୨୦୨୦ରେ ପ୍ରକାଶିତ ସଂଖ୍ୟାଠାରୁ କରୋନା ମୃତ୍ୟୁ ଅଧିକ, ସରକାରୀ ରିପୋର୍ଟ…

ନୂଆଦିଲ୍ଲୀ, ୨୬।୫ : ଦେଶରେ କରୋନା ସଂକ୍ରମଣ ଯୋଗୁ ୨୦୨୦ରେ ଘଟିଥିବା ମୃତ୍ୟୁ ସଂଖ୍ୟା ପ୍ରକାଶିତ ସଂଖ୍ୟାଠାରୁ ଅଧିକ ରହିଛି। ଏନେଇ ସଦ୍ୟତମ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତର ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ସର୍ବଶେଷ ପରିସଂଖ୍ୟାନ ଏହି ନୂତନ ପ୍ରମାଣ ପ୍ରଦାନ କରୁଛି। ଭାରତରେ କରୋନା ମୃତ୍ୟୁ ହାରକୁ ସରକାରୀ ଭାବେ କମ କରାଯାଇଛି।

ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆଙ୍କ ଦ୍ୱାରା ପ୍ରକାଶିତ ମେଡିକାଲ ସାର୍ଟିଫିକେଶନ ଅଫ ଡେଥ ତଥ୍ୟ ଅନୁଯାୟୀ, କରୋନା ଯୋଗୁ ମୃତ୍ୟୁ ୨୦୨୦ରେ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ଥିଲା। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆ ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ। ଏହି ତଥ୍ୟ ଭିତିକ ରିପୋର୍ଟ ମେ ୨୬ ରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ୨୦୨୦ରେ ଭାରତରେ କରୋନା ସଂକ୍ରମଣ ଯୋଗୁ ୧,୬୦୬୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହି ବର୍ଷ ମୋଟ ୧, ୮୧୧.୬୮୮ ମେଡିକାଲରେ ପ୍ରମାଣିତ ମୃତ୍ୟୁ ମଧ୍ୟରୁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୮.୯ ପ୍ରତିଶତ ରହିଛି। ମେଡିକାଲ ସାର୍ଟିଫିକେଶନ ଅଫ ମୃତ୍ୟୁର କାରଣ ଉପରେ ଏହି ତଥ୍ୟ ନାଗରିକ ପଞ୍ଜିକରଣ ସିଷ୍ଟମରୁ ସଂଗ୍ରହ କରାଯାଇଛି ।

୨୦୨୦ରେ କରୋନା ଯୋଗୁ ଭାରତର ସରକାରୀ ମୃତ୍ୟୁ ସଂଖ୍ୟା ହିସାବଠାରୁ ଏହି ସଂଖ୍ୟା ଅଧିକ ରହିଛି। ରାଜ୍ୟଗୁଡିକ ଦ୍ୱାରା ଜାରି କରାଯାଇଥିବା କରୋନା ବୁଲେଟିନରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ରିପୋର୍ଟ ଅନୁଯାୟୀ ୨୦୨୦ରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୪୯,୦୩୬ ଥିବାବେଳେ ଭାରତର ରେଜିଷ୍ଟ୍ରାର ଜେନେରାଲ ଏହାକୁ ୧,୬୦, ୬୧୮ ଉଲ୍ଲେଖ କରିଛନ୍ତି। ରାଜ୍ୟର କରୋନା ବୁଲେଟିନ୍‌ ଅନୁସାରେ ସମୁଦାୟ ମୃତ୍ୟୁର ୧୧,୫୮୨ ଅର୍ଥାତ୍‌ ୭.୨ ପ୍ରତିଶତ ରେକର୍ଡ ହୋଇନାହିଁ ।

ମେଡିକାଲ ସାର୍ଟିଫିକେଟ ମୃତ୍ୟୁ ସମସ୍ତ ପଞ୍ଜିକୃତ ମୃତ୍ୟୁର ଏକ ଚତୁର୍ଥାଂଶରୁ କମ ରହିଛି। ସମସ୍ତ ମୃତ୍ୟୁ ପଞ୍ଜିକୃତ ହୋଇ ନାହିଁ। ପଞ୍ଜିକୃତ ହୋଇଥିବା ୮,୦୬୨,୦୭୦ ତୁଳନାରେ ୨୦୨୦ରେ ୧,୮୧୧,୬୮୮ ମୃତ୍ୟୁ ମେଡିକାଲରେ ପ୍ରମାଣିତ ହୋଇଥିଲା। ୨୦୨୦ ସିଆର୍‌ଏସ୍‌ ରିପୋର୍ଟରେ ପଞ୍ଜିକରଣସ୍ତରର ସୂଚନା ପ୍ରଦାନ କରାଯାଇ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?