ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର ଆଶା ବଢ଼ି ଚାଲିଛି। ବର୍ତ୍ତମାନ ଦେଶରେ କେବଳ ୧୦୦ ଟି ଜିଲାରେ କରୋନା ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦିନ ସାରା ଦେଶରେ ୪୪,୮୭୭ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରିପୋର୍ଟ ହୋଇଛି। ଏହା ଜାନୁୟାରୀ ୪ ଠାରୁ ପ୍ରଥମ ଥର ପାଇଁ ଏହା ୫୦,୦୦୦ରୁ କମ ହୋଇଛି।

ଗତ ସପ୍ତାହ ତୁଳନାରେ କରୋନା ସଂକ୍ରମଣରେ ୫୬ ପ୍ରତିଶତ ହ୍ରାସ ଘଟିଛି। ଏହା ସହିତ ଆସନ୍ତା ସପ୍ତାହରେ କରୋନା ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷରୁ କମ ହେବ ବୋଲି ଆଶା କରାଯାଉଛି। ଜାତୀୟ ସାପ୍ତାହିକ ପଜିଟିଭିଟି ହାର ରବିବାର ୪.୪୬ ପ୍ରତିଶତ ଥିବାବେଳେ ଗତ ସପ୍ତାହରେ ଏହା ୧୦.୨୦ ପ୍ରତିଶତ ରେକର୍ଡ କରାଯାଇଥିଲା।

ବର୍ତ୍ତମାନ ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ସଙ୍କଟ ଜନକ ରହିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଫେବୃଆରୀ ୫ ରୁ ୧୧ ମଧ୍ୟରେ ମୋଟ ୧୦୫ ଟି ଜିଲାରେ ୧୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ପଞ୍ଜିକୃତ ହୋଇଛି। ଯେଉଁ ରାଜ୍ୟଗୁଡିକରେ ୧୦ ପ୍ରତିଶତରୁ ଅଧିକ ଜିଲାର ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ସେଥିମଧ୍ୟରେ ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ରହିଛନ୍ତି।

କରୋନା ମାମଲାର ହ୍ରାସକୁ ଦୃଷ୍ଟିରେ ରଖି ସୋମବାର ଠାରୁ ପ୍ରତିବନ୍ଧକ କୋହଳ କରାଯାଇଛି। ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ବହୁ ରାଜ୍ୟରେ ପ୍ରାଥମିକରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯାଇଛି। ଏହା ବ୍ୟତୀତ ଫେବୃଆରୀ ୧୪ ଠାରୁ ଦିଲ୍ଲୀରେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ୭ ଦିନ ପାଇଁ କ୍ୱାରାଣ୍ଟାଇନ୍‌ ନିୟମକୁ ମଧ୍ୟ କୋହଳ କରାଯାଇଛି। ବିଦେଶୀ ଯାତ୍ରୀମାନଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଭାରତରେ ପହଞ୍ଚିବା ପରେ ସେମାନଙ୍କୁ ଆଗାମୀ ୧୪ ଦିନ ପାଇଁ ନିଜ ନିଜର ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ଛୁଇଁଲା ମୌସୁମୀ: ଜୁନ ୧ ସୁଦ୍ଧା…

ନୂଆଦିଲ୍ଲୀ,୧୬।୫: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶନିବାର ଆଣ୍ଡାମାନ ଛୁଇଁଛି। ଦକ୍ଷିଣପୂର୍ବ ଆରବ ସାଗରରେ ମଧ୍ୟ ମୌସୁମୀ ଅଗ୍ରସର ହେଉଥିବା ଜଣାପଡ଼ିଛି। ଦକ୍ଷିଣପୂର୍ବ ଓ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ମଧ୍ୟ…

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର, ୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ…

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

କେତେବେଳେ ବି ମହଙ୍ଗା ହୋଇପାରେ ଗ୍ୟାସ୍‌; ପେଟ୍ରୋଲ ପରେ ଚମକାଇବ LPG ଦର!

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମଧ୍ୟରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri