କରୋନା କଟକଣା: ରୁପା ବଦଳରେ ଜରି ମୁକୁଟ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.)-କେନ୍ଦୁଝର ଡେଲି ମାର୍କେଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦୀର୍ଘ ୫୫ ବର୍ଷ ହେଲା ଏହି ପୂଜା ଅନୁଷ୍ଠିତ ହୋଇଆସୁଛି। ତେବେ ବିନା ଭକ୍ତ, ବାଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଳିତ ବର୍ଷ ଏହି ପୂଜା ଆୟୋଜନ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ମୂର୍ତ୍ତିର ଉଚ୍ଚତା ହ୍ରାସ କରାଯାଇ ୪.୫ ଫୁଟ୍‌ ରଖାଯାଇଥିବାରୁ ପୂର୍ବ ଭଳି ମେଢ଼ ଓ ସାଜସଜ୍ଜା ହୋଇ ପାରିବ ନାହିଁ ା ପୂର୍ବରୁ ମେଢ଼ର ଉଚ୍ଚତା ପାଖାପାଖି ୧୪ ଫୁଟ୍‌ ରହୁଥିଲା ଏବଂ ମୂର୍ତ୍ତିର ଉଚ୍ଚତା ପାଖାପାଖି ୯ ଫୁଟ୍‌ ରହୁଥିଲା ା ଏଣୁ ଚଳିତ ବର୍ଷ ଦେବୀ ରୁପା ମୁକୁଟ ବଦଳରେ ଜରି ମୁକୁଟ ପିନ୍ଧିବେ ବୋଲି କମିଟି ପକ୍ଷରୁ କୁହାଯାଇଛି। ବଡ଼ ମୂର୍ତ୍ତି ନିର୍ମାଣ କରିବା ସୁବିଧା ଓ ଆକର୍ଷଣୀୟ ହୋଇଥାଏ। କିନ୍ତୁ ଛୋଟ ମୂର୍ତ୍ତି କରିବା ସୁବିଧା ନୁହେଁ ଏବଂ ସେଭଳି ସୌନ୍ଦର୍ଯ୍ୟମୟ ହୋଇପାରେ ନାହିଁ ା ବଡ଼ ମୂର୍ତ୍ତି ଅନୁସାରେ ରୁପା ମୁକୁଟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥିଲା ା ଏଣୁ ଛୋଟ ମୁହଁରେ ସେସବୁ ହେବ ନାହିଁ ବୋଲି ମୂର୍ତ୍ତିକାର ବିଷ୍ଣୁ ଚରଣ ନାୟକ କହିଛନ୍ତି ା
ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଆଗରୁ ବଡ଼ ହୋଇଥାଏ। ଏଣୁ ପୋଷାକ, ସାଜସଜ୍ଜା ଭଲ ଭାବରେ ହୋଇଥାଏ। ଏବେ କରୋନା କଟକଣା ପାଇଁ ପୂଜା ରୀତିନୀତି ପାରମ୍ପରିକ ଶୈଳୀରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଗୌରାଙ୍ଗ ଚରଣ ମିଶ୍ର କହିଛନ୍ତି ା କୋଭିଡ୍‌- ୧୯ କଟକଣା ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ୭ଜଣରୁ ଅଧିକ ପୂଜା ସ୍ଥଳରେ ରହିବେ ନାହିଁ। ଭକ୍ତଙ୍କ ପାଇଁ ପୂଜାର୍ଚ୍ଚନା ବ୍ୟବସ୍ଥା କରାଯାଇନାହିଁ ବୋଲି କହିଛନ୍ତି ା ବିନା ଶୋଭାଯାତ୍ରା ଓ ବାଜାରେ ଭସାଣି ଉତ୍ସବ ଦଶହରା ପରଦିନ ଅନୁଷ୍ଠିତ ହେବ ା ବୈତରଣୀ ନଦୀରୁ କଳସରେ ପାଣି ଅଣାଯିବ ା ସବୁ ବର୍ଷ ଦଶଟି କଳସରେ ପାଣି ବୁହା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୫ଟି କଳସରେ ପାଣି ଅଣାଯିବ ା ଏଥିପାଇଁ ୭ ଜଣ ହିଁ ସାମିଲ ହେବେ। ଚଳିତ ବର୍ଷ ବ୍ୟୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ା ତେବେ ପୂର୍ବ ବର୍ଷ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଦିବ୍ୟାଙ୍ଗ ସାର୍ଟିଫିକେଟ୍ ନାଁରେ ଚାଲିଛି ମୋଟା ଅଙ୍କର ଠକେଇ! ଶିବିରରେ ଉତ୍ତେଜନା

ହାଟଡ଼ିହୀ/ଛେନାପଦୀ,୧୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆୟୋଜିତ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଦଲାଲଙ୍କ ପ୍ରାଦୁର୍ଭାବ ଦେଖାଯାଇଥିଲା। ଅଧିକ ପ୍ରତିଶତର…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?