କରୋନା ବଢ଼ାଇଦେଲା ଆଉ ଏକ ମାରାତ୍ମକ ରୋଗ: ୨୩ ବର୍ଷର ରେକର୍ଡ ଭାଙ୍ଗିଲା

ଓ୍ବାଶିଂଟନ,୧୩ା୧୧: ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ଏହି ରୋଗ ଆଉ ଏକ ରୋଗ ଆଶଙ୍କାକୁ ବଢ଼ାଇଦେଇଛି। ଯାହା ୨୩ ବର୍ଷର ରେକର୍ଡ ଭାଙ୍ଗିଛି।

କରୋନା ମହାମାରୀ ପରେ ବର୍ତ୍ତମାନ ମିଳିମିଳା ହେବାର ଆଶଙ୍କା ବଢ଼ିଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ରୋଗ ନିୟନ୍ତ୍ରଣ କେନ୍ଦ୍ରର ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ରେ ମିଳିମିଳା ସଂକ୍ରମଣ ୨୩ ବର୍ଷର ରେକର୍ଡ ଭାଙ୍ଗିଛି। କୋଭିଡ-୧୯ ଯୋଗୁ ଲୋକମାନେ ଟିକାକରଣ କରୁନାହାନ୍ତି। ଫଳରେ ମିଳିମିଳା ସଂକ୍ରମଣ ବଢୁଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରେ ୨୦୧୯ରେ ମିଳିମିଳା ସଂକ୍ରମିତଙ୍କ ସଂଖ୍ୟା ୮,୬୯, ୭୭୦ କୁ ବୃଦ୍ଧି ପାଇଛି। ଏଥି ସହିତ ଯଦି ୨୦୧୬ରୁ ଆକଳନ କରାଯାଏ ତେବେ ଏହି ମାରାତ୍ମକ ରୋଗରେ ମୃତ୍ୟୁହାର ୫୦ ପ୍ରତିଶତ ବୃଦ୍ଧି ଘଟିଛି। ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀଙ୍କ କହିବାନୁସାରେ, ନିକଟ ଅତୀତରେ ମିଳିମିଳା ସଂକ୍ରମିତଙ୍କ ସଂଖ୍ୟା ସ୍ଥିର ହୋଇଛି। କିନ୍ତୁ କରୋନା ଭାଇରସ ସଂକ୍ରମଣର ପ୍ରସାର ପରେ ମିଳିମିଳା ଟିକାକରଣ ବନ୍ଦ ହୋଇଗଲା। ଏହି କାରଣରୁ ବିଶ୍ୱର ୯୪ ପ୍ରତିଶତ ଲୋକ ମିଳିମିଳା ସଂକ୍ରମଣର ସମ୍ମୁଖୀନ ହେଉଛନ୍ତି।

ଡବ୍ଲ୍ୟୁଏଚ୍‌ଓର ମିଳିମିଳା ବିଭାଗର ଜଣେ ବରିଷ୍ଠ ବୈଷୟିକ ଅଧିକାରୀ ନତାଶା କ୍ରାକ୍ରଫ୍ଟ କହିଛନ୍ତି ଯେ, ଏହି ରୋଗ ବନ୍ୟପ୍ରାଣୀ ପରି ବ୍ୟାପିଛି। ସେ କହିଛନ୍ତି କଙ୍ଗୋ, ମାଡାଗାସ୍କର, ଜର୍ଜିଆ, କାଜାଖସ୍ତାନ ଏବଂ ୟୁକ୍ରେନରେ ଏହି ସଂକ୍ରମଣର ସର୍ବାଧିକ ବିସ୍ତାର ୯ଟି ଦେଶରେ ଅଛି। ସେ କହିଛନ୍ତି, ଗତବର୍ଷ ଏହି ରୋଗରେ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୭ ହଜାର ୫୦୦ଥିଲା।

ସାଧାରଣତଃ ମିଳିମିଳା ରୋଗ ପିଲାମାନଙ୍କଠାରେ ଅଧିକ ଦେଖାଯାଏ ମାତ୍ର ଏହାର ଅର୍ଥ ନୁହେଁ ଯେ ବୟସ୍କଙ୍କଠାରେ ହେବନି ବୋଲି। ମିଳିମିଳା ଟିକା ସମସ୍ତଙ୍କୁ ଦିଆଯିବା ଜରୁରୀ। ଏହା ଏକ ସଂକ୍ରାମକ ରୋଗ। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ଏହି ରୋଗ ହୋଇପାରେ। ତେଣୁ ରୋଗୀ କାଶିବା, ଛିଙ୍କିବା ସମୟରେ ମଧ୍ୟ ଏହା ବ୍ୟାପିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri