Posted inଜାତୀୟ

ମନ୍ତ୍ରୀ ନିଜେ କରୋନା ପଜିଟିଭ୍‌ ଥାଇ ସଫା କରୁଛନ୍ତି ହସ୍ପିଟାଲ ଓ୍ବାର୍ଡ

ମିଜୋରାମ,୧୬।୫: କରୋନାର ଭୟାବହତା ବର୍ତ୍ତମାନ ପୂରା ଦେଶରେ ଦେଖିବାକୁ ମିଳିଛି। କୌଣସି ହସ୍ପିଟାଲରେ ବେଡ୍‌ ମିଳୁନି କି ଅକ୍ସିଜେନ ସିଲିଣ୍ଡର ନାହିଁ। ଏପରି ଖବର ମଧ୍ୟରେ ଆଉ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କରୋନା ସଂକ୍ରମିତ ହୋଇଥିବା ଖୋଦ୍‌ ମନ୍ତ୍ରୀ ହସ୍ପିଟାଲ ସଫେଇ କରୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ମିଜୋରାମର ଶକ୍ତିମନ୍ତ୍ରୀ ଲାଲଜିରଲିୟାନା ୧୧ ମେ’ରେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲର କରୋନା ଓ୍ବାର୍ଡର ଏକ ଫଟୋ ଦେଖିବାକୁ ମିଳିଛି। ଯେଉଁଥିରେ ମନ୍ତ୍ରୀ କରୋନା ଓ୍ବାର୍ଡ ସଫେଇ କରୁଛନ୍ତି। ଏହି ଫଟୋକୁ ଲୋକେ ଟୁଇଟ୍‌ କରି କହିଛନ୍ତି, ଫଟୋରେ ଦେଖ ମନ୍ତ୍ରୀ ହସ୍ପିଟାଲ ଗାଉନ୍‌ ପିନ୍ଧି ହାତରେ ପୋଛା ଧରି ଘର କରୋନା ଓ୍ବାର୍ଡ ପୋଛୁଛନ୍ତି। ଏହି ହସ୍ପିଟାଲର ନାମ ଜୋରାମ ମେଡିକାଲ କଲେଜ।

ଫଟୋ ଭାଇରାଲ ହେବା ପରେ ଲାଲ୍‌ଜିରଲିୟାନା ପିଟିଆଇକୁ କହିଛନ୍ତି, ଓ୍ବାର୍ଡରେ ପୋଛା ମାରିବା ଅର୍ଥ ଏଇଆ ନୁହେଁ ଯେ, ନର୍ସ କିମ୍ବା ଡାକ୍ତରମାନଙ୍କୁ ଲଜ୍ଜିତ କରିବା। ମାତ୍ର ମୁଁ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଥିଲିି କି ମୁଁ ଥିବା ଓ୍ବାର୍ଡ ବହୁତ ଖରାପ ଥିଲା। ସୁଇପର ଆସି ନ ଥିଲେ। ତେଣୁ ମୁଁ ନିଜ କାମ ନିଜେ କରିନେଲି।


Enter your email to get our daily news in your inbox.

All Right Reserved By Dharitri.Com

ଓଓ୍ବାଇସିଙ୍କ ଯୋଜନା: ପଶ୍ଚିମବଙ୍ଗ-ଉତ୍ତରପ୍ରଦେଶରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଭଲ ପ୍ରଦର୍ଶନ କରିଛି। ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ଓଓ୍ବାଇସିଙ୍କ ଦଳ ୫ଟି ଆସନରେ ବିଜୟୀ ହୋଇଛି। ବିହାରରେ...

ଲଦାଖରେ ୧୬ ହଜାର ଫୁଟ ଉଚ୍ଚରେ ପ୍ରବଳ ଥଣ୍ଡାରେ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟୁଛି !

ଲେହ, ୧୫।୧୦: ପୂର୍ବ ଲଦାଖରେ ସମୁଦ୍ର ପତ୍ତନଠାରୁ ୧୬ ହଜାର ଫୁଟ ଉଚ୍ଚରେ ୫ ହଜାର ଚାଇନା ସୈନ୍ୟ ମୁତୟନ ହୋଇଛନ୍ତି। ତେବେ ପ୍ରବଳ ଥଣ୍ଡାଯୋଗୁ...

ଦେହରେ ଲାଗିଲା ୧୭ ଗୁଳି: ତେବେ ବି ଏହି ଯବାନଙ୍କ ଯୋଗୁ ଟାଇଗର ହିଲ୍‌ରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ, ୫।୭: କାରଗିଲ୍‌ର ଟାଇଗର ହିଲ୍‌କୁ ୨୧ ବର୍ଷ ତଳେ ଭାରତ ନିଜ ଅଧିନକୁ ଆଣିଥିଲା। ୧୯୯୯ରେ ଜୁଲାଇ ୫ରେ ପରମବୀର ଚକ୍ର ବିଜେତା ସୁବେଦାର...

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି...

କରୋନା ଭୂତାଣୁ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସୀମାକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା...

ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୦ା୨(ପି.ଟି.): ସରକାରୀ ଚାକିରିରେ ସଂରକ୍ଷଣ ଦାବି ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି)...

ନୂଆ ଆଇପିଏସ୍‌ଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ,୩୧।୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ଦ୍ଦାର ବଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ତାଲିମପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି।...

ନିର୍ଦ୍ୱନ୍ଦ୍ୱରେ ଜିତିଲେ ସୁଶୀଲ ମୋଦି

ପାଟନା, ୭।୧୨- ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଉପ ନିର୍ବାଚନରେ ବିଜୟୀ ହୋଇଛନ୍ତି।...

Advertisement


Archives

Model This Week