କରୋନା କଟକଣା: ରୁପା ବଦଳରେ ଜରି ମୁକୁଟ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.)-କେନ୍ଦୁଝର ଡେଲି ମାର୍କେଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦୀର୍ଘ ୫୫ ବର୍ଷ ହେଲା ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ତେବେ ବିନା ଭକ୍ତ, ବାଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଏହି ପୂଜା ଆୟୋଜନ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ମୂର୍ତ୍ତିର ଉଚ୍ଚତା ହ୍ରାସ କରାଯାଇ ୪.୫ ଫୁଟ୍‌ ରଖାଯାଇଥିବାରୁ ପୂର୍ବ ଭଳି ମେଢ଼ ଓ ସାଜସଜ୍ଜା ହୋଇ ପାରିବ ନାହିଁ ା ପୂର୍ବରୁ ମେଢ଼ର ଉଚ୍ଚତା ପାଖାପାଖି ୧୪ ଫୁଟ୍‌ ରହୁଥିଲା ଏବଂ ମୂର୍ତ୍ତିର ଉଚ୍ଚତା ପାଖାପାଖି ୯ ଫୁଟ୍‌ ରହୁଥିଲା ା ଏଣୁ ଚଳିତ ବର୍ଷ ଦେବୀ ରୁପା ମୁକୁଟ ବଦଳରେ ଜରି ମୁକୁଟ ପିନ୍ଧିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ବଡ଼ ମୂର୍ତ୍ତି ନିର୍ମାଣ କରିବା ସୁବିଧା ଓ ଆକର୍ଷଣୀୟ ହୋଇଥାଏ। କିନ୍ତୁ ଛୋଟ ମୂର୍ତ୍ତି କରିବା ସୁବିଧା ନୁହେଁ ଏବଂ ସେଭଳି ସୌନ୍ଦର୍ଯ୍ୟମୟ ହୋଇପାରେ ନାହିଁ ା ବଡ଼ ମୂର୍ତ୍ତି ଅନୁସାରେ ରୁପା ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥିଲା ା ଏଣୁ ଛୋଟ ମୁହଁରେ ସେସବୁ ହେବ ନାହିଁ ବୋଲି ମୂର୍ତ୍ତିକାର ବିଷ୍ଣୁ ଚରଣ ନାୟକ କହିଛନ୍ତି ା
ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଆଗରୁ ବଡ଼ ହୋଇଥାଏ। ଏଣୁ ପୋଷାକ, ସାଜସଜ୍ଜା ଭଲ ଭାବରେ ହୋଇଥାଏ। ଏବେ କରୋନା କଟକଣା ପାଇଁ ପୂଜା ରୀତିନୀତି ପାରମ୍ପରିକ ଶୈଳୀରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଗୌରାଙ୍ଗ ଚରଣ ମିଶ୍ର କହିଛନ୍ତି ା କୋଭିଡ୍‌- ୧୯ କଟକଣା ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ୭ଜଣରୁ ଅଧିକ ପୂଜା ସ୍ଥଳରେ ରହିବେ ନାହିଁ। ଭକ୍ତଙ୍କ ପାଇଁ ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇନାହିଁ ବୋଲି କହିଛନ୍ତି ା ବିନା ଶୋଭାଯାତ୍ରା ଓ ବାଜାରେ ଭସାଣି ଉତ୍ସବ ଦଶହରା ପରଦିନ ଅନୁଷ୍ଠିତ ହେବ ା ବୈତରଣୀ ନଦୀରୁ କଳସରେ ପାଣି ଅଣାଯିବ ା ସବୁ ବର୍ଷ ଦଶଟି କଳସରେ ପାଣି ବୁହା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୫ଟି କଳସରେ ପାଣି ଅଣାଯିବ ା ଏଥିପାଇଁ ୭ ଜଣ ହିଁ ସାମିଲ ହେବେ। ଚଳିତ ବର୍ଷ ବ୍ୟୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ା ତେବେ ପୂର୍ବ ବର୍ଷ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri