ପରିଚୟ ପତ୍ର ନ ଥିଲେ ବି ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ଏନ୍‌ପିଆର୍‌ ସ୍ମାର୍ଟ କାର୍ଡ ଅବା ପେନସନ କାଗଜ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଦେଶରେ ଏଭଳି ବହୁ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ପରିଚୟ ପ୍ରମାଣ ପତ୍ର ନାହିଁ। ସେମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ସାଧୁ ସନ୍ଥ, ଜେଲରେ ଥିବା କଏଦୀ, ଭିକାରି,ବୃଦ୍ଧାଶ୍ରମରେ ବାସ କରୁଥିବା ବୟସ୍କ ଲୋକ, ପୁନର୍ବାସ କେନ୍ଦ୍ର ଆଦିରେ ରହୁଥିବା ଲୋକ ରହିଛନ୍ତି। ଏଭଳି ଲୋକଙ୍କ ପାଖରେ ପରିଚୟ ପତ୍ର ପ୍ରାୟତଃ ନ ଥାଏ। ତେବେ ସେମାନଙ୍କୁ ମଧ୍ୟ ଟିକାଦାନ କରାଯିବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସଂଖ୍ୟାଲଘୁ ବିଭାଗ, ସାମାଜିକ ନ୍ୟାୟ କଲ୍ୟାଣ ବିଭାଗ ଆଦି କେତେକ ବିଭାଗୀ ସହାୟତାରେ ପ୍ରତି ଜିଲାରେ ଟାସ୍କ୍‌ ଫୋର୍ସ ଗଠନ କରାଯାଇ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ। ପରେ ଜିଲା ନୋଡାଲ ଅଧିକାରୀ ଏବଂ ଟିକାରଣ ଅଧିକାରୀଙ୍କ ଦ୍ୱାରା ଏଭଳି ବ୍ୟକ୍ତିଙ୍କର ଟିକାକରଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ ସ୍ପାଏଗେଟ୍‌ ଭାଜପା ବିରୋଧରେ କଂଗ୍ରେସର ଅଭିଯୋଗ: ତଦନ୍ତ କରିବେ ୨ ପାର୍ଲାମେଣ୍ଟ କମିଟି

ନୂଆଦିଲ୍ଲୀ,୪ା୧୧(ପି.ଟି.): କଂଗ୍ରେସ ନେତାମାନଙ୍କ ନେତୃତ୍ୱରେ ଦୁଇଟି ପାର୍ଲାମେଣ୍ଟ କମିଟି ହ୍ବାଟ୍ସଆପ୍‌ ଗୋଇନ୍ଦାଗିରି ନେଇ ତଦନ୍ତ କରିବେ। ଏହି ଦୁଇ କମିଟି ସ୍ବରାଷ୍ଟ୍ର ସଚିବଙ୍କ ସମେତ କେତେଜଣ...

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୬୪ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫,୩୫୩କୁ ବୃଦ୍ଧି

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୬୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଅଛନ୍ତି। ସେହିଭଳି ଜଗତସିଂହପୁରର ୩୧, ବାଲେଶ୍ୱରର ୨୬,...

ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି, କେଜରିଓ୍ବାଲଙ୍କ ବାସଭବନରେ ଜରୁରୀ ବୈଠକ…

ନୂଆଦିଲ୍ଲୀ, ୨୫।୮ : ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି। ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ ଗତକାଲି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା...

ସାରଦା ଚିଟ୍‌ଫଣ୍ଡ ମାମଲା: ରାଜୀବଙ୍କ ମୁଣ୍ଡରେ ଖଣ୍ଡା

ନୂଆଦିଲ୍ଲୀ,୧୮ା୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ କୁହାଯାଉଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସାରଦା ଚିଟ୍‌ଫଣ୍ଡ ମାମଲାରେ...

ଚିନ୍ତା ବଢାଇଲାଣି କରୋନାର ତୃତୀୟ ଲହର: ପୁଡୁଚେରୀରେ ୨୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ପୁଡୁଚେରୀ,୧୬ ।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ଗୋଟିଏ ପଟେ ଦ୍ୱିତୀୟ ଲହର ଏବେବି ରହିଥିବା ବେଳେ ଅନ୍ୟପଟେ ତୃତୀୟ...

ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ…

ନୂଆଦିଲ୍ଲୀ,୨୯।୮: ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ ହୋଇଛନ୍ତି। ଯୁବ ବର୍ଗ ନିଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏବେ ଭାରତ ପ୍ରତିଟି...

କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ବରୁଣ…

ବରେଲି,୯।୧ : ଶାସକ ଭାରତୀୟ ଜନତା ପାର୍ଟିର ପିଲଭିତ ନିର୍ବାଚନମଣ୍ଡଳୀର ଏମପି ବରୁଣ ଗାନ୍ଧୀ ପୁଣି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ଆଖୁ ଚାଷୀଙ୍କୁ...

ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

ନୂଆଦିଲ୍ଲୀ,୧୪।୭: ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ ଉଜୱଲ ଭୁଇଁୟା ଏବଂ ଜଷ୍ଟିସ ଏସ.ଭେଙ୍କଟନାରାୟଣ ଭଟ୍ଟୀ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କୁ ଶପଥ...

Advertisement
Archives

Model This Week