ଭାରତ ସମେତ ୧୧ ଦେଶରେ କରୋନା ଆତଙ୍କ: ଡବ୍ଲୁଏଚଓର ଚେତାବନୀ, ଜେଏନ.୧କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ…

ଜେନେଭା/ନୂଆଦିଲ୍ଲୀ,୧୯।୧୨ : କରୋନା ମହାମାରୀ ପୁଣି ଥରେ ମୁଣ୍ଡ ଟେକିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜେଏନ.୧ ଷ୍ଟ୍ରେନ କୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷିତ କରିଛି । ଏହା ମଧ୍ୟ କୁହାଯାଇଛି ଏହା ଜନସ୍ବାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରେ ନାହିଁ। ଜେଏନ.୧ ଭ୍ୟାରିଆଣ୍ଟ ପୂର୍ବରୁ ଏହାର ମୂଳ ବଂଶ ବିଏ.୨.୮୬ ର ଏକ ଅଂଶ ଭାବରେ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ ହୋଇଥିଲା। ଏହାକୁ ଭ୍ୟାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଭାବରେ ଶ୍ରେଣୀଭୁକ୍ତ କରିବା ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିବେ । ସେମାନେ ଦେଖିବେ ଏହା କେତେ ଶୀଘ୍ର ବିସ୍ତାର ହେଉଛି? ଏହା ଜଣଙ୍କୁ କେତେ ଅସୁସ୍ଥ କରିଥାଏ ଏବଂ ଟିକା ଏହା ଉପରେ ପ୍ରଭାବ ପକାଇଥାଏ କି ନାହିଁ? ଡବ୍ଲୁଏଚଓ କହିଛି ସାମ୍ପ୍ରତିକ ପ୍ରମାଣକୁ ଆଧାର କରି, ଜେଏନ.୧ ଦ୍ୱାରା ସୃଷ୍ଟି ହୋଇଥିବା ବିଶ୍ୱର ଜନସ୍ବାସ୍ଥ୍ୟ ପ୍ରତି ବିପଦ ବର୍ତ୍ତମାନ କମ ବୋଲି ବିବେଚନା କରାଯାଉଛି।

ଡବ୍ଲୁଏଚଓ କହିଛି ବିଦ୍ୟମାନ ଟିକାଗୁଡ଼ିକ ଜେଏନ.୧ ଏବଂ କରୋନ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥିବା ଗୁରୁତର ସମସ୍ୟା ଏବଂ ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ଅଟେ। ଭୂତାଣୁ ଶୀଘ୍ର ବଦଳୁଛି ଏବଂ ବିକଶିତ ହେଉଛି । ତେଣୁ ଡବ୍ଲୁଏଚଓ ସଦସ୍ୟ ଦେଶଗୁଡ଼ିକୁ ଦୃଢ଼ ତଦାରଖ ଏବଂ ସିକ୍ୱେନ୍ସି ନେଇ ତଥ୍ୟ ଆଦାନପ୍ରଦାନ ଜାରି ରଖିବାକୁ ଅନୁରୋଧ କରିଥିଲା। ଏପର୍ଯ୍ୟନ୍ତ ଆମେରିକା, ଚାଇନା, ସିଙ୍ଗାପୁର, ଭାରତ ଏବଂ କିଛି ୟୁରୋପୀୟ ଦେଶରେ ଜେଏନ.୧ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି।

ଭାରତରେ ମଧ୍ୟ କରୋନା ର ଜେଏନ.୧ ଭ୍ୟାରିଆଣ୍ଟ ମାମଲା ଦେଖିବାକୁ ମିଳିଛି। ଏହା ପୁଣି ଥରେ କରୋନା ବୃଦ୍ଧି ମାମଲାକୁ ନେଇ ଚିନ୍ତା ବଢ଼ାଇଛି। କେରଳରେ ଏହାର ମାମଲା ଦେଖିବାକୁ ମିଳିଛି। ଏନେଇ ରାଜ୍ୟ ସରକାର ସତର୍କ ଅଛନ୍ତି। କେରଳର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ ବର୍ତ୍ତମାନ ୧,୯୯୭୦ ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ ୧,୭୪୯ ଟି କେରଳରେ ଦେଖିବାକୁ ମିଳିଛି। ସୋମବାର ଦିନ ୧୪୨ ଟି ନୂଆ ମାମଲା ପଞ୍ଜିକରଣ ହୋଇଥିଲା, ସେଥିମଧ୍ୟରୁ ୧୧୫ ଟି କେରଳର।
ଭାରତ ସମେତ ଏସିଆର ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି। ଚାଇନା, ସିଙ୍ଗାପୁର, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ମାଲେସିଆରେ କୋଭିଡ ମାମଲା ବୃଦ୍ଧି ପାଇଛି। ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷ ଛୁଟି ପୂର୍ବରୁ ଏହି ମାମଲା ବୃଦ୍ଧି ପାଇଛି, ଯାହା ଚିନ୍ତାର ବିଷୟ ପାଲଟିଛି। କେରଳର ମାମଲା ପରେ ପଡୋଶୀ ରାଜ୍ୟ ତାମିଲନାଡୁ ଏବଂ କର୍ନାଟକର ଚିନ୍ତା ବଢ଼ିଛି। ତେବେ ଏହାର ଲକ୍ଷଣ ଅତି ସାଧାରଣ ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସେପ୍ଟେମ୍ବରରେ ପ୍ରଥମ ଥର ପାଇଁ ଆମେରିକାରେ ଏହାର ସଂକ୍ରମଣ ଦେଖିବାକୁ ମିଳିଥିଲା। ସେବେଠାରୁ ଏହା ୧୧ ଟି ଦେଶକୁ ବ୍ୟାପିଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?