କରୋନା ପାଇଁ ଇଞ୍ଜେକଶନ ନୁହେଁ ବରଂ ଭଲ କାମ କରିବ ନାଜାଲ ସ୍ପ୍ରେ!

ଲଣ୍ଡନ,୧।୯: କରୋନା ଭାଇରସକୁ ଦୂରେଇବାକୁ ଏବେ ବିଭିନ୍ନ ଦେଶରେ ଶହ ଶହ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଶେଷଜ୍ଞମାନେ। ହେଲେ କରୋନା ଭ୍ୟାକ୍ସିନ କେମିତି ହୋଇଥିବ କେମିତି ଶରୀରରେ କାମ କରିବ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇ ନାହିଁ। ହେଲେ ଏବେ କେତେଜଣ ଭ୍ୟାକ୍ସିନ ବିଶେଷଜ୍ଞ କହିଛନ୍ତି, କରୋନା ଟିକା ଇଞ୍ଜେକଶନ ଅପେକ୍ଷା ନାଜାଲ ସ୍ପ୍ରେ ବା ନାକବାଟେ ଦେଲେ ଏହା ଭଲ କାମ କରିବ। ବର୍ମିହାମର ଅଲବାମା ୟୁନିଭର୍ସିଟିର ଇମ୍ୟୁନୋଲୋଜିଷ୍ଟ ତଥା ଭ୍ୟାକ୍ସିନ ଡେଭଲପର ଫ୍ରାନ୍ସିସଙ୍କ ମତରେ ଟିକା ସାଧାରଣତଃ ହାତର ବାହାର ଭାଗରେ ଦିଆଯାଇଥାଏ। ତେଣୁ ମାଂସପେଶୀରେ ଇଞ୍ଜେକଶନର ଭଲ ରେସପନ୍ସ ରହିଥାଏ। ସେଥିପାଇଁ ପ୍ରାୟ ସମସ୍ତ ଭ୍ୟାକ୍ସିନକୁ ଇଞ୍ଜେକଶନ ଆକାରରେ ଦିଆଯାଇଥାଏ। ଏହାଦ୍ୱାରା ସିଷ୍ଟୋମେଟିକ୍‌ ରେସପନ୍ସ ମିଳିଥାଏ ହେଲେ ଲୋକାଲ ରେପ୍ସନ ମିଳି ନ ଥାଏ ବୋଲି ସେ କହିଛନ୍ତି। ଜେନେଟିକ ଆଣ୍ଟିବଡିଜ ଯାହା ଶରୀରର ବିଭିନ୍ନ ଅଂଶରେ ରକ୍ତଦ୍ୱାରା ପହଞ୍ଚିଥାଏ ତାକୁ ସିଷ୍ଟୋମ୍ୟାଟିକ ରେସପନ୍ସ କୁହାଯାଏ। ହେଲେ କରୋନା ଭାଇରସର ଆରମ୍ଭ ନାକ ଓ ଗଳାରେ ହେଉଥିବାରୁ ଇନଫେକ୍ସନ ଇମ୍ୟୁନିଟିକୁ ପ୍ରଭାବିତ କରିବା ପୂର୍ବରୁ ଏହା ନାକ ଓ ଗଳାରେ ରହିଥାଏ। ତେଣ ମାଂସପେଶୀରେ ଇଞ୍ଜେକଶନ ଦ୍ୱାରା ଦିଆଯାଉଥିବା ଭ୍ୟାକ୍ସିନ ଲମ୍ବା ସମୟ ପାଇଁ ପ୍ରୋଟେକ୍ସନ ଦେଇଥାଏ। କିନ୍ତୁ ନାକ ଓ ଗଳାରେ ଔଷଧ ନ ଯିବା ଫଳରେ ଇନଫେକଶନ ହେବାର ଭୟ ରହିଥାଏ। ନାକରେ ସିଧାସଳଖ ଭ୍ୟାକ୍ସିନ ଗଲେ ଏହା ଭିନ୍ନ ପ୍ରକାରର ଇମ୍ୟୁନିଟି ବଢାଇଥାଏ ବୋଲି ପ୍ରାନ୍ସିସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri