ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ନିକଟରେ ହୃଦ୍‌ସମସ୍ୟା ସହ ନିଶ୍ୱାସ ନେବାକୁ ହେଉଛି କଷ୍ଟ

ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ ସୁସ୍ଥତା ହାର ଅଧିକ ରହିଛି ବୋଲି କୁହାଯାଉଛି। ହେଲେ ଯେଉଁ କରୋନା ପୀଡିତଙ୍କୁ ସୁସ୍ଥ ହୋଇଥିବା ଦର୍ଶାଇ ହସ୍ପିଟାଲରୁ ଛୁଟି ଦେଇ ଦିଆଯାଉଛି ପରେ ସେମାନଙ୍କ ନିକଟରେ ଆଉ କିଛି ଶାରୀରିକ ସମସ୍ୟା ଦେଖାଯାଉଥିବା ଅଭିଯୋଗ ହେଲାଣି। ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେମାଙ୍କୁ ଥକ୍କା ଲାଗିବା, ନିଶ୍ୱାସ ନେବାରେ କଷ୍ଟ ହେବା, ଫୁସ୍‌ଫୁସ୍‌ରେ ଯନ୍ତ୍ରଣା ହେବା ଏମିତିକି ଷ୍ଟ୍ରୋକ୍‌ ଭଳି ସମସ୍ୟା ଦେଖାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜଣେ ରୋଗୀ କରୋନାରୁ ସୁସ୍ଥ ହେବା ପରେ ଯେତେବେଳେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ସେତେବେଳେ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ସୁଦ୍ଧା ଆଉ କିଛି ଶାରୀରିକ ସମସ୍ୟା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଡାକ୍ତର କହିଛନ୍ତି ତାଙ୍କ ଅକ୍ସିଜେନ ଲେବଲ କମ୍‌ ହୋଇଯିବାରୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲରେ କାର୍ଯ୍ୟରତ ସିନିୟର ଚେଷ୍ଟ ଫିଜିସିୟାନ ଡାକ୍ତର ଅରୁପ ବସୁ କହିଛନ୍ତି କରୋନା ଭାଇରସ ସିଧାସଳଖ ପୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇଥାଏ। ମୋଟା ଟିସୁ ଉପରେ ଥିବା ଚିହ୍ନ ଫୁସ୍‌ପୁସ୍‌କୁ ଠିକ୍‌ ଭାବେ କାମ କରିବାକୁ ଦେଇ ନ ଥାଏ। ଫଳରେ ରୋଗୀଙ୍କୁ ଅତିରିକ୍ତ ଅକ୍ସିଜେନର ଆବଶ୍ୟକତା ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଭୁବନେଶ୍ୱରରୁ ଆଉ ୩୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ବୁଧବାର ଆଉ ୩୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା...

ସେନାରେ ଯୋଗଦେବେ ପୁଲ୍‌ଓ୍ବାମା ଶହୀଦଙ୍କ ସ୍ତ୍ରୀ

ଡେରାଡୁନ୍‌,୧୯ା୨: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାରେ ଗତବର୍ଷ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ଶହୀଦ ହୋଇଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିୟାଙ୍କ ସ୍ତ୍ରୀ ନିକିତା କୌଲ୍‌ ଖୁବ୍‌ଶୀଘ୍ର...

ଲକ୍‌ଡାଉନ୍‌ ପାଇଁ ସମସ୍ୟାରେ ବରିଷ୍ଠ ନାଗରିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ଏବେ ଏହି ଲକ୍‌ଡାଉନ୍‌ ପାଇଁ ଅଧିକ ସମସ୍ୟା...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୦।୧୧: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ବାନ୍ଦିପୋରାରେ...

ରଥ ଖଳାରେ କୋଭିଡ୍‌ ଗାଇଡ୍‌ଲାଇନ ସଚେତନତା

ପୁରୀ ଅଫିସ, ୯।୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଦୂର ହୋଇଛି। କେନ୍ଦ୍ର ସରକାରଙ୍କଠାରୁ...

ଅଜୟ ଭାଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୩ା୮(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍‌-ସ୍ପେଶାଲ ଡ୍ୟୁଟିରେ ଥିବା ଅଧିକାରୀ ଅଜୟ କୁମାର ଭାଲ୍ଲାଙ୍କୁ ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ...

ଶୁଭେନ୍ଦୁଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କଲେନି ବାଚସ୍ପତି

କୋଲକାତା,୧୮।୧୨-ଗତକାଲି ବିଧାୟକ ପଦରୁ ଇସ୍ତଫା ଦେଇଥିବା ଟିଏମ୍‌ସିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି...

ଡିଜେ ଶବ୍ଦରେ ବରଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୬ା୨: (ଆଇଏଏନ୍‌ଏସ୍‌): ତେଲଙ୍ଗାନାର ନିଜାମାବାଦ ଜିଲା ଅନ୍ତର୍ଗତ ବୋଧନ ସହରରେ ଏକ ବାହାଘର ଶୋଭାଯାତ୍ରାରେ ଉତ୍କଟ ଡିଜେ ଶବ୍ଦରେ ମୂର୍ଚ୍ଛା ଯାଇଥିବା ବରଙ୍କର ମୃତ୍ୟୁ ହୋଇଯାଇଛି।...

Play 250+ Trending Games
Archives

Model This Week

Why Dharitri