ଏନ୍ତୁଡ଼ିଶାଳରେ କରୋନା ବେକାବୁ, ଚାଇନାର ସାନ୍ୟା ସହରରେ ଲକ୍‌ଡାଉନ, ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଚିନ୍ତାରେ…

ବେଜିଂ, ୬।୮ :  କରୋନା ଏନ୍ତୁଡ଼ିଶାଳ ଚାଇନାରେ  କରୋନା ପୁଣି ଥରେ ନିୟନ୍ତ୍ରିତ ହରାଇଛି। ଶନିବାର ଚାଇନାର ’ହାୱାଇ’ କୁହାଯାଉଥିବା ସାନ୍ୟା ସହରରେ କର୍ତ୍ତୃପକ୍ଷ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ସେଠାରେ ଥିବା ପ୍ରାୟ ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଅଟକି ରହିଛନ୍ତି। ସମଗ୍ର ସହରରେ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ସକାଳେ ସାନ୍ୟା ସହରରେ ଜନସାଧାରଣ ପରିବହନ ଉପରେ କଟକଣା ଲଗାଯାଇଛି ଏବଂ ଲୋକଙ୍କ ଗତିବିଧିକୁ ମଧ୍ୟ ବାରଣ କରାଯାଇଛି। ସାନ୍ୟା ସହରର ଜନସଂଖ୍ୟା ଏକ ଲକ୍ଷରୁ ଅଧିକ। ଦେଶର ଦକ୍ଷିଣ ଉପକୂଳରେ ଅବସ୍ଥିତ ହେନାନ ପ୍ରଦେଶର ରାଜଧାନୀ ସାନ୍ୟା ଏକ ପର୍ଯ୍ୟଟନ ସ୍ଥଳୀ।

ରାଜ୍ୟ ଗଣମାଧ୍ୟମ ଅନୁଯାୟୀ, ସାନ୍ୟା ଡେପୁଟି ମେୟର ହେ ଶିଗେଙ୍ଗ କହିଛନ୍ତି ଯେ ବର୍ତ୍ତମାନ ସହରରେ ବହୁ ପର୍ଯ୍ୟଟକ ଅଟକି ରହିଛନ୍ତି। ସେ କହିଛନ୍ତି ଯେ ସାନ୍ୟା ଛାଡିବା ପୂର୍ବରୁ ସେମାନେ ନିଶ୍ଚିତ ହେବା ଉଚିତ ଯେ ୪୮ଘଣ୍ଟା ମଧ୍ୟରେ ସେମାନଙ୍କର ଦୁଇଟି ନେଗେଟିଭ୍‌ ପିସିଆର୍‌ ପରୀକ୍ଷା ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହଠାତ ବିମାନ ଟିକେଟ ଦର ବୃଦ୍ଧି ପାଇବାରେ ଲାଗିଛି ଏବଂ ସହରରେ ଅଟକି ରହିଥିବା ସମସ୍ତ ଲୋକ କିପରି ବାହାରକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri