କରୋନା କାଳରେ ସୁଧୁରୁନାହାନ୍ତି ଅମାନିଆ: ୪୪ହଜାର ଜରିମାନା ଆଦାୟ କଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ , ୩।୭- ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ତଦଜନିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି । ଫଳରେ ଏବେ ଜିଲାରେ କରୋନାରବିସ୍ପୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକଡାଉନ କଟକଣାକୁ ଜୋରଦାର କରିଛନ୍ତି । ହେଲେ ଜିଲାରେ ଜାରି ହୋଇଥିବା ଏହି କଟକଣା ସମୟରେ ବ୍ରହ୍ମପୁର ମହାନଗରରେ ଅଯଥାରେ ଘୁରି ବୁଲୁଥିବା ଅମାନିଆଙ୍କୁ ପୋଲିସ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁରୁବାର ସକାଳ ୬ ଟାରୁ ଶୁକ୍ରବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ଜିଲା ପକ୍ଷରୁ ସହରର ବିଭିନ୍ନ ଛକ ମାନଙ୍କରେ ଚେକିଂ କରାଯାଇ ମାସ୍କ ପିନ୍ଧି ନ ଥିବା ୨୨୨ ଜଣ ଲୋକଙ୍କଠାରୁ ୪୪ ହଜାର ୪ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୩୯ ଜଣ ଅମାନିଆ ଗାଡି ଚାଳକଙ୍କୁ ୬୯ ହଜାର ୫୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ଏହି ମହାମାରୀ ନିୟମ ଉଲ୍ଲଂଘନ କରି ବେଆଇନ ଭାବେ ମଦ ବିକ୍ରି ଅଭିଯୋଗରେ ୪ ଗୋଟି ମାମଲା ରୁଜୁ କରାଯାଇଛି । ୪ ଜଣ ଅଭିଯୁକ୍ତଙ୍କୁ ନୋଟିସ ଦିଆଯାଇଥିବା ବେଳେ ୨୧୭ ଲିଟର ମଦ ଜବତ ହୋଇଛି। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଟୁଇଟ ଜରିଆରେ ଶୁକ୍ରବାର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?