ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏହାର ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବାରେ ଲାଗିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପୃଥିବୀରେ ୫୨ କୋଟିରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହା ଯୋଗୁ ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନଭେମ୍ବର ୨୦୧୯ ରେ ଚାଇନାର ଉହାନ ସହରରେ ପ୍ରଥମ ରୋଗୀ ରେକର୍ଡ କରାଯାଇଥିଲା।

ୟୁରୋପରେ ୨୨ କୋଟିରୁ ଅଧିକ ସଂକ୍ରମଣ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ୟୁରୋପ ଆଗରେ ରହିଛି। ତେବେ ଅଧିକ ସଂକ୍ରମଣ ଦେଶ ଅନୁଯାୟୀ ଆମେରିକା ତାଲିକାର ଶୀର୍ଷରେ ରହିଛି। ଆମେରିକାରେ ମୋଟ ୮,୪୭ କୋଟିରୁ ଅଧିକ ମାମଲା ରିପୋର୍ଟ ହୋଇଛି।

ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ କରୋନା ଆକ୍ରାନ୍ତଙ୍କୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ଉପରେ ମଧ୍ୟ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।

ଜର୍ମାନୀର ଗବେଷକଙ୍କ ଏକ ଦଳ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ କରୋନା ଆକ୍ରାନ୍ତଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ରହିଛି। ଦଳ କହିଛି, ଆମର ଫଳାଫଳ ସୂଚିତ କରୁଛି ଯେ ଦୀର୍ଘ ଦିନ ଧରି ନାଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଏକ୍ସପୋଜର ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ତେଣୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବାୟୁ ପ୍ରଦୂଷଣକୁ ହ୍ରାସ କରିବାର ଆବଶ୍ୟକତାକୁ ଜରୁରୀ ବୋଲି ଗବେଷମାନେ କହିଛନ୍ତି।

ଏହା ଦ୍ୱାରା ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri