କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା ପ୍ରାଚୀରଚିତ୍ର ମାଧ୍ୟମରେ ଚାଲିଛି ପ୍ରଚାର । କାନ୍ଥରେ ଅଙ୍କନ ହୋଇଛି କରୋନାର ଭୟାନକ ରୁପ, ମାସ୍କ ପରିଧାନ, ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି। କିପରି ହାତ ଧୋଇବେ, ବଜାର, ଗ୍ରୋସରୀ ଦୋକାନ ତଥା ପରିବା କିଣିବା ବେଳେ ସାମାଜିକ ଦୂରତା ରଖିବେ ସେ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରୁଛି । ଏଥିସହିତ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତର୍କତା ଏକ ମାତ୍ର ମାଧ୍ୟମ, କୋଭିଡ ଗାଇଡ ଲାଇନକୁ ପାଳନ କରନ୍ତୁ, ଘରେ ଶିଶୁ, ବରିଷ୍ଠ ନାଗରିକଙ୍କ ଯତ୍ନ ନିଅନ୍ତୁ । ବାହାରୁ ଘରକୁ ଫେରିଲେ ଗୋଡ, ହାତ, ମୁଖ ଭଲ ଭାବେ ଧୁଅନ୍ତୁ, ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ, କଥାବାର୍ତ୍ତା ବେଳେ ଦୁଇ ଫୁଟ ଦୂରତା ରକ୍ଷା କର, ଗୋଟିଏ ମାସ୍କକୁ ବାରମ୍ବାର ବ୍ୟବହାର କର ନାହିଁ, ସତର୍କ ରହିବା-କରୋନାକୁ ଜିଣିବା, ମାସ୍କ ପିନ୍ଧି ରହିଲେ ଭାଇ କରୋନା ଯିବ ଦୂରେଇ, ଆପଣଙ୍କ ସୁରକ୍ଷା ଆପଣଙ୍କ ହାତରେ, ନିୟମିତ ହାତ ଧୁଅନ୍ତୁ, ସତର୍କ ରହିବା-କରୋନାକୁ ହରାଇବା, ବାହାରକୁ ଗଲେ ମାସ୍କ ପିନ୍ଧିବା- ଦୁଇ ମିଟର ଦୂରତା ମାନିବା, ସଚେତନ ହେବା ସତର୍କ ରହିବା- କରୋନା ହାରିବ ଆମେ ଜିତିବା, ସାବଧାନ ହୋଇ ଚଳୁଥିବା- ସବୁଠି ସତର୍କ ରହିଥିବା କରୋନା ନିୟମ ପାଳୁଥିବା-କରୋନା କୁ ଦୁରରେ ରଖିଥିବା, ଆଦି ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି । ଏଥିସହିତ କରୋନା ରୂପକ ମହାମାରୀ ରକ୍ଷା ପାଇବା ଲାଗି କିପରି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ କାନ୍ଥରେ ଅଙ୍କନ ହୋଇଛି ସଚେତନତା ଭଳି କି ଭଳି ବାର୍ତ୍ତା। ଖୋର୍ଦ୍ଧା ପୌରାଞ୍ଚଳ କାର୍ଯ୍ୟାଳୟ, ନୂଆ ବସଷ୍ଟାଣ୍ଡ ରୋଡ କାନ୍ଥର ଦୁଇ ପାର୍ଶ୍ୱ ରାସ୍ତାରେ ଏଭଳି ସଚେତନ ମୂଳକ ବାର୍ତ୍ତା ଦେଉଛି। ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି। ଏଥିସହିତ ଯୁବପିଢିଙ୍କ ଲାଗି ସେଲ୍ଫି କର୍ଣ୍ଣର ପାଲଟିଛି। ଏନେଇ ଖୋର୍ଦ୍ଧା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ କୁହନ୍ତି ଖୋର୍ଦ୍ଧା ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଇଛି । ଲୋକଙ୍କ ସୁରକ୍ଷା ଓ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତା କ ଲୋକଙ୍କ ଦୃଷ୍ଟି ଗୋଚର ହେବା ତଥା ସଚେତନତା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri