କରୋନାର ଲେଉଟାଣି

ମାୟାଧର ନାୟକ

ପୁଣି କରୋନାର କରାଳ ରୂପ ଚାଇନା, ଆମେରିକା, ଜାପାନ, କୋରିଆ ପ୍ରମୁଖ ଦେଶକୁ ଲେଉଟାଣି ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଯାଇଛି। ୨୦୧୯ରୁ ଆଜିପର୍ଯ୍ୟନ୍ତ କରୋନାର କାଳବଳୟରେ ସମଗ୍ର ବିଶ୍ୱ ଜ୍ୱଳନ୍ତ ଜତୁଗୃହ। ଯେଉଁଠି ଚାହିଁଲେ କେବଳ ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ବପ୍ନଭଙ୍ଗର କରୁଣ କ୍ରନ୍ଦନ। ହଠାତ୍‌ ଏକ ଅଦୃଶ୍ୟ ଭୂତାଣୁର ଆକ୍ରମଣରେ କୋକୁଆ ଭୟ ଦେଖାଦେଇଛି। ଏହି ଭୂତାଣୁକୁ ରୋକିବା ପାଇଁ କୌଣସି ଦେଶ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି। ସମଗ୍ର ଜୀବଜଗତ ଭବିଷ୍ୟତରେ କିଭଳି କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି ତାହା ଏବେଠୁ କଳନା କରିବା କଷ୍ଟକର।
ଏବେ କେତେକ ବୈଜ୍ଞାନିକ କହୁଛନ୍ତି, କରୋନା ସହିତ ଅନ୍ୟ ଅଦୃଶ୍ୟ ଭୂତାଣୁଗୁଡ଼ିକ ମାଡ଼ିଆସିଲେଣି। ସମଗ୍ର ବିଶ୍ୱରେ ଅଶୀ କୋଟିରୁ ଅଧିକ ମଣିଷ ଲୋପ ପାଇବେ! ଏ ତ ଭବିଷ୍ୟତ ବାଣୀ – ଅଶୀ କୋଟି କି ଆହୁରି ବେଶି ଏବେଠୁ କିଛି କହିହେବନି। ରୋଗ କେବଳ ଜୀବନ ନେବନି, ତା’ଠାରୁ ବେଶି ଭୋକରେ ମରିବେ। ଭୟଙ୍କର ଦୁର୍ଭିକ୍ଷ ମାଡ଼ିଆସିବ। ତା’ହେଲେ ରୋଗ ଓ ଭୋକ କବଳରେ ଆଉଟୁପାଉଟୁ ହେଉଥିବା ମଣିଷ ମୃତ୍ୟୁବରଣ କରିବେ। ଏ ପୃଥିବୀ ବହୁଳାଂଶରେ ଜନମାନବଶୂନ୍ୟ ହୋଇଯିବ?
ଚାଇନାରେ ପୂର୍ବରୁ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଯାଉଥିଲା। ଏବେ ତାହା ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପରିକି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜଧାନୀ ବେଜିଂ। ସମୂହ କୋଭିଡ୍‌ ଟେଷ୍ଟିଂ ହେଉ ନ ଥିବାରୁ ବାସ୍ତବରେ କେତେ ଲୋକ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ହେଉନାହିଁ। କଟକଣା ହଟିବା ପରେ ଲୋକେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଗହଳି ଲଗାଇଲେ। ଫଳରେ ସଂକ୍ରମଣ ବୃଦ୍ଧି ପାଇଲା। ଏବେ ଭୟରେ ଲୋକେ ଘରୁ ବାହାରୁନାହାନ୍ତି। ରାସ୍ତାଘାଟ, ଦୋକାନବଜାର ଶୂନ୍‌ଶାନ୍‌। ଅଧିକାଂଶ ସହର ଏବେ ଭୂତ ସହରରେ ପରିଣତ ହୋଇଛି। କୋଭିଡ୍‌ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ନୂଆ ରୋଗୀଙ୍କ ପାଇଁ ସ୍ଥାନ ମିଳୁନି। କେବଳ ସେତିକି ନୁହେଁ, ସହରର ବିଭିନ୍ନ ଶ୍ମଶାନରେ ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଜାଗା ନାହିଁ। ଉଦ୍‌ବେଗର ବିଷୟ, କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିମାନେ ପୁନର୍ବାର କରୋନା ସଂକ୍ରମିତ ହେଉଛନ୍ତି। ତେଣୁ ଆଶଙ୍କା କରାଯାଉଛି, କରୋନାର କିଛି ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଛି। ଏହା ଶୀଘ୍ର ଅନ୍ୟ ଦେଶକୁ ବ୍ୟାପିବା ଆଶଙ୍କା ରହିଛି।
ବର୍ତ୍ତମାନ ମହାମାରୀ କରୋନା ଭୂତାଣୁକୁ ରୋକିବାକୁ ସାରା ପୃଥିବୀର ବିଭିନ୍ନ ଦେଶରେ ପୁଣି ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌, ସଂଗରୋଧ, ମାସ୍କ ପ୍ରଭୃତି ବ୍ୟବହାର ଓ ଚିକିତ୍ସା ପାଇଁ କିଛି କିଛି ଔଷଧ ବ୍ୟବହାର କରାଯାଇଛି। ସାରା ବିଶ୍ୱକୁ ଏଭଳି ବିପଦ କେବେ ଦେଖାଦେଇ ନ ଥିଲା। ପ୍ରତ୍ୟେକ ବିପଦକୁ ମୁକାବିଲା କରିବା ପାଇଁ କିଛି ନା କିଛି ଉପାୟ ନିଶ୍ଚୟ ଅଛି। କିନ୍ତୁ କରୋନା ମହାମାରୀକୁ ରୋକିବା ପାଇଁ କେବଳ ଲକ୍‌ଡାଉନ୍‌ ସମ୍ଭବ ନୁହେଁ। କରୋନାକୁ ରୋକିବାକୁ ହେଲେ ଚିକିତ୍ସା ବିଜ୍ଞାନର ପରୀକ୍ଷିତ ଅଭିଜ୍ଞମାନଙ୍କ ପରାମର୍ଶ ଅନୁଯାୟୀ ମୁକାବିଲା ପଦ୍ଧତି ନିର୍ଦ୍ଧାରଣ କରିବା ଏକାନ୍ତ ଆବଶ୍ୟକ।
ଭାରତରେ କୋଭିଡ୍‌-୧୯ କରୋନାର ଭୟଙ୍କର ରୂପ ସମସ୍ତେ ଦେଖିଛନ୍ତି ଏବଂ ଭୋଗିଛନ୍ତି। ମୁହଁରେ ମାସ୍କ ପିନ୍ଧିବାଠାରୁ ଟିକା ନେବା, ଔଷଧ ସେବନ, ସରକାରଙ୍କ କଟକଣାକୁ ମାନି ପ୍ରାୟ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ନୟାନ୍ତ ହୋଇପଡ଼ିଥିଲେ। ସାମାଜିକ ମିଳନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ଇତ୍ୟାଦି ବନ୍ଦ ରଖାଯାଇଥିଲା। ବ୍ୟବସାୟ ବାଣିଜ୍ୟରେ ଭୟଙ୍କର ମାନ୍ଦାବସ୍ଥା ଦେଖାଦେଇଥିଲା। ଅର୍ଥନୈତିକ ଅଧୋଗତି ହୋଇଥିଲା। କର୍ମରତ କର୍ମଚାରୀମାନଙ୍କୁ ଛଟେଇ କିମ୍ବା ଅଧା କାମ ଦିଆଯାଉଥିଲା। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଏକପ୍ରକାର ବଙ୍କା ହୋଇଯାଇଥିଲା। ଏଇ ୭/୮ ମାସ ହେଲା କରୋନାର ପ୍ରାଦୁର୍ଭାବ କମିଥିବାରୁ ଲୋକେ ଟିକେ ମୁଣ୍ଡ ସଳଖ କରି ଚାଲୁଥିବା ଆରମ୍ଭ କରୁଥିବାବେଳେ ଚାଇନା-ଆମେରିକା ପ୍ରମୁଖ ଦେଶରେ ପୁଣି କରୋନାର ବିସ୍ଫୋରକ ଲେଉଟାଣି। ଭାରତରେ ମଧ୍ୟ ନୂଆ ଭାରିଆଣ୍ଟ ସଂକ୍ରମଣ ଦେଖାଗଲାଣି। ଏହା ଯେ ବିଶ୍ୱର ଅନ୍ୟ ଦେଶକୁ ପବନ ଭଳି ମାଡ଼ିଯିବନି କିଏ କହିବ?
ଗଲା ଡିସେମ୍ବର ୧୮ ରେ ଫିଫା ବିଶ୍ୱ କପ୍‌ ସରିଯାଇଛି। ଆମ ଓଡ଼ିଶାରେ ମଧ୍ୟ ପୁରୁଷ ହକି ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସଜେଇ ହେଉଛି। ଓଡ଼ିଶାରେ କରୋନା କଟକଣା ଉଠିଯିବାପରେ ସମସ୍ତେ ନିଶ୍ଚିତ ହୋଇ ବୁଲୁଛନ୍ତି। ଏବେ ଓଡ଼ିଶାରେ ମଧ୍ୟ ବି.ଏଫ୍‌-୭ ଚିହ୍ନଟ ହେଲାଣି। କରୋନାର ବିସ୍ଫୋରଣ ଚାଇନାରେ ଚାଲିଥିବାବେଳେ ସରକାର ଭୟଭୀତ ନ ହେବାକୁ କହିଥିଲେ ଏବଂ ବର୍ତ୍ତମାନ ଓଡ଼ିଶାର ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି ଭୟଭୀତ ହୁଅନ୍ତୁ ନାହିଁ। ଦେଖିବାକୁ ଗଲେ ପୁରୁଷ ହକି ବିଶ୍ୱକପରେ ବିଭିନ୍ନ ଦେଶରୁ ଖେଳାଳି, ଦର୍ଶକ ଭୁବନେଶ୍ୱର ଆସିବେ। କିଏ କେଉଁ ରୋଗ ବିଶେଷକରି କରୋନା ନେଇ ଆସୁଥିବ ତାହା କିଏ କହିବ ? କାହା କଥା କିଏ ଶୁଣୁଛି ! ଏଣୁ ସବୁ ବିଦେଶୀ ଖେଳାଳି, ଦର୍ଶକ ଏପରି କି ଆମ ଦେଶର ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସୁଥିବା ଦର୍ଶକମାନଙ୍କୁ କଡ଼ାକଡ଼ି ଭାବେ ପରୀକ୍ଷା କରି କରୋନାମୁକ୍ତ ସାର୍ଟିଫିକେଟ୍‌ ଆଣି ଷ୍ଟାଡିୟମ ଭିତରକୁ ପ୍ରବେଶ କରାଯିବା ଦରକାରା ଲୋକଙ୍କ ଜୀବନ ରକ୍ଷା ପାଇଁ କ’ଣ ଏତିକି କହିପାରିବିନି? ଏ କଥାକୁ ରାଜ୍ୟ ସରକାର ବିଚାରକୁ ନେବା ଜରୁରୀ।
କରୋନାର କରାଳ କାଳବଳୟ ପରର ପୃଥିବୀରେ ଯେଉଁ ଇତିହାସ ଲେଖାଯିବ ତାହା ବିଶ୍ୱ ଇତିହାସର ମାଳ ମାଳ ପୃଷ୍ଠାରେ ଭର୍ତ୍ତି ହୋଇଯାଇଥିବ। ନଅଙ୍କ ଦୁର୍ଭିକ୍ଷ ବେଳର ଇତିହାସ ଲେଖିବା ପାଇଁ ଏତେ ଲେଖକ ନ ଥିଲେ। ଏବେ ଗଣ୍ଡା ଗଣ୍ଡା ଲେଖକ, ପଣ୍ଡିତ ଅଛନ୍ତି। ଭିନ୍ନ ଭିନ୍ନ କଲମରୁ ନାନା ପ୍ରକାର ଲେଖାରେ ଇତିହାସ ବଖାଣିବ ଭୟଙ୍କର ମହାମାରୀ କାହାଣୀ। ଆଜି ଯେଉଁମାନେ ବାହାଦୁରି ଦେଖାଉଛନ୍ତି, ହୁଏତ କାଲି ସେମାନେ ଇତିହାସର ଅଳିଆଗଦାରେ ପଡ଼ିଥିବେ। ଇତିହାସ ବଡ଼ ନିଷ୍ଠୁର। ସେ କାହାକୁ କ୍ଷମା ଦିଏନି। ରକ୍ତର ସମୁଦ୍ର ମଧ୍ୟରେ ସତ୍ୟକୁ ହତ୍ୟା କରାଯାଇପାରେନା।
ଯାଜପୁର ରୋଡ୍‌, ଯାଜପୁର, ମୋ:୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri