ପୁରୁଷୋତ୍ତମପୁରରେ କରୋନା ନେଲା ଆଉ ଜଣେ ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର, ୨୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜଣେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ପ୍ରଧାନଶିକ୍ଷକ ତଥା ଭାରାପ୍ରାପ୍ତ ଏବିଓଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଶିକ୍ଷକମାନଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପୁରୁଷୋତ୍ତମ ବ୍ଲକର ଭାରାପ୍ରାପ୍ତ ସହକାରୀ ଶିକ୍ଷା ଅଧିକାରୀଭାବେ କାର୍ଯ୍ୟରତ ଲକ୍ଷ୍ମୀ ନାରାୟଣ ଶତପଥୀଙ୍କ କୋଭିଡ୍‌ ହସପିଟାଲରେ ବୁଧବାର ମୃତ୍ୟୁ ଘଟିଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ହରେକୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଲକ୍ଷ୍ମୀ ନାରାୟଣ ଏପ୍ରିଲ ମାସ ୨୭ ତାରିଖଠାରୁ ମେ ମାସ ୩୧ତାରିଖ ପର୍ଯ୍ୟନ୍ତ ଭୂତସରସିଙ୍ଗି ସ୍କୁଲ ଟିଏମ୍‌ସି ସେଣ୍ଟରରେ କାର୍ଯ୍ୟ କରୁଥିଲେ। ଗତ ୯ ତାରିଖରେ ତାଙ୍କର ଅସୁସ୍ଥତାକୁ ନେଇ କବିସୂର୍ଯ୍ୟନଗରଠାରେ ସ୍ବାବ ପରିକ୍ଷା କରାଯାଇଥିଲା। ପରେ ଚିକିତ୍ସା ନିମନ୍ତେ ୧୦ ତାରିଖରେ କୋଭିଡ୍‌ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧିନ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ପୁରୁଷୋତ୍ତମ ପୁର ଏନ୍‌ଏସି କନକା ସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଟି ବିଜୟଲକ୍ଷ୍ମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁଡାରି ପ୍ରଶାସନ ସଜାଗ, ଗର୍ଭବତୀଙ୍କ ସୁରକ୍ଷା ଉପରେ ଫୋକସ୍‌

ଗୁଡାରି,୨୫ା୧୦(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଡାରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଏବଂ ସଜାଗ ଥିବା ବିଡ଼ିଓ ଶୁଚିସ୍ମିତା ବେହେରା…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ତତ୍ପର ଗଞ୍ଜାମ ପ୍ରଶାସନ, ଭଞ୍ଜନଗରରେ ଉପଜିଲାପାଳଙ୍କ ସମୀକ୍ଷା

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ) : ଆସନ୍ତା ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ଆଶଙ୍କା କରାଯାଇଛି । ଏହାକୁ…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା; କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ

ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?