କଳା ଉପରେ କରୋନା ମାଡ଼: ପ୍ରତିଭାରେ ପ୍ରତିବନ୍ଧକ, ଚିନ୍ତାରେ କଳାକାର

କଟକ ଅଫିସ,୨୦।୯: କଳା କ୍ଷେତ୍ରରେ କଟକର ପରିଚୟ ଭିନ୍ନ । କୁହାଯାଏ ୬୦ ଦଶକରେ ଏହିଠାରୁ ହିଁ ମେଲୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଯାହା ସମଗ୍ର ରାଜ୍ୟର ପୂରପଲ୍ଲୀକୁ ବ୍ୟାପିଥିଲା। ସେତେବେଳ ସମୟରେ ମଞ୍ଚ ଉପରେ ସ୍ବର୍ଗତଃ ଅକ୍ଷୟ ମହାନ୍ତି(ଖୋକା ଭାଇ) ପଦଟିଏ ନ ଗାଇଲେ ସେଠାକାର ଯାନିଯାତରା ପରିପୂର୍ଣ୍ଣ ହୁଏନି। ଦୋଳ ହେଉ କି ଦଶହରା, ଦୀପାବଳି ହେଉ କି ଡଙ୍ଗାଭସା। ବିଭିନ୍ନ ପର୍ବପର୍ବାଣୀରେ ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଉଥିବା ମେଲୋଡ଼ି କଳାକାର ଏବେ କିନ୍ତୁ ହାତ ବାନ୍ଧି ବସିଛନ୍ତି…

ସମଗ୍ର ସ୍ତରକୁ ହାନି ପହଞ୍ଚାଇଛି ମହାମାରୀ କରୋନା। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। କଳା ପରିବେଷଣ କରି ପେଟ ପୋଷୁଥିବା କଳାକାର ନିଜ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ବି ନାହିଁ। ମାର୍ଚ୍ଚ ଶେଷ ସପ୍ତାହରୁ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ଉତ୍ସବ କି ମହୋତ୍ସବ ଆୟୋଜନ କରାଯାଇନାହିଁ। ମେଲୋଡି କଳାକାରଙ୍କୁ ଅର୍ଥାଭାବ ଗ୍ରାସ କରିସାରିଲାଣି ବୋଲି ‘ସାଗର ସଙ୍ଗମ’ର ମାଲିକ ମହମ୍ମଦ ଆବିଦ୍‌ କହିଛନ୍ତି। ଚଳିତବର୍ଷ ଦଶହରା ଉପରେ ପ୍ରତିବନ୍ଧକ ଲାଗିସାରିଛି। ଏଭଳି ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଆସନ୍ତା କାଳୀପୂଜା, ବାଲିଯାତ୍ରା ଓ କାର୍ତ୍ତିକଶ୍ୱର ପୂଜା ମଧ୍ୟ ଜାକଜକମରେ ହେବନି ବୋଲି ପୂର୍ବାନୁମାନ କରାଯାଉଛି।

କରୋନା କଟକଣା ଆରମ୍ଭ ହେବା ପରେ କିଛି ମାସ ବିବାହ ଋତୁ ମଧ୍ୟ ଥିଲା। ବିବାହ କାର୍ଯ୍ୟକ୍ରମରେ ମେଲୋଡ଼ି ଆୟୋଜନ ଦେଖିବାକୁ ମିଳେ। ଏହାଛଡା କଲେଜର ବାର୍ଷିକୋତ୍ସବ ଓ ବିଭିନ୍ନ ମହୋତ୍ସବ ମଧ୍ୟ ଏପ୍ରିଲରୁ ଜୁନ୍‌ ଭିତରେ ଆୟୋଜନ କରାଯାଏ। ହେଲେ ଚଳିତବର୍ଷ ଗୋଟିଏ ହେଲେ ବି କାର୍ଯ୍ୟକ୍ରମ କରାଯାଇନାହିଁ। ମାର୍ଚ୍ଚ ୧୧ ତାରିଖରେ ଶେଷଥର ପାଇଁ ମେଲୋଡି କାର୍ଯ୍ୟକ୍ରମ କରିଥିଲୁ ବୋଲି ଆବିଦ୍‌ କହିଛନ୍ତି। ଏହି ତାରିଖ ସୁଦ୍ଧା ୭ଟି କାର୍ଯ୍ୟକ୍ରମର ଆଡଭାନ୍ସ ରାଶି ଗ୍ରହଣ କରିଥିଲୁ। ହେଲେ ସମସ୍ତ କାର୍ଯ୍ୟକ୍ରମ ବାତିଲ ହେବା ଯୋଗୁ ଟଙ୍କା ଫେରାଇବାକୁ ପଡ଼ିଥିଲା। ପରେ ପ୍ରାୟ ୨ମାସ ପାର୍ଟିର କଳାକାରମାନଙ୍କୁ କିଛି ଆର୍ଥିକ ସହାୟତା ଦିଆଯାଇଥିଲା। ଯାହା ଖୁବ୍‌ କମ୍‌ ଥିଲା। ଏହାପରେ ସହାୟତା ଦେବା ସମ୍ଭବପର ହୋଇ ନ ଥିଲା। ମଞ୍ଚରେ ନିଜ ପ୍ରତିଭାକୁ ପ୍ରଦର୍ଶନ କରୁଥିବା କଳାକାରମାନେ ଏବେ ପେଟ ପୋଷିବାକୁ ଭିନ୍ନ ବାଟ ବାଛି ସାରିଲେଣି ବୋଲି ଆବିଦ୍‌ କୁହନ୍ତି। କିଛି କଳାକାର ମଧ୍ୟ ଗଁାକୁ ଚାଲି ଯାଇଛନ୍ତି। ଆମେ କେବେ ତାଙ୍କୁ ଡାକରା ପଠାଇବୁ ବୋଲି ଅପେକ୍ଷା କରି ରହିଛନ୍ତି। ପ୍ରାୟ ସମୟ ଫୋନ୍‌ କରି କାର୍ଯ୍ୟକ୍ରମ ବିଷୟରେ ପଚାରୁଥିବାବେଳେ ତାଙ୍କୁ ଉତ୍ତର ଦେଇପାରୁନାହୁଁ ବୋଲି ଆବିଦ୍‌ କହିଥିଲେ। ସେହିପରି ହବିବ୍‌ ମେଲୋଡି ପାର୍ଟିର ମୁଖ୍ୟ ମହମ୍ମଦ ସାହିଦ୍‌ କହିଛନ୍ତି, ଏପରି ସ୍ଥିତିରେ ପେଟ ପୋଷିବା ଚିନ୍ତାଜନକ ବିଷୟ ହୋଇଛି। ବର୍ଷକୁ ୨୦ରୁ ୨୫ଟି କାର୍ଯ୍ୟକ୍ରମ ହେଲେ ସମସ୍ତେ ଅଳ୍ପବହୁତେ ଅର୍ଥ ରୋଜଗାର କରୁଥିଲେ। ହେଲେ ଏବେ ରୋଜଗାରର ମାଧ୍ୟମ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri