ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା ଭୂତାଣୁ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିପାରେ। ତେବେ ଏହାଦ୍ୱାରା ଫୁସଫୁସ୍‌ ପ୍ରତି କୌଣସି ବିପଦ ସୃଷ୍ଟି ହେବାର ଆଶଙ୍କା ନ ଥାଏ। ମେଡ଼ିକାଲ ଜର୍ନାଲ କ୍ଲିନିକାଲ ଇନଫେକସିୟସ୍‌ ଡିଜିଜ୍‌ରେ ଏସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ମାସ୍କ୍‌ ବ୍ୟବହାର କଲେ ଫୁସଫୁସ୍‌ ସଂକ୍ରମରରୁ ସହଜରେ ଦୂରେଇ ରହିହେବ ବୋଲି ଏଥିରେ ଦର୍ଶାଯାଇଛି। ତ୍ୱଚାରେ ୮୦ ପ୍ରତିଶତ ଆଲକୋହଲ ଥିବା ସାନିଟାଇଜର ଲଗାଇଲେ ମାତ୍ର ୧୫ ସେକେଣ୍ଡ ମଧ୍ୟରେ କରୋନା ଭୂତାଣୁ ନଷ୍ଟ ହୋଇଯାଇଥାଏ। ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନଶନ୍‌ ଅନୁସାରେ ସାନିଟାଇଜର ଲଗାଇଲେ ଅଥବା ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇଲେ କରୋନା ଭୂତାଣୁ ନଷ୍ଟ ହୋଇଯାଇଥାଏ। ତେଣୁ ସାବୁନ ଲଗାଇ ଗାଧୋଇଲେ କରୋନା ଭୂତାଣୁ ସଂକ୍ରମଣରୁ ସହଜରେ ଦୂରେଇ ହୋଇ ରହିବା ସମ୍ଭବ ହୋଇପାରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ...

ପାକିସ୍ତାନରେ ରନ୍ଧନ ଗ୍ୟାସ ସଙ୍କଟ, ପ୍ଲାଷ୍ଟିକ୍‌ ବ୍ୟାଗରେ ଗ୍ୟାସ ଭରୁଛନ୍ତି ଲୋକେ..

.ଇସଲାମାବାଦ,୧।୧ : ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଗୋଟିଏ ପଟେ ବୈଦେଶିକ ମୁଦ୍ରା ସଂରକ୍ଷଣର ଅଭାବ ରହିଛି ଏବଂ ଅନ୍ୟ ପଟେ...

‘ଭାରତ ଆମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ’

ଓ୍ବାଶିଂଟନ,୧୯ା୧୧: ଆମେରିକା ପୁଣିଥରେ ବିଶ୍ୱସ୍ତରରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଆମେରିକା କହିଛି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆମେରିକାର ବୈଦେଶିକ ବିଭାଗର ଡେପୁଟି...

ମେ’ ମାସରେ ରାଜଧାନୀରେ ୯୩୦୦ ଆକ୍ରାନ୍ତଙ୍କ ମୃତ୍ୟୁ: ପ୍ରତିଦିନ ୩୦୦ ଅନ୍ତିମ ସଂସ୍କାର…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର...

ଦୈନିକ ମୃତ୍ୟୁ ସଂଖ୍ୟା ୧୧…

ନୂଆଦିଲ୍ଲୀ, ୧୪।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଅକ୍ସିଜେନ୍‌, ଔଷଧ କଳାବଜାର ରୋକ

ଭୁବନେଶ୍ୱର,୨୦।୫(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ମେଡିକାଲ ଅକ୍ସିଜେନ ଓ ଔଷଧ କଳାବଜାର ହେଉଛି। ଏନେଇ ରାଜ୍ୟ...

୫୦୦ ଆମେରିକୀୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କଲା ରୁଷିଆ…

ମସ୍କୋ,୨୦।୫ : ରୁଷିଆ ୫୦୦ ଆମେରିକୀୟ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନଙ୍କ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏଥିରେ...

Advertisement
Archives

Model This Week