ବାୟୁ ପ୍ରଦୂଷଣ ଅଧିକ ହେଲେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା…

ଜେନେଭା, ୫।୬ : କରୋନା ମହାମାରୀ ସଂକ୍ରମଣକୁ ଅଢ଼େଇ ବର୍ଷରୁ ଅଧିକ ଦିନ ପୂରଣ ହେଲାଣି। ଏହାକୁ ଶତାବ୍ଦୀର ବୃହତ୍‌ ସ୍ବାସ୍ଥ୍ୟ ସଙ୍କଟ ଭାବରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଥିଲା। ଏପର୍ଯ୍ୟନ୍ତ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏହାର ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବାରେ ଲାଗିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ପୃଥିବୀରେ ୫୨ କୋଟିରୁ ଅଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହା ଯୋଗୁ ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନଭେମ୍ବର ୨୦୧୯ ରେ ଚାଇନାର ଉହାନ ସହରରେ ପ୍ରଥମ ରୋଗୀ ରେକର୍ଡ କରାଯାଇଥିଲା।

ୟୁରୋପରେ ୨୨ କୋଟିରୁ ଅଧିକ ସଂକ୍ରମଣ ହୋଇଛି। ସଂକ୍ରମଣ ଦୃଷ୍ଟିରୁ ୟୁରୋପ ଆଗରେ ରହିଛି। ତେବେ ଅଧିକ ସଂକ୍ରମଣ ଦେଶ ଅନୁଯାୟୀ ଆମେରିକା ତାଲିକାର ଶୀର୍ଷରେ ରହିଛି। ଆମେରିକାରେ ମୋଟ ୮,୪୭ କୋଟିରୁ ଅଧିକ ମାମଲା ରିପୋର୍ଟ ହୋଇଛି।

ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ କରୋନା ଆକ୍ରାନ୍ତଙ୍କୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ଉପରେ ମଧ୍ୟ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।

ଜର୍ମାନୀର ଗବେଷକଙ୍କ ଏକ ଦଳ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ କରୋନା ଆକ୍ରାନ୍ତଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ରହିଛି। ଦଳ କହିଛି, ଆମର ଫଳାଫଳ ସୂଚିତ କରୁଛି ଯେ ଦୀର୍ଘ ଦିନ ଧରି ନାଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଏକ୍ସପୋଜର ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ତେଣୁ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବାୟୁ ପ୍ରଦୂଷଣକୁ ହ୍ରାସ କରିବାର ଆବଶ୍ୟକତାକୁ ଜରୁରୀ ବୋଲି ଗବେଷମାନେ କହିଛନ୍ତି।

ଏହା ଦ୍ୱାରା ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଫଳରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୟ-ଆତଙ୍କ ସ୍ଥିତିରେ ‘ଆଶାର ଗୀତ’ ଗାଇ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି ଡାକ୍ତର: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୮।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସହିତ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ବି...

ପୁଣି ଆତଙ୍କ ଘନେଇଲା: ୩୮ ଦେଶରେ ଏକ୍ସବିବି.୧.୫ ଭାରିଆଣ୍ଟ…

ଜେନେଭା,୧୪।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟର ସବ-ଭାରିଆଣ୍ଟ ଏକ୍ସବିବି.୧.୫ କୁ ଏପର୍ଯ୍ୟନ୍ତ ସର୍ବାଧିକ ଟ୍ରାନ୍ସମିସିବଲ ସବ-ଭାରିଆଣ୍ଟ ଭାବରେ ବିବେଚନା କରାଯାଉଛି। ଏକ ରିପୋର୍ଟରେ କୁହାଯାଇଛି...

ସୁସ୍ଥ ହେବା ହାର ୯୭.୧୮ ପ୍ରତିଶତ ଛୁଇଁଲା…

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିରେ...

୭ ରକ୍ତ ନମୁନା ନେଗେଟିଭ

ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ...

ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ...

କିମ୍‌ କଲେ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ: ଜାପାନ ପକ୍ଷରୁ ସର୍ତକ ସୂଚନା ଜାରି…

ଟୋକିଓ/ପ୍ୟୋଙ୍ଗୟାଙ୍ଗ,୩୧।୫ : ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ନିଶ୍ଚିତ କରିବା ପରେ ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆର...

ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧା ପଜିଟିଭ

ଛତ୍ରପୁର, ୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଶନିବାର ନୂଆ ୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ଜଣ କରୋନା ଯୋଦ୍ଧା ରହିଛନ୍ତି। ପୁରୁଷୋତ୍ତମପୁରରେ ଜଣେ...

କରୋନା ସହାୟତା: ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର, ୨୯।୪(ବ୍ୟୁରୋ): କରୋନା ସହାୟତା ନେଇ ରାଜ୍ୟ ଶାକଦ୍ବୀପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୧୦୦୦ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।...

Advertisement
Archives

Model This Week