ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍‌

ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍‌ଡାଉନ ଓ ଶଟ୍‌ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚ ମାସରୁ ଏହି ଧାରା ଜାରିରହିଥିବା ବେଳେ ଲୋକମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଗତ ଜୁନ୍‌ ମାସରୁ ଲକ୍‌ଡାଉନରେ କିଛିଟା କୋହଳ ହେବାପରେ ଲୋକମାନେ କରୋନା ସମ୍ପର୍କିତ ସମସ୍ତ ସଚେତନ ଭୁଲିଯାଇ ରାସ୍ତାଘାଟ ଓ ବଜା଼ରରେ ବୁଲିଥିଲେ। ଏଣୁ ସରକାର ଜୁଲାଇ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ୨ଦିନ ଶଟ୍‌ଡାଉନ ଘୋଷଣା କରିଛନ୍ତି । ଗଞ୍ଜାମ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଜିଲାରେ ୨୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଗଞ୍ଜାମ ଜିଲା କରୋନା ସଂକ୍ରମିତ ତାଲିକାରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଅନ୍ୟପଟେ ଦିନକରେ ମହାନଗରରେ ୧୪ଜଣ କରୋନା ଯୋଦ୍ଧା ସମେତ ୩୫ ଜଣ ସଂକ୍ରମିତ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଅମାନିଆଙ୍କୁ ଦୃଷ୍ଟିରେ ରଖି ଜିଲାପାଳ ବଜ଼ାରରେ ବାଇକ ଚଳାଚଳ ଉପରେ କଟକଣା ଜାରିକରିଥିଲେ। ଏବେ ଶନିବାର ଓ ରବିବାର ୨ ଦିନିଆ ଶଟ୍‌ଡାଉନ ପାଇଁ ୯ ପ୍ଲାଟନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପି . କେ. ମିଶ୍ର ସୂଚନା ଦେଇଛନ୍ତି। ବ୍ରହ୍ମପୁର ମହାନଗରରେ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ଏହାକୁ ଆଖିରେ ରଖି ବ୍ରହ୍ମପୁର ମହାନଗର ନିଗମ ୧୨ଟି ରାସ୍ତା ସିଲ୍‌ କରିଛି। ୬ଟି ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ସେହିପରି ମହାନଗରରେ ପୂର୍ବରୁ ୩୫ଟି ଅଞ୍ଚଳକୁ ଚିହ୍ନଟ ହୋଇଥିବା ବେଳେ ଏବେ ୪୨ ଅଞ୍ଚଳକୁ ସଂକ୍ରମିତ ଚିହ୍ନଟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ମଧୁପ୍ରିୟା ପଣ୍ଡା ଉତ୍କେଲା ପଞ୍ଚାୟତର ନୂତନ ସରପଞ୍ଚ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଭବାନୀପାଟଣା,୨୫।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତର ନୂତନ ଭାରପ୍ରାପ୍ତ ସରପଞ୍ଚ ଭାବେ ମଧୁପ୍ରିୟା ପଣ୍ଡା ନିଯୁକ୍ତ ହୋଇଛନ୍ତି। ଭବାନୀପାଟଣା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ଇଟା ଫ୍ୟାକ୍ଟ୍ରିକୁ ବେଆଇନ ଭାବେ ହେଉଥିଲା ବାଲି ଚାଲାଣ: ହାଇଓ୍ବାକୁ ଜବତ କଲା ରିଷିଡ଼ା…

ରିଷିଡା ,୨୫।୨(ସୁଶାନ୍ତ ମଲ୍ଲିକ):  ବେଆଇନ ଭାବେ କର୍ଲାମୁଣ୍ଡା ବ୍ଲକ ତେରେସିଂହା ତେଲନଦୀରୁ କଅଁସିଲଛକ ସ୍ଥିତ ଇଟା ଫ୍ୟାକ୍ଟ୍ରିକୁ ହାଇଓ୍ବାରେ ବାଲି ଯାଉଥିବା ବେଳେ ରିଷିଡା କଲେଜ ଛକ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିନି ଷ୍ଟାଡିୟମରେ ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌

ଗଞ୍ଜାମ,୨୫।୨(ବିଦ୍ୟାଧର ସାହୁ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଲାଇଟ ନ ଜଳିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଓ ବିଦ୍ୟୁତ ବିଭାଗର ତତ୍ପରତା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାଇ ବୋଲି କହିଲେ ନେତାନ୍ୟାହୁ, ସଂସଦରେ କହିଲେ ‘ଭାରତ ଆମର ମହାନ ବନ୍ଧୁ…’

ନୂଆଦିଲ୍ଲୀ,୨୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ପରେ, ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଅଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri