Posted inଜାତୀୟ

ଭାରତ, ବ୍ରିଟେନ୍‌ ଷ୍ଟ୍ରେନ୍‌କୁ ରୋକିବାରେ ସକ୍ଷମ କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ,୧୬।୫: ସାରା ଦେଶରେ କରୋନା ଏକପ୍ରକାର ଆତଙ୍କ ଖେଳାଇ ଦେଇଛି। ଏବେ ଲୋକଙ୍କ ମଧ୍ୟରେ ଏକମାତ୍ର ଆଶା ହେଉଛି ଟିକା। ତେବେ କରୋନାର ବଦଳୁଥିବା ରୂପକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଏବେ ଲୋକ ଦିଆଯାଉଥିବା ଟିକା କରୋନାର ନୂଆ ରୂପ ବିରୋଧରେ ପ୍ରଭାବଶାଳୀ ହେବ କି ନାହିଁ ତାହା ପ୍ରଶ୍ନ ଉଠିଛି। ତେବେ ଭାରତ ପ୍ରସ୍ତୁତ କୋଭାକ୍ସିନ୍‌ ଟିକା କରୋନା ନୂଆ ରୂପକୁ ମାତ୍‌ ଦେଇପାରିବ ବୋଲି ରବିବାର ଭାରତ ବାୟୋଟେକ ଦାବି କରିଛି। ଭାରତ ଏବଂ ବ୍ରିଟେନରେ ମିଳୁଥିବା କରୋନା ରୂପ ବିରୋଧରେ ଏହି ଟିକା ପ୍ରଭାବଶାଳୀ ବୋଲି ଭାରତ ବାୟୋଟେକ କହିଛି। ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭୋକ୍ସିନ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ସର୍ବାଧିକ ବ୍ୟବହୃତ ହେଉଛି। କୋଭୋକ୍ସିନ ଏକ ସମ୍ପୂର୍ଣ୍ଣ ଭାରତ ବିକଶିତ ଟିକା ହୋଇଥିବାବେଳେ କୋଭିଶିଲ୍ଡ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଦ୍ୱାରା ଉତ୍ପାଦିତ।ପୁଣେର ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ଏହା ପ୍ରସ୍ତୁତ କରାଯାଉଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଦ୍ୱିତୀୟ ଲହର ହେତୁ ଦୈନିକ ତିନି ଲକ୍ଷରୁ ଅଧିକ ନୂତନ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି ଏବଂ ଗତ ୧୫ ଦିନ ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ମରୁଛନ୍ତି। ଟିକାକରଣ କରୋନା ସହ ଲଢିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ଭାବରେ ବିବେଚନା କରାଯାଇଛି। ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବରପକ୍ଷ ଯୌତୁକ ମାଗିବାରୁ ନିମନ୍ତ୍ରଣ କାର୍ଡରେ ସୁଇସାଇଡ୍‌ ନୋଟ୍‌ ଲେଖି ଆତ୍ମହତ୍ୟା କଲେ କନ୍ୟାପିତା

ଚଣ୍ଡିଗଡ଼,୨୩ା୧୧: ଯୌତୁକ ରୂପୀ ଭୂତ ସମାଜରୁ ସମ୍ପୂର୍ଣ୍ଣ ମୂଳପୋଛ ହୋଇନାହିଁ। ଆଜି ବି ଏ ସମାଜରେ କିଛି ଯୌତୁକଲୋଭୀ କନ୍ୟାପକ୍ଷଙ୍କୁ ଯୌତୁକ ମାଗିବାକୁ ପଛାଉ ନାହାନ୍ତି।...

ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ

ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର...

ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୨୬।୭: କାରଗୀଲ୍‌ ବିଜୟ ଦିବସର ୨୨ ତମ ବର୍ଷ ପୂରଣ ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସୋମବାର ପୂର୍ବାହ୍ନରେ...

କମଳନାଥଙ୍କ ପୁତୁରାଙ୍କ ୩୦୦ କୋଟିର ବଙ୍ଗଳା ଜବତ

ନୂଆଦିଲ୍ଲୀ,୧୨ା୮: ବେନାମୀ ସମ୍ପତ୍ତି ରଖିବା ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପୁତୁରା ରାତୁଲ ପୁରୀଙ୍କର ୩୦୦ କୋଟି ଟଙ୍କାର ବଙ୍ଗଳା ସମେତ ୪୦...

ଉତ୍ତରପୂର୍ବରେ କୋହଳ ହେଲା କର୍ଫ୍ୟୁ, ବନ୍ଦ ରହିଛି ଇଣ୍ଟରନେଟ ସେବା

ଗୁଆହାଟୀ,୧୪।୧୨: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ନେଇ ଉତ୍ତରପୂର୍ବ ଭାରତରେ ଆନ୍ଦୋଳନର ନିଆଁ ତେଜିବାରେ ଲାଗିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏବେ ବି ବିରୋଧ...

ପିତା ଶ୍ରମିକ, ଝିଅ ବ୍ୟାଙ୍କ୍‌ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ...

୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ...

ଏପ୍ରିଲ ୩୦ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ବଦ୍ରିନାଥଙ୍କ କବାଟ

ଡେରାଡୁନ,୨୯।୧: ଉତ୍ତରାଖଣ୍ଡର ହିମାଳୟରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥଙ୍କ ମନ୍ଦିର କିଛି ମାସ ହେଲା ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ଏହି ମନ୍ଦିରର ଦ୍ୱାର...

Advertisement
Archives

Model This Week