ଗଞ୍ଜାମରେ କାୟା ବିସ୍ତାର କଲାଣି କରୋନା: ୪୨ ଅଞ୍ଚଳ ସଂକ୍ରମିତ ଚିହ୍ନଟ ପରେ ୧୨ ରାସ୍ତା ସିଲ୍‌

ବ୍ରହ୍ମପୁର ଅଫିସ ,୩।୭: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଲକ୍‌ଡାଉନ ଓ ଶଟ୍‌ଡାଉନ ପରି ପଦକ୍ଷେପ ନେଇଛନ୍ତି। ଗତ ମାର୍ଚ୍ଚ ମାସରୁ ଏହି ଧାରା ଜାରିରହିଥିବା ବେଳେ ଲୋକମାନଙ୍କ ଜୀବନ ଜୀବିକା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଗତ ଜୁନ୍‌ ମାସରୁ ଲକ୍‌ଡାଉନରେ କିଛିଟା କୋହଳ ହେବାପରେ ଲୋକମାନେ କରୋନା ସମ୍ପର୍କିତ ସମସ୍ତ ସଚେତନ ଭୁଲିଯାଇ ରାସ୍ତାଘାଟ ଓ ବଜା଼ରରେ ବୁଲିଥିଲେ। ଏଣୁ ସରକାର ଜୁଲାଇ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ୨ଦିନ ଶଟ୍‌ଡାଉନ ଘୋଷଣା କରିଛନ୍ତି । ଗଞ୍ଜାମ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଜିଲାରେ ୨୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ଗଞ୍ଜାମ ଜିଲା କରୋନା ସଂକ୍ରମିତ ତାଲିକାରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଅନ୍ୟପଟେ ଦିନକରେ ମହାନଗରରେ ୧୪ଜଣ କରୋନା ଯୋଦ୍ଧା ସମେତ ୩୫ ଜଣ ସଂକ୍ରମିତ ହୋଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ଅମାନିଆଙ୍କୁ ଦୃଷ୍ଟିରେ ରଖି ଜିଲାପାଳ ବଜ଼ାରରେ ବାଇକ ଚଳାଚଳ ଉପରେ କଟକଣା ଜାରିକରିଥିଲେ। ଏବେ ଶନିବାର ଓ ରବିବାର ୨ ଦିନିଆ ଶଟ୍‌ଡାଉନ ପାଇଁ ୯ ପ୍ଲାଟନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପି . କେ. ମିଶ୍ର ସୂଚନା ଦେଇଛନ୍ତି। ବ୍ରହ୍ମପୁର ମହାନଗରରେ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା। ଏହାକୁ ଆଖିରେ ରଖି ବ୍ରହ୍ମପୁର ମହାନଗର ନିଗମ ୧୨ଟି ରାସ୍ତା ସିଲ୍‌ କରିଛି। ୬ଟି ସାହିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ସେହିପରି ମହାନଗରରେ ପୂର୍ବରୁ ୩୫ଟି ଅଞ୍ଚଳକୁ ଚିହ୍ନଟ ହୋଇଥିବା ବେଳେ ଏବେ ୪୨ ଅଞ୍ଚଳକୁ ସଂକ୍ରମିତ ଚିହ୍ନଟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri