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା...

ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର...

Advertisement
Archives

Model This Week