କରୋନାର ଦୋହରା ମାଡ଼: ଲୋକେ ହେବେ ଗରିବ, ଶିଶୁ ମୃତ୍ୟୁ ହାର ବଢ଼ିବ

ଜେନେଭା/ନୂଆଦିଲ୍ଲୀ, ୧୦।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଏହାର ପ୍ରଭାବର ଦୋହରା ମାଡ଼ ଲୋକଙ୍କ ଉପରେ ପଡ଼ିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାମଧନ୍ଦା ବନ୍ଦ ହେବା ଦ୍ୱାରା ଲୋକେ ଗରିବ ହେବେ। ସେହିପରି ଶିଶୁ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ର ପ୍ରଭାବରେ ଯୋଗୁ ଏଭଳି ହେବ ବୋଲି ଜାତିସଂଘର ରାଜନୈତିକ ମୁଖ୍ୟ ରୋଜମେରି ଡିକାର୍ଲେ ଏବଂ ମାନବତାବାଦୀ ମୁଖ୍ୟ ମାର୍କ ଲୋକକ ସୂଚନା ଦେଇଛନ୍ତି। ଗରିବ ଦେଶଙ୍କ ଆର୍ଥିକ ଅବସ୍ଥା ଅତି ଖରାପ ହେବାର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ ପାଇଛି। କରୋନା ପରବର୍ତ୍ତୀ ସମୟରେ ଲୋକଙ୍କ ଜୀବନଧାରଣ କ୍ଷମତା ହ୍ରାସ ପାଇବା ସହିତ ଭୋକିଲାଙ୍କ ସଂଖ୍ୟା ବୃଦ୍ଧି ପାଇବ। ସେହିପରି ସାଧାରଣ ଶିକ୍ଷାରୁ ବହୁ ଶିଶୁ ବଞ୍ଚିତ ହେବେ। ଶରଣାର୍ଥୀ ରହିଥିବା ଦେଶଗୁଡ଼ିକରେ ସମସ୍ୟା ଅଧିକ ଗୁରୁତର ହେବାର ଆଶଙ୍କା ରହିଛି। ଗରିବ ଦେଶରେ ଆବଶ୍ୟକ ଖାଦ୍ୟ ଏବଂ ସ୍ବାସ୍ଥ୍ୟ ସେବା ଅଭାବ ପରିଲକ୍ଷିତ ହେବ। ତେବେ ସମସ୍ୟା କେତେ ଦୂର ସଙ୍କଟ ଜନକ ହେବ ତାହା ଏବେ କହି ହେବ ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସମ୍ପ୍ରତି ପୃଥିବୀର ୨୭ ଦେଶରେ ଖାଦ୍ୟର ଅଭାବ ଦେଖାଦେଇଛି। ଏସବୁ ଦେଶରେ ବହୁ ଶିଶୁ କୁପୋଷଣର ଶିକାର ହୋଇଛନ୍ତି। କରୋନା ମହାମାରୀର ପ୍ରଥମ ବର୍ଷରେ ୭ ନିୟୁତ ଶିଶୁ କୁପୋଷଣ ଗ୍ରସ୍ତ ହେେ ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସଂକ୍ରମିତଙ୍କ ସଂଖ୍ୟା

ଥିରୁଭାନନ୍ତପୁରମ,୧୪।୪: କରୋନା ଭାଇରସ ପ୍ରଥମେ କେରଳରେ ବହୁ ସଂଖ୍ୟାରେ ଦେଖାଯାଇଥିବା ବେଳେ ଧିରେ ଧିରେ ମହାରାଷ୍ଟ୍ରରେ ବି ଏହି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲା। ଏବେ...

ଭେଣ୍ଟିଲେଟରରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ପୁଣି ବିଗିଡ଼ିଯାଇଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,...

ମସଜିଦ୍‌ରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫୫ରେ

କାବୁଲ,୮।୧୦: ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶିଟେ ମସ୍‌ଜିଦ ଉପରେ ବଡ଼ ଧରଣର ବୋମା ମାଡ଼ କରାଯାଇଛି। ଶୁକ୍ରବାର ନମାଜ ପାଠ ବେଳେ ଘଟିଥିବା ବିସ୍ଫୋରଣରେ ଅତିକମ୍‌ରେ...

ରାଜ୍ୟରେ ଦିନକରେ ଆରୋଗ୍ୟ ଲାଭକଲେ ରେକର୍ଡ ସଂଖ୍ୟକ: ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୯।୭(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୦୦ ଜଣ ରହିଛନ୍ତି। ସେହିପରି...

ରାଓ୍ବଲପିଣ୍ଡି ହସ୍ପିଟାଲରେ ଗୁଳିକାଣ୍ଡ

ରାଓ୍ବଲପିଣ୍ଡି,୩୧।୮: ପାକିସ୍ତାନ ରାଓ୍ବଲପିଣ୍ଡିରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ହେଲେ...

ରାଜ୍ୟରେ ପୁଣି ୩୩୨ କରୋନା ପଜିଟିଭ୍‌ ଚିହ୍ନଟ, ୪ ମୃତ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୩...

ଜାତିସଂଘରେ ଗାନ୍ଧୀ ଜୟନ୍ତୀ

ଜାତିସଂଘ, ୩ା୧୦ : ଜାତିସଂଘ ସମେତ ବିଭିନ୍ନ ଦେଶରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି। ବିଶ୍ୱ ହିଂସାର ଭୟାବହତା ମଧ୍ୟଦେଇ ଗତି କରୁଥିବାବେଳେ...

ନେଟ୍‌ ସ୍ବାଧୀନତା ସଙ୍କୁଚିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୯: ବିଶ୍ୱର ବହୁ ରାଷ୍ଟ୍ରରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନଙ୍କୁ ଜେଲ ଯିବାକୁ ପଡ଼ୁଛି। କେତେକ ଦେଶରେ ୟୁଜର୍ସ ନିଜ ପୋଷ୍ଟକୁ ନେଇ ଆକ୍ରମଣର ଶିକାର ହେଉଛନ୍ତି। ବିଶେଷକରି...

Advertisement
Archives

Model This Week